ETV Bharat / entertainment

ରାମ୍ପ ୱାକ୍ ବେଳେ କିଆରାଙ୍କ ଶାଶୁଙ୍କୁ ଫ୍ଲାଇଂ କିସ୍‌, ପସନ୍ଦ କଲେ ଫ୍ୟାନ୍ସ

author img

By

Published : Jul 26, 2023, 4:39 PM IST

କିଆରା ଆଡଭାନୀ ଏକ ଫ୍ୟାଶନ ଇଭେଣ୍ଟରେ ବାର୍ବି ଲୁକରେ ଦର୍ଶକଙ୍କ ମନ ଜିତିଥିଲେ । ଏହି ଶୋ' ଦେଖିବାକୁ ପହଞ୍ଚିଥିଲେ ତାଙ୍କ ଶାଶୁ । ତେବେ ରାମ୍ପ ୱାକ୍ ସମୟରେ ଶାଶୁ ମା'ଙ୍କୁ କିଆରା ଫ୍ଲାଇଂ କିସ୍‌ ଦେଇଥିଲେ । ଏହି ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ପ୍ରତିକ୍ରିୟାରେ କିଆରାଙ୍କ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ରାମ୍ପ ୱାକ୍ ସମୟରେ ଶାଶୁଙ୍କୁ ପ୍ଲାଇଂ କିସ ଦେଲେ କିଆରା, ଫ୍ୟାନ୍ସ କଲେ ପ୍ରଶଂସା

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ 'ବାର୍ବୀ'ର ଜଲୱା ବଲିଉଡରେ ଦେଖିବାକୁ ମିଳିଛି । ଅଧିକାଂଶ ଅଭିନେତ୍ରୀଙ୍କୁ ବାର୍ବି ଲୁକ୍‌ରେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ କିଆରା ଆଡଭାନୀ ଏକ ଫ୍ୟାଶନ ଇଭେଣ୍ଟରେ ବୋଲ୍ଡ ବାର୍ବି ଲୁକରେ ରାମ୍ପ୍‌ କରିଛନ୍ତି । ଏଠାରେ କିଆରା ଆଡଭାନୀ ତାଙ୍କ ଏହି ଲୁକ୍ ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ରାମ୍ପ୍‌ୱାକ୍‌ ସମୟରେ ସେ ତାଙ୍କ ଶାଶୁଙ୍କୁ ଫ୍ଲାଇଂ କିସ୍‌ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବାପରେ ଫ୍ୟାନ୍ସ ପ୍ରତିକ୍ରିୟାରେ କିଆରାଙ୍କ ପ୍ରଶଂସା କରିଛନ୍ତି ।

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଷ୍ଟାର ପତ୍ନୀ କିଆରା ଆଡଭାନୀ ତାଙ୍କ ଶାଶୁଙ୍କ ସହ ICW 2023 ଫ୍ୟାଶନ ଇଭେଣ୍ଟରେ ଯୋଗ ଦେଇଥିଲେ। କିଆରା ଏହି ଶୋ'ରେ ପିଙ୍କ୍‌ ଆଉଟଫିଟରେ ବାର୍ବି ଲୁକରେ ନଜର ଆସିଥିଲେ । ଗୋଟିଏ ପଟେ କିଆରାଙ୍କ ଏହି ଲୁକ୍‌ ସମସ୍ତଙ୍କୁ ଦିୱାନା କରିଥିବା ବେଳେ ଅନ୍ୟପଟେ ରାମ୍ପ୍‌ ୱାକ୍‌ ସମୟରେ ଶାଶୁ ଦେଉଥିବା ଫ୍ଲାଇଂ କିସ୍‌ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଏହି ଭିଡିଓ ଏବଂ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଭାଇରାଲ ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କିଆରାଙ୍କ ପ୍ରଶଂସା କରୁଛନ୍ତି ।

କିଆରାଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଶୋ' ପରେ ସିଦ୍ଧାର୍ଥଙ୍କ ମା'ଙ୍କୁ ଭେଟି ହଗ୍ କରିଥିଲେ । ଫ୍ୟାନ୍ସମାନେ ଏହି ଭିଡିଓକୁ ଲାଇକ୍‌ କରିବା ସହ କମେଣ୍ଟ କରିଛନ୍ତି । ଜଣେ ଲେଖିଛନ୍ତି, 'ପରଫେକ୍ଟ ବୋହୂ ।' ଅନ୍ୟ ଜଣେ ଲେଖିଛନ୍ତି, 'କିଆରା ତାଙ୍କୁ ଶାଶୁଙ୍କ ସହ ବହୁତ ଭଲ ବ୍ୟବହାର କରୁଛନ୍ତି ।' ଏଥିସହିତ କିଛି ଲୋକ କିଆରାଙ୍କୁ ଇଣ୍ଡିଆନ୍‌ ବାର୍ବି ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିବାହ ପରେ ପ୍ରଥମ କରି ଏକାଠି ନଜର ଆସିଲେ Sidkiara

ସେପଟେ କିଆରାଙ୍କ ୱାର୍କ୍‌ଫ୍ରଣ୍ଟ କଥା କହିବାକୁ ଗଲେ, କିଆରା ଆଡଭାନୀଙ୍କୁ ଶେଷ ଥର ପାଇଁ 'ସତ୍ୟପ୍ରମ କି କଥା'ରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ 2ୟ ଥର ପାଇଁ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି। ଫିଲ୍ମରେ ଉଭୟଙ୍କ ଲଭ କେମେଷ୍ଟ୍ରିକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ଫିଲ୍ମ ସାରା ବିଶ୍ବରେ ଭଲ ପ୍ରଦର୍ଶନ ସହ 100କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ଅନ୍ୟପଟେ କିଆରାଙ୍କୁ ଖୁବଶୀଘ୍ର ସାଉଥ ସୁପରଷ୍ଟାର ରାମ ଚରଣଙ୍କ ସହ ଗେମ୍‌ ଚେଞ୍ଜର ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମ 2024 ମକର ସଂକ୍ରାନ୍ତି ଅବସରରେ ରିଲିଜ ହେବ ବୋଲି ଜଣାପଡିଛି । ତେବେ ଏହି ଚଳଚ୍ଚିତ୍ରକୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.