ହାଇଦ୍ରାବାଦ: ସମସ୍ତେ ନୂଆ ବର୍ଷକୁ ବଡ ଧୁମ୍ଧାମ୍ରେ ପାଳନ କରୁଛନ୍ତି ଏବଂ ପରସ୍ପରକୁ ଶୁଭକାମନା ଜଣାଉଛନ୍ତି । ଏହି ସମୟରେ ସ୍ୱର୍ଗତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଏକ ଭିଡିଓ ପ୍ରଶଂସକଙ୍କୁ ଭାବପ୍ରବଣ କରିଛି । ବାସ୍ତବରେ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ ନୂଆ ବର୍ଷ ଅବସରରେ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଗଜୋଧର ଭୈୟାଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଉଥିବାର ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଶିଖା ଶ୍ରୀବାସ୍ତବ ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ରାଜୁ ଶ୍ରୀବାସ୍ତବଙ୍କ ସହ ସେ ମଧ୍ୟ ଏକାଠି ନଜର ଆସିଛନ୍ତି । ଏହି ଥ୍ରୋବ୍ୟାକ୍ ଭିଡିଓ ଏକ ନୂଆ ବର୍ଷ ଉତ୍ସବ କାର୍ଯ୍ୟ ସମୟର । ଯେଉଁଥିରେ ରାଜୁ ଶ୍ରୀବାସ୍ତବ ନୂଆ ବର୍ଷକୁ ଧୁମ୍ଧାମ୍ରେ ପାଳନ କରିଛନ୍ତି, ଏବଂ ତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି, ‘ହାପି ନ୍ୟୁ ଇୟର,...ବହୁତ ମୁବାରକ ହୋ ଆପକୋ, ଆପକେ ଲିଏ ବହୁତ ମଜେଦାର ହୋ ଖୁଶହାଲ ହୋ ।’ ଏହି ପୋଷ୍ଟରେ ଫ୍ୟାନ୍ସ ବହୁତ ଭାବପ୍ରବଣ ପ୍ରତିକ୍ରିୟା ଦେଉଥିବାର ଦେଖାଯାଇଛି ।
- " class="align-text-top noRightClick twitterSection" data="
">
ଶିଖା ଶ୍ରୀବାସ୍ତବ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି, "ଆଜି, ଏହି ନୂଆ ବର୍ଷ ଅବସରରେ ରାଜୁ ଶ୍ରୀବାସ୍ତବ ପରିବାର ସମସ୍ତ ଶୁଭଚିନ୍ତକ, ବନ୍ଧୁ, ପ୍ରଶଂସକ, ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଦେବାକୁ ଚାହାଁନ୍ତି, ଯେଉଁମାନେ ନିଜ ପ୍ରାର୍ଥନାରେ ଶ୍ରୀ ରାଜୁ ଶ୍ରୀବାସ୍ତବ ଜୀଙ୍କୁ ମନେ ରଖିଛନ୍ତି ଏବଂ ଏତିକି ଭଲପାଇବା ଦେଇଛନ୍ତି । ଆପଣଙ୍କ ଭଲପାଇବା ଏବଂ ସହଯୋଗ ଆମ ପରିବାରର ଶକ୍ତି ହୋଇ ଠିଆ ହୋଇଛି । ଆସନ୍ତୁ ଆମେ ଏବଂ ଆପଣ ଏକାଠି ହୋଇ ଏହି ନୂଆ ବର୍ଷ 2023 ଆଗକୁ ନେବା । ଆପଣ ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା 2023।"
ଭିଡିଓ ଦେଖିବା ପରେ, ଜଣେ ୟୁଜର୍ସ ତାଙ୍କ ପ୍ରତିକ୍ରିୟାରେ ଲେଖିଛନ୍ତି, ହାପି ନ୍ୟୁ ଇୟର ରାଜୁ ଜୀ, ଆପଣ ଯେଉଁଠାରେ ଥାଆନ୍ତୁ ଶାନ୍ତିରେ ଥାନ୍ତୁ । ଅନ୍ୟ ଜଣେ ଲେଖିଛନ୍ତି, ରାଜୁ ଭାଇଙ୍କ ବିନା ବଲିଉଡରେ କମେଡି ଅସମ୍ପୂର୍ଣ୍ଣ, ତୁମେ ସବୁବେଳେ ଆମ ହୃଦୟରେ ରହିବ, ମିସ୍ ୟୁ ସାର୍। 2022 ମସିହାରେ ହୃଦଘାତ ପରେ ରାଜୁ ଶ୍ରୀବାସ୍ତବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ହାସ୍ୟ ଅଭିନେତା 42 ଦିନ ଜୀବନମରଣ ସହ ସଂଘର୍ଷ କରିବା ପରେ 21 ସେପ୍ଟେମ୍ବରରେ ଏହି ଜଗତକୁ ବିଦାୟ ଦେଇଥିଲେ।