ETV Bharat / entertainment

ମକର ସଂକ୍ରାନ୍ତିରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଘୋଷଣା କଲେ ପ୍ରଭାସ

author img

By ETV Bharat Odisha Team

Published : Jan 15, 2024, 12:41 PM IST

Prabhas The Raja Saab first look poster: ପବିତ୍ର ମକର ସଂକ୍ରାନ୍ତିରେ ଫ୍ୟାନ୍ସଙ୍କୁ ଉପହାର ଦେଲେ ପ୍ରଭାସ । ଅଭିନେତା ତାଙ୍କ ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ସେ ନିଜ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ସହ ନାଁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ମକର ସଂକ୍ରାନ୍ତିରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଘୋଷଣା କଲେ ପ୍ରଭାସ
ମକର ସଂକ୍ରାନ୍ତିରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଘୋଷଣା କଲେ ପ୍ରଭାସ

ହାଇଦ୍ରାବାଦ: ସାଉଥ ସୁରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ସାଲାର' ବର୍ତ୍ତମାନ ବକ୍ସ ଅଫିସରେ ଧମାକା କରୁଛି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ନିଜ ଆଗାମୀ ଫିଲ୍ମ 'ଦ ରାଜା ସାବ' ଘୋଷଣା କରିଛନ୍ତି । ଆଜି ମକର ସଂକ୍ରାନ୍ତି ଅବସରରେ ନିଜ ନୂଆ ଫିଲ୍ମର ଘୋଷଣା କରି ପ୍ରଭାସ ତାଙ୍କ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ଏଥିସହ ସେ ଫିଲ୍ମରୁ ନୂଆ ପୋଷ୍ଟ ରିଲିଜ କରି ତାଙ୍କର ପ୍ରଥମ ଲୁକ ମଧ୍ୟ ଦେଖାଇଛନ୍ତି ।

ପ୍ରଭାସ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟର ରିଲିଜ କରି ନିଜ ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଫିଲ୍ମ ପୋଷ୍ଟରରେ ପ୍ରଭାସ ବ୍ଲାକ ଟି-ସାର୍ଟ, ଲୁଙ୍ଗିରେ ସାଉଥ ଲୁକରେ ନଜର ଆସିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏହି ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ଏହି ପର୍ବରେ 'ଦ ରାଜା ସାବ' ପ୍ରଥମ ଲୁକ ରିଲିଜ କରୁଛି । ଆପଣ ସମସ୍ତଙ୍କୁ ମକରସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା । ସୂଚନା ଥାଉ କି, ସାଲାରରେ ପ୍ରଭାସଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିଥିବା ବେଳେ 'ଦ ରାଜା ସାବ' ଏହାର ବିପରୀତ ଅର୍ଥାତ୍ କମେଡିରେ ଭରପୁର ଥିବା କୁହାଯାଉଛି ।

ତେବେ 'ଦ ରାଜା ସାବ' ଫିଲ୍ମର ନିର୍ଦ୍ଦେଶନା ଦେବେ ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ମାରୁତି । ସେ ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମର କାହାଣୀ ମଧ୍ୟ ସେ ହିଁ ଲେଖିଛନ୍ତି । ସେହିପରି ଏହି ଫିଲ୍ମର ମ୍ୟୁଜିକ ଜାତୀୟ ପୁରସ୍କାର ବିଜେତା ଥମନ ଏସ ପ୍ରସ୍ତୁତ କରିବେ ଏବଂ ଫିଲ୍ମର ନିର୍ମାତା ଅଟନ୍ତି ଟିଜି ବିଶ୍ବ ପ୍ରସାଦ । ଏଥିସହ ଏହି ଫିଲ୍ମ ଦିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ସାଲାର ରିଲିଜ ପରେ ବିବାହ କରିବେ ପ୍ରଭାସ ! ସମ୍ପର୍କୀୟ କଲେ ଖୁଲାସା

କହିରଖୁଛୁ କି, ପ୍ରଭାସଙ୍କ ଫିଲ୍ମ ସାଲାର ଗତବର୍ଷ ଡିସେମ୍ବର ୨୨ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ବକ୍ସ ଅଫିସରେ ଧମାକା କରିବା ସହ ଦର୍ଶକଙ୍କ ମନ ଜିତୁଛି । ବର୍ତ୍ତମାନ ଫିଲ୍ମ ରିଲିଜର ୨୪ଦିନରେ ପହଞ୍ଚିଥିବା ବେଳେ ମୋଟ ଭାରତୀୟ ବକ୍ସ ଅଫିସରେ ୪୦୩.୮୫ କୋଟି ଆୟ କରିଛି ଏବଂ ବିଶ୍ବରେ ୬୧୦ କୋଟି ଆୟ କରି ସଫଳତା ହାସଲ କରିଛି । ଏହା ବ୍ୟତୀତ ପ୍ରଭାସଙ୍କ ଅନେକ ଫିଲ୍ମ ୨୦୨୪ରେ ରିଲିଜ ହେବାର ଅଛି ।

ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି ୨୮୯୮AD' ଏବର୍ଷ ପରଦାକୁ ଆସିବ । ଏହି ଫିଲ୍ମରେ ଅନେକ ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ହାଇ ବଜେଟରେ ନିର୍ମିତ ଏହି ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ସାଉଥ ଅଭିନେତା ପ୍ରଭାସ, କମଲ ହାସନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ନିର୍ମାତା ଏହି ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ନୂଆ ରିଲିଜ ତାରିଖ ଘୋଷଣା କରିଥିଲେ । ପୂର୍ବରୁ ଏହି ଫିଲ୍ମ ଜାନୁଆରୀ 12ରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହା ଘୁଞ୍ଚାଯାଇ ମେ ୯, ୨୦୨୪ରେ ଏହି ଫିଲ୍ମ ରିଲିଜ ହେବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.