ETV Bharat / entertainment

Salaar: ଟିଜର ରିଲିଜ, ଆଦିପୁରୁଷ ପରେ ପୁଣି ସ୍କ୍ରିନରେ ଜଲୱା ଦେଖାଇବେ ପ୍ରଭାସ

author img

By

Published : Jul 6, 2023, 10:40 AM IST

ପ୍ରଭାସଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର'ର ଟିଜର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମର ଟିଜର ସହ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି ନିର୍ମାତା । ତେବେ 'ସାଲାର'ର ଟିଜର ଆକ୍ସନରେ ଭରପୁର ରହିଛି । ଏହା ରିଲିଜ୍ ହେବା ମାତ୍ରେ ଭାଇରାଲ୍ ହେବାରେ ଲାଗିଛି । ଅଧିକ ପଢନ୍ତୁ

ସାଲାର ଟିଜର ରିଲିଜ, ଆଦିପୁରୁଷ ପରେ ପୁଣି ସ୍କ୍ରିନରେ ଜଲୱା ଦେଖାଇବେ ପ୍ରଭାସ

ହାଇଦ୍ରାବାଦ: ପ୍ରଭାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଦିପୁରୁଷର ବିଫଳତା ପରେ ଏବେ ପ୍ରଭାସ ଆକ୍ସନ ଫିଲ୍ମ 'ସାଲାର'ରେ ନଜର ଆସିବେ । ଆଜି ଫିଲ୍ମର ଟିଜର ରିଲିଜ କରିଛନ୍ତି ନିର୍ମାତା। ସୋସିଆଲ ମିଡିଆରେ ଫିଲ୍ମର ଟିଜର ସହ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଏହି ଫିଲ୍ମକୁ 'କେଜିଏଫ୍' ଫେମ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ଦମଦାର ଟିଜର ରିଲିଜ ହେବା ମାତ୍ରେ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍‌ ବଢିବାରେ ଲାଗିଛି ।

  • " class="align-text-top noRightClick twitterSection" data="">

ପ୍ରତିଶୃତି ଅନୁଯାୟୀ ଆଜି ସକାଳ 5ଟା 12ମିନିଟରେ ଫିଲ୍ମର ଟିଜର ରିଲିଜ କରିଥିଲେ ନିର୍ମାତା । 1 ମିନିଟ୍ 40 ସେକେଣ୍ଡ୍ ଟିଜରରେ ପ୍ରଭାସ ଦମଦାର ଆକ୍ସନ ସିନ୍‌ ଦେଖିବାକୁ ମିଳିଛି । ଏଥିସହ ପ୍ରଭାସଙ୍କ ଲୁକ୍‌ ମଧ୍ୟ ଦମଦାର ରହିଛି । ଟିଜରରେ ପ୍ରୀତିରାଜ ସୁକୁମାରନଙ୍କ ଏକ ଝଲକ ଦେଖିବାକୁ ମିଳିଛି । ସେ ଏହି ଫିଲ୍ମରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି । ତେବେ ସାଲାରର ଟିଜର କେଜିଏଫ୍ ଫିଲ୍ମକୁ ମନେ ପକାଇଦେଇଛି । ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ଏହା ଭାଇରାଲ୍ ହୋଇଛି । ଟିଜର ସହ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Project-K ରିଲିଜ ତାରିଖ ଘୋଷଣା

ଟିଜରର ଆରମ୍ଭରେ ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଅଭିନେତା ଟିନୁ ଆନନ୍ଦ ନଜର ଆସିଛନ୍ତି । ଯିଏ ଇଂରାଜୀରେ କହନ୍ତି ଯେ 'ଟାଇଗର, ଚିତା, ହାତୀ ଅତ୍ୟନ୍ତ ବିପଜ୍ଜନକ କିନ୍ତୁ ଜୁରାସିକ୍ ପାର୍କରେ ନୁହେଁ'। ଯାହା ପରେ ପ୍ରଭାସଙ୍କ ଏକ ଝଲକ ଦେଖିବାକୁ ମିଳେ । ଲୋକମାନେ ପ୍ରୀତିରାଜଙ୍କ ଶୈଳୀକୁ ମଧ୍ୟ ପସନ୍ଦ କରନ୍ତି । ପ୍ରଭାସଙ୍କ ବ୍ୟତୀତ ଶ୍ରୁତି ହାସନ, ପ୍ରୀତିରାଜ ସୁକୁମାରନ୍, ଜଗପତି ବାବୁ, ଇଶ୍ୱରୀ ରାଓ ଏବଂ ଶ୍ରୀୟା ରେଡ୍ଡୀ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର 28 ସେପ୍ଟେମ୍ବର 2023ରେ ରିଲିଜ କରିବ। ଏହା ତେଲୁଗୁ, କନ୍ନଡ, ମାଲାୟାଲମ୍, ତାମିଲ ଏବଂ ହିନ୍ଦୀ ଭଳି 5ଟି ଭାଷାରେ ରିଲିଜ କରିବ ।

ସୂଚନା ଥାଉ କି, ଜନ୍ 16ରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' ରିଲିଜ ହୋଇଥିଲା । ରିଲିଜ ହେବା ପରେ ଫିଲ୍ମର ବିବାଦୀୟ ସଂଳାପ ଏବଂ VFX ପାଇଁ କଡ଼ା ସମାଲୋଚନା କରାଯାଇଥିଲା । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ଯେଉଁଭଳି ଭାବରେ ଚିତ୍ରିତ କରାଗଲା ତାହା ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଆକ୍ରୋଶର ଶିକାର ହୋଇଥିଲା ଫିଲ୍ମ । ଫିଲ୍ମ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଲା । ତେବେ 20 ଦିନରେ ପିଲ୍ମ ମାତ୍ର 286.12କୋଟି ଆୟ କରିଛି । 500କୋଟି ବଡେଟରେ ନିର୍ମିତ ଏହି ଫିଲ୍ମ 300କୋଟି ମଧ୍ୟ ଆୟ କରିବାରେ ବିଫଳ ହୋଇଛି । ତେବେ ବର୍ତ୍ତମାନ ପ୍ରଭାସଙ୍କ ଏହି ଆକ୍ସନ ପ୍ୟାକ୍‌ ଫିଲ୍ମ ପୁଣି ଦର୍ଶକଙ୍କ ମନ ଜିତିପାରିବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.