ETV Bharat / entertainment

ଝିଅ ମାଲତୀ ସହ ପୁଲ୍‌ରେ ପାର୍ଟି କଲେ ପ୍ରିୟଙ୍କା

author img

By

Published : Aug 8, 2022, 1:25 PM IST

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଲରେ ମଜା କରୁଥିବାର ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋରେ ଝିଅ ମାଲତୀକୁ ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପୁଲ୍‌ରେ ପାର୍ଟି କଲେ ପ୍ରିୟଙ୍କା, ସାଥୀରେ ଥିଲେ ଝିଅ ମାଲତି

ହାଇଦ୍ରାବାଦ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ଶାଶୁଘରେ ଏନ୍‌ଜୟ କରୁଛନ୍ତି । ନିକଟରେ ସେ ତାଙ୍କର ଏବଂ ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କ ଜନ୍ମଦିନ ପାଳନ କରିଛନ୍ତି । ଏହାର ସମସ୍ତ ଫଟୋ ପ୍ରିୟଙ୍କା ସୋସିଆଲ ମିଡିଆରେ ସେୟାର କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ରବିବାରର ଏକ ଝଲକ ସେୟାର କରିଛନ୍ତି, ଯେଉଁଥିରେ ସେ ବୋଲ୍ଡ ଦେଖାଯାଉଛନ୍ତି ।

ପ୍ରିୟଙ୍କା ଚୋପ୍ରା
ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ଏଥିରେ ସେ ଏକ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ଉପରେ ଧଳା ରଙ୍ଗ‌ର ସାର୍ଟ ପିନ୍ଧିଛନ୍ତି । ପୁଲ୍‌ ନିକଟରେ ଠିଆ ହୋଇଥିବା ଏହି ଫଟୋରେ ପ୍ରିୟଙ୍କା କ୍ୟାପ୍ ଏବଂ ଗ୍ଲାସରେ ନିଜର କୁଲ୍‌ ଲୁକ୍‌ ଦେଖାଇଛନ୍ତି । ଏହି ଫଟୋ ସେୟାର କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, 'ରବିବାର..' । ଆଉ ଏକ ଫଟୋରେ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତୀଙ୍କ ସହିତ ନଜର ଆସିଛନ୍ତି । ଏହି ଫଟୋରେ, ତିନିଜଣ ପୁଲ୍‌ରେ ଏନ୍‌ଜୟ କରୁଛନ୍ତି ।

ଗତ କିଛି ଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରାଙ୍କ ବାର୍ଥ ଡେ' ସେଲିବ୍ରେସନରୁୁ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହା ପ୍ରିୟଙ୍କାଙ୍କ କିସିଂ ଭିଡିଓ ଥିବାବେଳେ ନିକ୍‌ ତାଙ୍କ ଶାଶୁ ମଧୁ ଚୋପ୍ରାଙ୍କ ସହ ନାଚୁଥିବାର ମଧ୍ୟ ନଜର ଆସିଥିଲେ । ଭିଡିଓ ଆରମ୍ଭରେ ପ୍ରିୟଙ୍କା ଚୋପ୍ରା ବାଇଗଣୀ ରଙ୍ଗର ପୋଷାକ ପିନ୍ଧି ଡାଇନିଂ ଟେବୁଲ ଉପରେ ବସିଥିଲେ । ଏହି କିସିଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା, ଯାହାକୁ ନିକ୍‌ ଜୋନାସ୍‌ ସେୟାର କରିଥିଲେ ।

ପ୍ରିୟଙ୍କା ଚୋପ୍ରାଙ୍କ କାମ ବିଷୟରେ କହିବାକୁ ଗଲେ, ଅଭିନେତ୍ରୀ ନିକଟରେ ବିଦେଶୀ ଧାରାବାହିକ ସିଟାଡେଲର ସୁଟିଂ ଶେଷ କରିଛନ୍ତି । ପ୍ରିୟଙ୍କା ବଲିଉଡ ଫିଲ୍ମ 'ଜି ଲେ ଜାରା' ନଜର ଆସିବେ, ଯେଉଁଥିରେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ ତାଙ୍କ ସହ ଅଭିନୟ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.