ETV Bharat / entertainment

RRR ତାରକା ରାମ ଚରଣଙ୍କ ପତ୍ନୀଙ୍କ ଗୋଦ ଭରାଇ, କେବଳ ସମ୍ପର୍କୀୟ ଆସିଲେ ନଜର

ଆରଆରଆର ତାରକା ରାମ ଚରଣ ଦୁବାଇରେ ପତ୍ନୀ ଉପାସନାଙ୍କ ସହ ତାଙ୍କ ଗୋଦଭରାଇର ଆୟୋଜନ କରିଛନ୍ତି ଏବଂ ସେଠାରୁ ସୋସିଆଲ ମିଡିଆରେ କାର୍ଯ୍ୟକ୍ରମର ସୁନ୍ଦର ଲୁକ ସେୟାର କରିଛନ୍ତି। ନଜର ପକାନ୍ତୁ ଭିଡିଓ ଉପରେ,

author img

By

Published : Apr 5, 2023, 5:03 PM IST

RRR ତାରକା ରାମ ଚରଣଙ୍କ ପତ୍ନୀ ଉପସାନାଙ୍କ ଗୋଦଭରାଇର ଲୁକ

ହାଇଦ୍ରାବାଦ: ମେଗା-ବ୍ଲକବଷ୍ଟର ଫିଲ୍ମ RRR ସହ ବିଶ୍ୱରେ ଲୋକପ୍ରିୟ ହାସଲ କରିଥିବା ସାଉଥ ଅଭିନେତା ରାମ ଚରଣ ଆଜିକାଲି ଖୁସିରେ ନିଜ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି । ପ୍ରଥମତଃ ତାଙ୍କ ଫିଲ୍ମ 'RRR' ଓସ୍କାର ଜିତିଥିଲା ​​ଏବଂ ଦ୍ୱିତୀୟରେ, ସେ ବିବାହର 11 ବର୍ଷ ପରେ ପିତା ହେବାକୁ ଯାଉଛନ୍ତି । ଏହି ଦମ୍ପତି ଏବେ ଦୁବାଇରେ ସମୟ ଅତିବାହିତ କରୁଛନ୍ତି । ସେଠାରେ ପତ୍ନୀ ଉପାସନା କାମିନେନିଙ୍କ ଗୋଦ ଭରାଇର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମର କିଛି ଫଟୋରେ ଏହି ଦମ୍ପତି ସୁନ୍ଦର ଲୁକ୍‌ରେ ନଜର ଆସିଥିବା ବେଳେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲେ ହେବାରେ ଲାଗିଛି ।

ଉପାସନା ନିଜ ଇନଷ୍ଟାଗ୍ରାମରେ ତାଙ୍କ ଗୋଦଭରାଇର ଏକ ଭିଡିଓ କୋଲାଜ୍ ସେୟାର କରିଛନ୍ତି । ଭିଡିଓରେ ରାମଚରଣ ଓ ତାଙ୍କ ପତ୍ନୀ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରୁଥିବା ନଜର ଆସିଛନ୍ତି । ଅନ୍ୟପକ୍ଷରେ, ରାମ ଚରଣ ଏବଂ ଉପାସନା ସମୁଦ୍ର କୂଳରେ ମଧ୍ୟ ସେମାନଙ୍କ ଏକ ରୋମାଣ୍ଟିକ ଫଟୋସୁଟ୍ କରିଛନ୍ତି । ତେବେ ଏହି ଗୋଦ ଭରାଇ କାର୍ଯ୍ୟକ୍ରମରେ ଅନେକ ଘନିଷ୍ଠ ସମ୍ପର୍କୀୟ, ବନ୍ଧୁଙ୍କୁ ଦେଖିବାକୁ ମିଳୁଛି ।

ରାତ୍ରି ସମୟରେ ଏକ ବାର୍‌ରେ ଗୋଦଭରାଇ ପାର୍ଟିର ଆୟୋଜନ କରାଯାଇଥିବା ଜଣାପଡିଛି । ପାର୍ଟିର ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏଥିସହ ରାମ ଚରଣ ଏବଂ ଉପାସନା ନିଜ ଗୋଦଭରାଇ କାର୍ଯ୍ୟକ୍ରମରେ ବହୁତ ଖୁସି ଦେଖାଯାଉଛନ୍ତି । ଏହି ଫଟୋ ସେୟାର ହେବା ପରେ ଫ୍ୟାନ୍ସ ଲାଇକ କରିବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ କହି ରଖୁଛୁ କି, ନିକଟରେ ଉପାସନା ତାଙ୍କ ବିଳମ୍ବିତ ଗର୍ଭଧାରଣ ବିଷୟରେ ଏକ ଖୁଲାସା କରିଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ପ୍ରସ୍ତୁତ ହେଲେ ସେତେବେଳେ ମାତୃତ୍ୱ ଲାଭ କରିବାକୁ ସ୍ଥିର କରିଥିଲେ, ସମାଜର ଆବଶ୍ୟକତା ଅନୁଯାୟୀ ନୁହେଁ । ତେବେ ତାଙ୍କ କଥାରେ ବହୁତ ଦମ ଥିଲା ବୋଲି କହିଛନ୍ତି ୟୁଜର୍ସ ।

2012 ମସିହାରେ ରାମ ଚରଣ ପତ୍ନୀ ଉପାସନା କାମିନେନି କୋନିଡେଲାଙ୍କୁ ବିବାହ କରିଥିଲେ । ଯାହାଙ୍କର କୌଣସି ଫିଲ୍ମ ପୃଷ୍ଠଭୂମି ନଥିଲା । ବିବାହର 11ବର୍ଷ ପରେ ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ଏହି ଦମ୍ପତି ଦୁବାଇ ଯାଇ ସେଠାରେ ଗୋଦ ଭରାଇର ଆୟୋଜନ କରିଛନ୍ତି । ସେଠାରୁ ଦମ୍ପତି ଗୋଦଭରାଇର ସୁନ୍ଦର ଫଟୋ ପ୍ରଶଂସକଙ୍କ ପାଇଁ ସେୟାର କରିଛନ୍ତି ।

ଏସ୍ ଶଙ୍କର ନିର୍ଦ୍ଦେଶିତ ଫିଲ୍ମ 'ଗେମ୍ ଚେଞ୍ଜର'ରେ ରାମଚରଣଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ରାମ ଚରଣଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମଟି 2024 ମକର ସଂକ୍ରାନ୍ତିରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.