ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ପୁଷ୍ପା 2ରୁ ଫାହାଦଙ୍କ ପ୍ରଥମ ଲୁକ ଆଉଟ୍

author img

By

Published : Aug 9, 2023, 7:38 AM IST

ଗତକାଲି(ମଙ୍ଗଳବାର) ଅଭିନେତା ଫାହାଦ ଫାସିଲଙ୍କ 41ତମ ଜନ୍ମଦିନ ଥିଲା । ଏହି ଅବସରରେ ତାଙ୍କ ଆଗାମୀ ଫିଲ୍ମ ପୁଷ୍ପା 2ରୁ ଅଭିନେତାଙ୍କ ପ୍ରଥମ ଲୁକ ରିଲିଜ ହୋଇଛି ।ଅଧିକ ପଢନ୍ତୁ

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ପୁଷ୍ପା 2ରୁ ଫାହାଦଙ୍କ ପ୍ରଥମ ଲୁକ ଆଉଟ୍
ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ପୁଷ୍ପା 2ରୁ ଫାହାଦଙ୍କ ପ୍ରଥମ ଲୁକ ଆଉଟ୍

ହାଇଦ୍ରାବାଦ: ଗତକାଲି(ମଙ୍ଗଳବାର) ସାଉଥ ଲୋକପ୍ରିୟ ଅଭିନେତା ଫାହାଦ୍ ଫାସିଲଙ୍କ ତାଙ୍କ 41ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ଆଗାମୀ ଫିଲ୍ମ 'ପୁଷ୍ପା 2'ରୁ ତାଙ୍କର ପ୍ରଥମ ଲୁକ ରିଲିଜ ହୋଇଛି । ଏହି ଲୁକ ବହୁତ ଦମଦାର ରହିଛି । ନିର୍ମାତା ସୋସିଆଲ ମିଡିଆରେ ଅଭିନେତାଙ୍କ ଜନ୍ମଦିନ ଅବସରରେ ଫିଲ୍ମରୁ ତାଙ୍କ ପ୍ରଥମ ଲୁକ ରିଲିଜ କରିଛନ୍ତି । ଫ୍ୟାନ୍ସ ଲାଇକ କରିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା'ରେ ଭିଲେନ ଭ୍ରମର ସିଂ ଶିଖାୱତ ଭୂମିକାରେ ସେ ନଜର ଆସିଥିଲେ ଫାହାଦ୍ ଫାସିଲ । ଫାହାଦଙ୍କ ଏହି ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ଅଭିନେତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଥିଲା । ତେବେ ପୁଣିଥରେ ଫାହାଦଙ୍କୁ ପୁଷ୍ପା 2ରେ ଦେଖିବାକୁ ମିଳିବ । ତାଙ୍କ ଜନ୍ମଦିନରେ ଫିଲ୍ମରୁ ଫାହାଦ୍ ତାଙ୍କର ପ୍ରଥମ ଲୁକ ରିଲିଜ ହୋଇଛି । ପୁଣି ଥରେ ତାଙ୍କୁ ଏକ ଚନ୍ଦା ଲୁକରେ ଭିଲେନ୍ ରୂପରେ ଦେଖିବାକୁ ମିଳିଛି । ଫାହାଦଙ୍କର ଏହି ଲୁକକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏବଂ ଏହାକୁ ଦେଖିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ଆହୁରି ବଢିଯାଇଛି ।

ଏହା ମଧ୍ୟ ପଢନ୍ତୁ: ଇନସ୍ପେକ୍ଟର ଭ୍ରମର ସିଂ ଶିଖାୱତଙ୍କ ଏଣ୍ଟ୍ରି, ସୁଟିଂ ଶେଷ କଲେ ଫହାଦ ଫାସିଲ

ତେବେ ନିର୍ଦ୍ଦେଶକ ସୁକୁମାର ପୁଷ୍ପା-୨ ର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ସେ ଫିଲ୍ମରେ ଦୀର୍ଘ ଦିନ ଧରି କାମ କରିଆସୁଛନ୍ତି । ପୁଷ୍ପା 2ରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ, ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିବେ । ଏପ୍ରିଲ୍ 8ରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ପୁଷ୍ପାଙ୍କ ପ୍ରଥମ ଲୁକ୍ ରିଲିଜ କରିଥିଲା । ଏହା ପରେ ଶ୍ରୀବଲି ଭୂମିକାରେ ଅଭିନୟ କରିଥିବା ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନ (ଏପ୍ରିଲ୍)ରେ ପ୍ରଥମ ଲୁକ୍ ରିଲିଜ ହୋଇଥିଲା।

ବର୍ତ୍ତମାନ ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ରମାନଙ୍କର ପ୍ରଥମ ଲୁକ୍ ଆଉଟ୍ ହୋଇଛି ଏବଂ ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଫିଲ୍ମ ପୁଷ୍ପା- ଦ ରୁଲ୍ ବିଷୟରେ କୁହାଯାଉଛି ଯେ ଏହି ଫିଲ୍ମ 2024ରେ ରିଲିଜ ହେବ । ଫିଲ୍ମର ପ୍ରଥମ ଭାଗ ଏବଂ ଏହାର ଗୀତ ଏବଂ ବିଶ୍ୱରେ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲା । ସେହିପରି ଏବେ ପୁଣି 'ପୁଷ୍ପା: ଦି ରୁଲ'କୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହା ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବା ସହ ଧମାଲ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.