ETV Bharat / entertainment

ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା ପୋନିୟିନ୍ ସେଲଭନ, 500 କୋଟି ବଜେଟର ଫିଲ୍ମ ପୋନିୟିନ୍ ସେଲଭାନ୍‌

ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା ପୋନିୟିନ୍ ସେଲଭନ । 500 କୋଟି ବଜେଟର ଫିଲ୍ମ ପୋନିୟିନ୍ ସେଲଭାନ୍‌ । ତାମିଲ ଚଳଚ୍ଚିତ୍ର ପୋନିୟିନ୍ ସେଲଭାନ୍: ପାର୍ଟ -1 ଓ୍ବାର୍ଲ୍ଡ ଓ୍ବାଇଡ୍‌ ବକ୍ସ ଅଫିସରେ ବଲିଉଡ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରକୁ ରୋଜଗାରରେ ପଛରେ ପକାଇ ଦେଇଛି । ଅଧିକ ପଢନ୍ତୁ

ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା 500 କୋଟିର ଫିଲ୍ମ ପୋନିୟିନ୍ ସେଲଭାନ୍‌

author img

By

Published : Oct 19, 2022, 5:10 PM IST

ହାଇଦ୍ରାବାଦ: ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା ପୋନିୟିନ୍ ସେଲଭନ । 500 କୋଟି ବଜେଟର ଫିଲ୍ମ ପୋନିୟିନ୍ ସେଲଭାନ୍‌ । ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଭେଟେରାନ୍ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ 'ପୋନିୟିନ୍ ସେଲଭାନ୍: ପାର୍ଟ -1' (ponniyin selvan 1) ବକ୍ସ ଅଫରେ ଇତିହାସ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରଟି ନିକଟରେ ରିଲିଜ୍ ହୋଇଥିବା ଆୟାନ୍ ମୁଖାର୍ଜୀ ନିର୍ଦ୍ଦେଶିତ ତଥା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ 'ବ୍ରହ୍ମାସ୍ତ୍ର ପାର୍ଟ 1- ଶିବା'କୁ ବକ୍ସ ଅଫିସରେ ରୋଜଗାର ମାମଲାରେ ପଛରେ ପକାଇ ଦେଇଛି । ଏହି ଚଳଚ୍ଚିତ୍ର 2022 ର ତୃତୀୟ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । ଉଲ୍ଲେଖନୀୟ ଯେ, 30 ସେପ୍ଟେମ୍ବରରେ PS-1 ବିଶ୍ବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। ଚୋଳ ସାମ୍ରାଜ୍ୟର କାହାଣୀ ଉପରେ ଆଧାରିତ ଏହି ପିରିୟଡ ଡ୍ରାମା ଚଳଚ୍ଚିତ୍ର ସାରା ବିଶ୍ୱରେ 457 କୋଟି ଟଙ୍କା ରୋଜଗାର କରିଛି ।

କିନ୍ତୁ ଘରୋଇ ବକ୍ସ ଅଫିସରେ ରୋଜଗାର କ୍ଷେତ୍ରରେ PS-1 ତଥାପି ‘ବ୍ରହ୍ମାସ୍ତ୍ର’ ପଛରେ ରହିଛି । ଏହା ସହିତ, 2022 ରେ ସର୍ବାଧିକ ରୋଜଗାର ଦୃଷ୍ଟିରୁ KGF2 ନମ୍ବର -1 ରେ ଥିବାବେଳେ RRR ଦ୍ୱିତୀୟ ସ୍ଥାନରେ ଅଛି । ଉଭୟ ସାଉଥ୍ ଚଳଚ୍ଚିତ୍ର, ଯାହା ବକ୍ସ ଅଫିସରେ ବହୁତ ରୋଜଗାର କରିଛି ।

PS-1 ରୋଜଗାର

PS-1 ଘରୋଇ ବକ୍ସ ଅଫିସରେ ମଙ୍ଗଳବାର ପର୍ଯ୍ୟନ୍ତ 19 ଦିନ ମଧ୍ୟରେ 251.30 କୋଟି ଟଙ୍କା ଆୟ କରିଥିବାବେଳେ ଏହାର ବିଶ୍ୱବ୍ୟାପୀ କଲେକ୍ସନ 19 ଦିନରେ 457 କୋଟି ଟଙ୍କା ଥିଲା । ଏଥି ସହିତ ଘରୋଇ ବକ୍ସ ଅଫିସରେ 268.56 କୋଟି ରୋଜଗାର କରି ବ୍ରହ୍ମାସ୍ତ୍ର PS-1 ଠାରୁ ଆଗରେ ଥିବାବେଳେ ବ୍ରହ୍ମାସ୍ତ୍ରର ଓ୍ବାର୍ଲ୍ଡ ଓ୍ବାଇଡ୍‌ 430 କୋଟି ଟଙ୍କାକୁ ହ୍ରାସ ପାଇଛି।

ଏହା ବି ପଢନ୍ତୁ: ମଣି ରତ୍ନମ୍‌ଙ୍କ ଫିଲ୍ମ Ponniyin Selvanର ଧମାକାଦାର ଟ୍ରେଲର ରିଲିଜ

ତାମିଲ ସଂସ୍କରଣରେ ଏତିକି ରୋଜଗାର

PS1 ରିଲିଜ୍ ହେବାର 19 ଦିନରେ ଘରୋଇ ବକ୍ସ ଅଫିସରେ 1.55 କୋଟି ଟଙ୍କା କଲେକ୍ସନ କରିଛି । ଏଥିରେ ତାମିଲ ସଂସ୍କରଣରେ ସର୍ବାଧିକ 1.31 କୋଟି ରୋଜଗାର ହୋଇଛି । ଯେତେବେଳେ କି ଫିଲ୍ମଟି ହିନ୍ଦୀ ସଂସ୍କରଣରୁ ମାତ୍ର 18 ଲକ୍ଷ ଟଙ୍କା କଲେକ୍ସନ କରିଛି । ତାମିଲ ସଂସ୍କରଣରେ ମୋଟ ରୋଜଗାର 207.63 କୋଟି ଟଙ୍କା ହୋଇଛି । ଏହା ବ୍ୟତୀତ ତେଲୁଗୁ ଭାଷାରେ 14.82 କୋଟି, ହିନ୍ଦୀରେ 21.64 କୋଟି ଟଙ୍କା କଲେକ୍ସନ କରିଛି । ଏହି ଚଳଚ୍ଚିତ୍ରଟି ମାଲାୟାଲମ୍ ସଂସ୍କରଣରେ ସର୍ବନିମ୍ନ 7.21 କୋଟି ଟଙ୍କା ରୋଜଗାର କରିଛି ।

500 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ

ଏହି ପୋନିୟିନ୍ ସେଲଭାନ୍ ଦୁଇଟି ଭାଗରେ ଆସିବ, ଏହା ହେଉଛି ଫିଲ୍ମର ପ୍ରଥମ ଭାଗ । ଯାହା 500 କୋଟିର ଏକ ବଡ ବଜେଟରେ ପ୍ରସ୍ତୁତ କରାଯାଇଛି । ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଚିଆନ ବିକ୍ରମ, କାର୍ତ୍ତି, ଜୟମ ରବି, ତ୍ରିଶା, ଐଶ୍ୱର୍ଯ୍ୟା ଲକ୍ଷ୍ମୀ, ଲାଲ ଏବଂ ଶୋଭିତା ଧୁଲିପାଲା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରର ସାଉଣ୍ଡଟ୍ରାକ୍ ଆର୍ ରହମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବାବେଳେ ରବି ବର୍ମନଙ୍କ ଦ୍ୱାରା ସୁଟ୍‌ କରାଯାଇଥିଲା । ଲାଇକା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଥମ ତାମିଲ ଚଳଚ୍ଚିତ୍ର ହେବ ଯାହାକି IMAX ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା ।

ବିଶ୍ବବ୍ୟାପୀ ରୋଜଗାରରେ ଶ୍ରେଷ୍ଠ 5 ଚଳଚ୍ଚିତ୍ର

2022 ବର୍ଷ ବିଷୟରେ କହିବାକୁ ଗଲେ, KGF 2 ବିଶ୍ବର ସର୍ବାଧିକ 1231.6 କୋଟି ଟଙ୍କା କଲେକ୍ସନ କରିଛି । ବିଶ୍ୱବ୍ୟାପୀ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଦଙ୍ଗଲ (2023 କୋଟି), ବାହୁବଲୀ -2 (1810 କୋଟି), ଆରଆରଆର (1151 କୋଟି), ବଜରଙ୍ଗୀ ଭାଇଜାନ୍‌ (910 କୋଟି), ସିକ୍ରେଟ୍ ସୁପରଷ୍ଟାର (858 କୋଟି) ଅନ୍ତର୍ଭୁକ୍ତ । ଏହି ତାଲିକାରେ PS ହେଉଛି 14 ନମ୍ବର ଏବଂ ବ୍ରହ୍ମାସ୍ତ୍ର 17 ନମ୍ବରକୁ ଖସି ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.