ETV Bharat / entertainment

କାଲି ରିଲିଜ ହେବ 'ଜେଲର', ରିଲିଜର ଦିନକ ପୂର୍ବରୁ ହିମାଳୟ ଗଲେ ରଜନୀକାନ୍ତ

author img

By

Published : Aug 9, 2023, 3:30 PM IST

ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ହିମାଳୟ ଯାଆନ୍ତି ରଜନୀକାନ୍ତ । ତେବେ 4 ବର୍ଷର ବ୍ୟବଧାନ ପରେ ପୁଣି ଥରେ ହିମାଳୟ ଅଭିମୁଖେ ଏହି କିମ୍ବଦନ୍ତୀ ଅଭିନେତା । ତେବେ ସେ କାହିଁକି ସେଠାକୁ ଯାଆନ୍ତି ? ଜାଣନ୍ତୁ,

'ଜେଲର' ଫିଲ୍ମ ରିଲିଜର ଦିନକ  ପୂର୍ବରୁ ହିମାଳୟ ଗଲେ ରଜନୀକାନ୍ତ

ହାଇଦ୍ରାବାଦ: ଥାଲାଇବା ରଜନୀକାନ୍ତ ଆଜିକାଲି ନିଜ ଆଗାମୀ ଫିଲ୍ମ 'ଜେଲର'କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅଗଷ୍ଟ 10ରେ ଏହି ଫିଲ୍ମ ରିଲିଜ ହେବ । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ହିମାଳୟ ଯାଇଛନ୍ତି । ସୂଚନା ଥାଉ କି, ଫିଲ୍ମ ରିଲିଜ ପୂର୍ବରୁ ସର୍ବଦା ଅଭିନେତା ହିମାଳୟ ଯାଆନ୍ତି । ତେବେ ଏବେ ସେ ଚାରି ବର୍ଷର ବ୍ୟବଧାନ ପରେ ପୁଣି ହିମାଳୟ ଗସ୍ତ କରିଛନ୍ତି ।

ବୁଧବାର ଏହି ଅଭିନେତା ହିମାଳୟ ଅଭିମୁଖେ ଯାତ୍ରା କରିଛନ୍ତି । ହିମାଳୟ ଅଭିମୁଖେ ଯିବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରିବା ପରେ ରଜନୀକାନ୍ତ କହିଛନ୍ତି, "କୋଭିଡ କଟକଣା ପାଇଁ ମୁଁ ସେଠାକୁ ଯାଇପାରୁ ନଥିଲି । ହେଲେ ଏବେ ମୁଁ ପୁଣି ଏହି ଯାତ୍ରା ପୁଣି ଆରମ୍ଭ କରୁଛି। ମୁଁ ଚାରି ବର୍ଷର ଅନ୍ତରାଳ ପରେ ହିମାଳୟକୁ ଫେରୁଛି । ଆସନ୍ତାକାଲି ଫିଲ୍ମ ଜେଲର ରିଲିଜ ହେବ । ଏହାକୁ ଦେଖନ୍ତୁ ଏବଂ କେମିତି ଲାଗିଲା ମୋତେ ଏହା ଜଣାନ୍ତୁ ।" ସୂଚନା ଥାଉ କି, ଚେନ୍ନାଇ ବିମାନବନ୍ଦରରୁ ବେଙ୍ଗାଲୁରୁ ବିମାନବନ୍ଦର ଏବଂ ପରେ ହିମାଳୟ ଅଭିମୁଖେ ଯାତ୍ରା କରିବେ। ରଜନୀକାନ୍ତ ପୂର୍ବରୁ ମଧ୍ୟ ଅନେକ ଥର ହିମାଳୟ ଯାଇଛନ୍ତି । କରୋନା ଏବଂ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ହିମାଳୟକୁ ଯାତ୍ରା କରିପାରିନଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ ଏବଂ ତାଙ୍କ କିଛି ବନ୍ଧୁ ହିମାଳୟ ଅଞ୍ଚଳରେ ଏକ ମେଡିଟେସନ ସେଣ୍ଟର (ଧ୍ୟାନ କେନ୍ଦ୍ର) ପ୍ରତିଷ୍ଠା କରିଛନ୍ତି । ମାନସିକ ଶାନ୍ତି ପାଇଁ ସେ ସେଠାକୁ ଯାଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ରଜନୀକାନ୍ତଙ୍କ 'ଜେଲର' ଦେଖିବା ପାଇଁ ଛୁଟି ଘୋଷଣା, ମାଗଣା ଟିକେଟ୍‌ ପାଇବେ କମ୍ପାନୀ କର୍ମଚାରୀ

ତେବେ ଜେଲରଙ୍କ ସହ ରଜନୀକାନ୍ତଙ୍କ ବଡ ପରଦାକୁ ଦୁଇ ବର୍ଷ କ୍ବ୍ୟାକ କରୁଛନ୍ତି। ନେଲସନ ଦିଲୀପକୁମାରଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଆକ୍ସନ୍-ପ୍ୟାକ୍ ଫିଲ୍ମ ଜେଲରରେ ତାଙ୍କୁ ଦେଖିବାକୁ ମିଳିଥିବା ବେଳେ ଅଭିନେତାଙ୍କ ବିପକ୍ଷରେ ସାଉଥ ଅଭିନେତ୍ରୀ ତମନ୍ନା ବାଟ୍ଟିଆ ନଜର ଆସିବେ। ଏହି ଚଳଚ୍ଚିତ୍ର ସହ ରଜନୀକାନ୍ତ ପ୍ରଥମ ଥର ପାଇଁ ନେଲସନଙ୍କ ସହ କାମ କରିଛନ୍ତି। ଅନ୍ୟ କାଷ୍ଟ ମଧ୍ୟରେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ, ପ୍ରିୟଙ୍କା ମୋହନ, ଶିବ ରାଜକୁମାର, ରାମ୍ୟା କୃଷ୍ଣନ୍, ଯୋଗୀ ବାବୁ, ବସନ୍ତ ରବି, ଏବଂ ବିନୟକାନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ମାଲାୟାଲମ୍ ତାରକା ମୋହନଲାଲ କେମିଓ ରୋଲରେ ନଜର ଆସିବେ। ତେବେ ଫିଲ୍ମର ଅଗ୍ରୀମ ବୁକିଂ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରୁଛି । ଅଗ୍ରୀମ ବୁକିଂ ମାଧ୍ୟମରେ ଭାରତରେ 8.2 କୋଟି ଟଙ୍କା ଆୟ କରିସାରିଲାଣି ଫିଲ୍ମ। ତେବେ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.