ETV Bharat / entertainment

ସେଟରେ ଅସୁସ୍ଥ ହେଲେ ଅଲ୍ଲୁ ଅର୍ଜୁନ, ସ୍ଥଗିତ ହେଲା ପୁଷ୍ପା ୨ ସୁଟିଂ

author img

By ETV Bharat Odisha Team

Published : Dec 3, 2023, 2:05 PM IST

Pushpa 2 Shooting Postpone: ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨କୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ସେଟରେ ଅଲ୍ଲୁ ଅର୍ଜୁନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ନେଇ ନିର୍ମାତା ଫିଲ୍ମର ସୁଟିଂ ଘୁଞ୍ଚାଇ ଦେଇଛନ୍ତି । ଅଧିକ ପଢନ୍ତୁ

ସେଟରେ ଅସୁସ୍ଥ ହେଲେ ଅଲ୍ଲୁ ଅର୍ଜୁନ, ସ୍ଥଗିତ ହେଲା ପୁଷ୍ପା ୨ ସୁଟିଂ
ସେଟରେ ଅସୁସ୍ଥ ହେଲେ ଅଲ୍ଲୁ ଅର୍ଜୁନ, ସ୍ଥଗିତ ହେଲା ପୁଷ୍ପା ୨ ସୁଟିଂ

ହାଇଦ୍ରାବାଦ: ପୁଷ୍ପା ପରେ ପୁଷ୍ପା ୨ ସହ ପୁଣି ଧମାକା କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ନିକଟରେ ଫିଲ୍ମର ନିର୍ମାତା ରିଲିଜ ଡେଟ୍ ଘୋଷଣା କରିଥିଲେ । ଆସନ୍ତା ବର୍ଷ(2024) ଅଗଷ୍ଟ 15ରେ ରିଲିଜ ହେବ ଫିଲ୍ମ । ବର୍ତ୍ତମାନ ଫିଲ୍ମର ସୁଟିଂ ଜାରି ରହିଥିବା ବେଳେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ସୁଟିଂ ସେଟରେ ଅଲ୍ଲୁ ଅର୍ଜୁନଙ୍କ ଅସୁସ୍ଥ ହୋଇଛନ୍ତି । ଯାହା ଫଳରେ ଫିଲ୍ମର ସୁଟିଂ ସ୍ଥଗିତ ରଖିଲେ ନିର୍ମାତା ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକ ଗୀତ ଏବଂ ଫାଇଟ୍ ସିନ ସୁଟିଂ କରିବା ପାଇଁ ଅଲ୍ଲୁ ଅର୍ଜୁନ ଯାତ୍ରା ଗେଟ ଅପ ବ୍ୟବହାର କରିଥିଲେ । ତେବେ ଏଭଳି ପୋଷାକରେ ଫାଇଟ ସିନ କରିବା ଫଳରେ ତାଙ୍କୁ ପିଠିରେ ଯନ୍ତ୍ରଣା ହୋଇଥିଲା । ତେବେ ତାଙ୍କୁ ବିଶ୍ରାମର ଆବଶ୍ୟକ ରହିଛି । ଫଳରେ ନିର୍ମାତା ସୁଟିଂକୁ ସ୍ଥଗିତ ରଖିବା ସହ କିଛି ଦିନ ପାଇଁ ଫିଲ୍ମର ସୁଟିଂ ଘୁଞ୍ଚାଇ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଡିସେମ୍ବର ଦ୍ବିତୀୟ ସପ୍ତାହରେ ପୁଣି ସୁଟିଂ ଆରମ୍ଭ ହୋଇପାରେ ।

ଫିଲ୍ମ 'ପୁଷ୍ପା ୨-ଦ ରୁଲ୍' ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଫିଲ୍ମ ବିଷୟରେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ରହିଛି । ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଅଲୁ ଅର୍ଜୁନଙ୍କ ବ୍ୟତୀତ ଫାହାଦ୍ ଫସିଲ, ରଶ୍ମିକା ମନ୍ଦାନା, ସୁନୀଲ, ପ୍ରକାଶ ରାଜ, ଜଗପତି ବାବୁ, ଅନୁସୁଆ ଭରଦ୍ୱାଜଙ୍କୁ 'ପୁଷ୍ପା: ଦ ରୁଲ୍'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏପ୍ରିଲ୍ 8ରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ପୁଷ୍ପା ଭୂମିକାର ପ୍ରଥମ ଲୁକ୍ ରିଲିଜ ହୋଇଥିଲା । ଏହାପରେ ଶ୍ରୀବଲି ଭୂମିକାରେ ଅଭିନୟ କରିଥିବା ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନ (ଏପ୍ରିଲ୍)ରେ ଶ୍ରୀଭଲି ଚରିତ୍ରର ପ୍ରଥମ ଲୁକ୍ ରିଲିଜ ହୋଇଥିଲା। ପରେ ଫହାଦଙ୍କ ମଧ୍ୟ ଲୁକ୍‌ ରିଲିଜ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା' ପାଇଁ ଅଲ୍ଲୁ ଅର୍ଜୁନ ଜିତିଲେ ପ୍ରଥମ ଜାତୀୟ ପୁରସ୍କାର, ପରିବାର ସହିତ ସେଲିବ୍ରେଟ କଲେ ଖୁସି

ପୁଷ୍ପା ୨ ପୁଷ୍ପା: ଦ ରାଇଜ୍‌ର ସିକ୍ବେଲ୍‌ ଅଟେ । 2021 ଡିସେମ୍ବରରେ ମୁକ୍ତିଲାଭ କରିଥିବା ପୁଷ୍ପା: ଦ ରାଇଜ୍‌ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । ସାରା ବିଶ୍ୱରେ 4୦୦୦ରୁ ଅଧିକ ସ୍କ୍ରିନ୍‌ରେ ରିଲିଜ କରିଥିଲା । ସାକ୍ନଲ୍କିଙ୍କ ମୁତାବକ, ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ 350.1 କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବାବେଳେ 10 ସପ୍ତାହରେ ଭାରତରେ ମୋଟ 267.55 କୋଟି କଲେକ୍ସ କରି ସଫଳତା ହାସଲ କରିଥିଲା । ଏପରିକି ନିକଟରେ 69ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ଅଲ୍ଲୁ ଅର୍ଜୁନଙ୍କୁ ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ଏଭଳି ପରିସ୍ଥିତିରେ ପୁଷ୍ପା ୨ ନେଇ ମଧ୍ୟ ଅଲୁ ଅର୍ଜୁନଙ୍କ ବହୁତ ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.