ETV Bharat / entertainment

ସବୁଠୁ ଅଧିକ ଟ୍ୟାକ୍ସ ଦେଲେ ସୁପରଷ୍ଟାର ରଜନୀକାନ୍ତ, ସମ୍ମାନିତ କଲା ଆୟକର ବିଭାଗ - ଅକ୍ଷୟ କୁମାର ଇନକମ ଟାକ୍ସ

ସୁପରଷ୍ଟାର ରଜନୀକାନ୍ତଙ୍କୁ ଇନକମ ଟାକ୍ସ ଡେ (24 ଜୁଲାଇ)ରେ ତାମିଲନାଡୁରେ ସର୍ବାଧିକ ଟିକସ ଦେଇଥିବାରୁ ଆୟକର ବିଭାଗ ପୁରସ୍କୃତ କରିଛି । ଏଥି ସହିତ ଅକ୍ଷୟ କୁମାର ପୁଣି ଥରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇପାରିଛନ୍ତି । ଅଧିକ ପଢନ୍ତୁ

ସୁପରଷ୍ଟାର ରଜନୀକାନ୍ତ ଏବଂ ଅକ୍ଷୟ କୁମାର ହେଲେ ହାଇଏଷ୍ଟ ଟାକ୍ସପେୟର, ସମ୍ମାନିତ କଲା ଆୟକର ବିଭାଗ

author img

By

Published : Jul 25, 2022, 12:39 PM IST

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ଇନକମ ଟାକ୍ସ ଡେ' (24 ଜୁଲାଇ)ରେ ତାମିଲନାଡୁରେ ସର୍ବାଧିକ ଟିକସ ଦେଇଥିବାରୁ ଆୟକର ବିଭାଗ ପୁରସ୍କୃତ କରିଛି । ଚେନ୍ନାଇରେ ଆୟକର ବିଭାଗ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଅଭିନେତା ରଜନୀକାନ୍ତଙ୍କୁ ତାମିଲନାଡୁର ସର୍ବାଧିକ ଆୟକର ପ୍ରଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ପୁରସ୍କାର ପ୍ରଦାନ କରିଥିଲେ । ଏଥି ସହିତ ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣି ଥରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇପାରିଛନ୍ତି ।

ଅଭିନେତା ରଜନୀକାନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ, ତାଙ୍କ ସ୍ଥାନରେ ତାଙ୍କ ବଡ଼ ଝିଅ ଐଶ୍ୱର୍ଯ୍ୟାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ତାମିଲସାଇ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଜନସାଧାରଣ ଠିକ୍ ଭାବରେ ଟିକସ ଦେବାକୁ ଆଗେଇ ଆସିଛନ୍ତି । ସମସ୍ତଙ୍କୁ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡିବ । ଯଦି ଆମେ ଟିକସ ଦେବୁ ନାହିଁ, ତେବେ ଆମେ ଆମର ଅସ୍ତିତ୍ୱ ହରାଇବୁ । ’

ରଜନୀକାନ୍ତ-ଐଶ୍ୱର୍ଯ୍ୟା
ରଜନୀକାନ୍ତ-ଐଶ୍ୱର୍ଯ୍ୟା

ଅକ୍ଷୟ କୁମାର ବଲିଉଡର ଅନ୍ୟତମ ଲୋକପ୍ରିୟ ତାରକା । ପ୍ରତିବର୍ଷ ଅକ୍ଷୟ କୁମାରଙ୍କ ପ୍ରାୟ 4ରୁ 5ଟି ଚଳଚ୍ଚିତ୍ର ରିଲିଜ୍‌ ହୋଇଥାଏ। ଅକ୍ଷୟ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି, ସେ ଟିକସ ଦେବାରେ ମଧ୍ୟ ଆଗରେ ଅଛନ୍ତି । ଅକ୍ଷୟ କୁମାର ପୁଣି ଥରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ସର୍ବୋଚ୍ଚ ଟିକସଦାତା ହୋଇପାରିଛନ୍ତି । ଏଥିପାଇଁ ଆୟକର ବିଭାଗ ଖିଲାଡି କୁମାର ଅକ୍ଷୟଙ୍କୁ 'ସମ୍ମାନ ପତ୍ର' ମଧ୍ୟ ଦେଇଛନ୍ତି।

ଏଥି ସହିତ ଅକ୍ଷୟ କୁମାରଙ୍କ କାମ ବିଷୟରେ କହିବାକୁ ଗଲେ ଅଭିନେତାଙ୍କ ହାତରେ ଅନେକ ଫିଲ୍ମ ଅଛି । ଏହି ଚଳଚ୍ଚିତ୍ରଗୁଡ଼ିକରେ 'ରକ୍ଷା ବନ୍ଧନ', 'ରାମ ସେତୁ', 'କଠପୁତଲି', 'ସେଲଫି', 'ଓଏମଜି ୨', 'କ୍ୟାପସୁଲ ଗିଲ' ଏବଂ ସୁରିଆଙ୍କ ଫିଲ୍ମ ସୋରାରାଇ ପୋଟରୁର ହିନ୍ଦୀ ରିମେକ ଅନ୍ତର୍ଭୁକ୍ତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.