ETV Bharat / entertainment

Ragneeti Wedding: ବିବାହ ପୂର୍ବରୁ ଭେଟନ୍ତୁ ପରିଣୀତି-ରାଘବଙ୍କ ପରିବାର ସଦସ୍ୟଙ୍କୁ, ଏମିତି ରହିଛି ଅଭିନେତ୍ରୀଙ୍କ ଶାଶୁ ଘର

author img

By ETV Bharat Odisha Team

Published : Sep 23, 2023, 12:50 PM IST

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି । ବଲିଉଡ ଅଭିନେତ୍ରୀ ସେପ୍ଟେମ୍ବର 24ରେ ଉଦୟପୁରରେ ଆମ୍ ଆଦମୀ ପାର୍ଟି (AAP) ସାଂସଦଙ୍କ ସହ ରାଜକୀୟ ବିବାହ କରିବାକୁ ଯାଉଛନ୍ତି । ତେବେ ଆପଣ ଜାଣନ୍ତି କି ବର ଏବଂ କନିଆଙ୍କ ପରିବାର ସଦସ୍ୟ ସମ୍ପର୍କରେ ? ଅଧିକ ପଢନ୍ତୁ

ପରିଣୀତି ରାଘବଙ୍କ ପରିବାର ସଦସ୍ୟ
ପରିଣୀତି ରାଘବଙ୍କ ପରିବାର ସଦସ୍ୟ

ମୁମ୍ବାଇ: ରାତି ପାହିଲେ ବାଜିବ ସାହାନାଇ, ପଡିବ ହାତଗଣ୍ଠି । ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା । ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି । ଏଥିପାଇଁ ଉଭୟଙ୍କ ପରିବାର ଲୋକେ ମଧ୍ୟ ଉଦୟପୁରରେ ପହଞ୍ଚିସାରିଛନ୍ତି । ବିବାହର ପ୍ରସ୍ତୁତି ମଧ୍ୟ ଜୋର୍‌ସୋରରେ ଆରମ୍ଭ ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ବର ଏବଂ କନିଆଙ୍କ ପରିବାର ସଦସ୍ୟ ସମ୍ପର୍କରେ କିଛି ।

ପରିଣୀତି ଚୋପ୍ରାଙ୍କ ପରିବାର ଅନ୍ୟ ଚାରିଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବାବେଳେ ରାଘବ ଚଢାଙ୍କ ପରିବାର ତାଙ୍କ ପିତାମାତା ଏବଂ ବଡ଼ ଭଉଣୀଙ୍କୁ ନେଇ ଗଠିତ । ସାକ୍ଷାତକାର ସମୟରେ ପରିଣୀତି ଚୋପ୍ରା ତାଙ୍କ ପରିବାର ବିଷୟରେ ଅନେକ ଥର ଉଲ୍ଲେଖ କରିଛନ୍ତି । ସମସ୍ତେ ଜାଣନ୍ତି ଯେ ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ, କିନ୍ତୁ ଆପଣ ଜାଣନ୍ତି କି ଅଭିନେତ୍ରୀଙ୍କର ଦୁଇ ଭାଇ ଓ ଭଉଣୀ ଅଛନ୍ତି ?

ଏହା ମଧ୍ୟ ପଢନ୍ତୁ: Ragneeti Weeding: ପରିଣୀତି-ରାଘବଙ୍କ ପ୍ରିୱେଡିଂ ଇଭେଣ୍ଟ୍‌ ଆରମ୍ଭ, ଦେଶୀ ଗାର୍ଲଙ୍କ ମା' ଆସିଲେ ନଜର

ପରିଣୀତି ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ପରିବାର ସଦସ୍ୟଙ୍କ ଫଟୋ ସେୟାର କରିଆସୁଛନ୍ତି । ତାଙ୍କ ପିତାଙ୍କ ନାମ ପୱନ ଚୋପ୍ରା ଏବଂ ସେ ଜଣେ ବ୍ୟବସାୟୀ । କୁହାଯାଉଛି ଯେ ସେ ଭାରତୀୟ ସେନାରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ପିତା କିପରି ଗୀତ ଗାଇବାକୁ ଭଲ ପାଆନ୍ତି ବୋଲି ଏକ ସାକ୍ଷାତକାରରେ ପରିଣୀତି ମଧ୍ୟ ଉଲ୍ଲେଖ କରିଛନ୍ତି । ବାସ୍ତବରେ ସେ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପିତା ଅଶୋକ ଚୋପ୍ରା ମଧ୍ୟ 'ଚୋପ୍ରା ବ୍ରଦର୍ସ' ନାମକ ଏକ ବ୍ୟାଣ୍ଡ ଗଠନ କରିଥିଲେ, ଉଭୟେ ମଧ୍ୟ ଅନେକ ଥର ମଞ୍ଚରେ ଅଭିନୟ କରିଥିଲେ ।

ପରିଣୀତିଙ୍କ ମାତାଙ୍କ ନାମ ରୀନା ଚୋପ୍ରା ଏବଂ ସେ କେନିଆରେ ଜନ୍ମଗ୍ରହଣ କରିଥିଲେ । ପୱନ ଚୋପ୍ରାଙ୍କ ସହ ବିବାହ ପରେ ସେ ଅମ୍ବାଲାକୁ ସିଫ୍ଟ ହୋଇଥିଲେ । କୁହାଯାଏ ଯେ ତାଙ୍କର ଏକ ସଙ୍ଗୀତ କନସର୍ଟ ସମୟରେ ସେ ତାଙ୍କ ପ୍ରେମରେ ପଡ଼ିଥିଲେ । ପରିଣୀତି ଚୋପ୍ରା ତାଙ୍କ ଭଉଣୀମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଏବଂ ତାଙ୍କର ଦୁଇ ଭାଇ ଅଛନ୍ତି - ସହଜ ଏବଂ ଶିବାଙ୍ଗ ।

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ହେଉଛନ୍ତି ରାଘବ ଚଢା । ୨୦୧୨ ମସିହାରେ ରାଜନୈତିରେ ପାଦ ଦେଇଥିବା ରାଘବ ଚଢା ବର୍ତ୍ତମାନ ଆପର ସବୁଠାରୁ କନିଷ୍ଠ ସାଂସଦ ଅଟନ୍ତି । ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପରିବାରରେ ମୋଟ 4ଜଣ ସଦସ୍ୟ ଅଛନ୍ତି - ତାଙ୍କ ବାପା, ମାଆ ଏବଂ ବଡ ଭଉଣୀ । ରାଘବ ଚଢାଙ୍କ ପିତାଙ୍କ ନାମ ସୁନୀଲ ଚଢା ଏବଂ ସେ ଦିଲ୍ଲୀରେ ବ୍ୟବସାୟ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.