ETV Bharat / entertainment

Tamil TV Actor Pawan Death: ହୃଦଘାତରେ ଚାଲିଗଲା 25 ବର୍ଷୀୟ ଟିଭି ଅଭିନେତାଙ୍କ ଜୀବନ

author img

By

Published : Aug 19, 2023, 11:33 AM IST

ତାମିଲ ଏବଂ ହିନ୍ଦୀ ସିରିଏଲରେ କାମ କରିଥିବା 25 ବର୍ଷୀୟ ଟିଭି ଅଭିନେତା ପୱନଙ୍କର ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଅଭିନେତା ପୱନଙ୍କ ଦେହାନ୍ତ
ଅଭିନେତା ପୱନଙ୍କ ଦେହାନ୍ତ

ହାଇଦ୍ରାବାଦ: ହୃଦ୍‌ଘାତରେ ଚାଲିଗଲା ଆଉ ଜଣେ ଯୁବ ଅଭିନେତାଙ୍କ ଜୀବନ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଗଷ୍ଟ 18 ତାରିଖରେ ତାମିଲ ଟିଭି ଅଭିନେତା ପବନ ସିଂଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 25 ବର୍ଷ ବୟସ ହୋଇଥିଲା । ପବନଙ୍କ ମୃତ୍ୟୁ ମୁମ୍ବାଇ ସ୍ଥିତ ତାଙ୍କ ଘରେ ହୋଇଛି । ନିକଟ ଅତୀତରେ ହୃଦ୍‌ଘାତ ହେତୁ ଅନେକ କଳାକାରଙ୍କ ମୃତ୍ୟୁ ଘଟିଛି । ଏହି ହୃଦଘାତରେ ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ କନ୍ନଡ ତାରକା ପୁନିତ ରାଜକୁମାର ମଧ୍ୟ ଥିଲେ । ତାଙ୍କ ଦେହାନ୍ତ ଖବର ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଥରାଇ ଦେଇଥିଲା । ଏବେ ଆଉ ଜଣେ ଯୁବ ଅଭିନେତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଏହା ମଧ୍ୟ ପଢନ୍ତୁ: Gadar 2 ଦେଖି ରାଗିଲେ ପାକିସ୍ତାନ ଦର୍ଶକ, ସନ୍ନି ଦେଓଲଙ୍କୁ ଦେଲେ ଚେତାବନୀ

ପବନ କର୍ଣ୍ଣାଟକର ବାସିନ୍ଦା

ଅଭିନେତା ପବନ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ବାସିନ୍ଦା ଥିଲେ । ଖବର ଅନୁଯାୟୀ ପବନଙ୍କ ମୃତଦେହ ମୁମ୍ବାଇରୁ ତାଙ୍କ ଜନ୍ମସ୍ଥାନ ମାଣ୍ଡ୍ୟାକୁ ଅଣାଯିବ, ଯେଉଁଠାରେ ତାଙ୍କର ଶେଷ ରୀତିନୀତି ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା କରାଯିବ । ପବନ ନିଜ ପରିବାର ସହିତ ମୁମ୍ବାଇରେ ରହୁଥିଲେ । ସେ ହିନ୍ଦୀ ଏବଂ ତାମିଲରେ ଅନେକ ସିରିଏଲରେ କାମ କରିଥିଲେ । ଅନ୍ୟପକ୍ଷରେ ପବନଙ୍କ ଆକସ୍ମିକ ମୃତ୍ୟୁ ହେତୁ ତାଙ୍କ ପୁରା ପରିବାର ସ୍ତବ୍ଧ ହୋଇଯାଇଛି । ତେବେ ଏପର୍ଯ୍ୟନ୍ତ ହୃଦଘାତରେ ପୀଡିତ ଥିବା ବ୍ୟତୀତ ଅଭିନେତାଙ୍କ ମୃତ୍ୟୁର ବିବରଣୀ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଚାଲିଗଲା କନ୍ନଡ ଅଭିନେତାଙ୍କ ପତ୍ନୀ ସ୍ପନ୍ଦନାଙ୍କ ଜୀବନ

ଶୋକ ବ୍ୟକ୍ତ

ମଣ୍ଡ୍ୟା ବିଧାୟକ ଏଚ୍.ଟି ମଞ୍ଜୁ, ପୂର୍ବତନ ବିଧାୟକ କେ.ବି ଚନ୍ଦ୍ରଶେଖର, ପୂର୍ବତନ ମନ୍ତ୍ରୀ କେ.ସି ନାରାୟଣ ଗୌଡା, ପୂର୍ବତନ ବିଧାୟକ ବି ପ୍ରକାଶ, ଟିଏପିସିଏମ୍‌ଏସ୍‌ ସଭାପତି ବି.ଏଲ୍ ଦେବରାଜୁ, କଂଗ୍ରେସ ନେତା ବୁକାନାକେର୍ ବିଜୟ ରାମଗୋଡା, ବ୍ଲକ କଂଗ୍ରେସ ସଭାପତି ବି ନାଗେନ୍ଦ୍ର କୁମାର, ଜେଡିଏସ୍ ନେତା ଅକିହେବାବାଲୁ ରଘୁ, ଯୁବ ଜନତା ଦଳର ସାଧାରଣ ସମ୍ପାଦକ କୁରୁବାହାଲ୍ଲୀ ନାଗେଶ ଏବଂ ଅନେକ ପବନଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Death Anniversary: ମନେ ପଡନ୍ତି ପୁନିତ, ପାୱାର ଷ୍ଟାରଙ୍କୁ ଝୁରୁଛନ୍ତି ଫ୍ୟାନ୍ସ

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନାଙ୍କ ଦେହାନ୍ତ ହୋଇଥିଲା । ଥାଇଲ୍ୟାଣ୍ଡରେ ଛୁଟି କାଟୁ ଥିବାବେଳେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଅକାଳ ମୃତ୍ୟୁରେ ପୁରା କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.