ETV Bharat / entertainment

Parineeti- Raghav: ଆସିଲା ବିବାହ ତାରିଖ, ଏହି ଦିନ ପଡିବ ରାଘବ-ପରିଣୀତିଙ୍କ ହାତଗଣ୍ଠି

author img

By

Published : Aug 20, 2023, 1:44 PM IST

ଖୁବଶୀଘ୍ର ବିବାହ କରିବେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା । ଅନେକ କଳ୍ପନା ଜଳ୍ପନାର ଅନ୍ତ ପରେ ଶେଷରେ ଏହି କପଲଙ୍କ ବିବାହ ତାରିଖ ଏବଂ ସ୍ଥାନ ଫାଇନାଲ ହୋଇଛି । ଏହି କପଲଙ୍କ କେବେ ଏବଂ କେଉଁଠାରେ ହାତଗଣ୍ଠି ପଡିବ । ଜାଣନ୍ତୁ

ଏହି ଦିନ ପଡିବ ପରିଣୀତି ଏବଂ ରାଘବଙ୍କ ହାତଗଣ୍ଠି

ମୁମ୍ବାଇ: ଖୁବଶାଘ୍ର ହାତକୁ ଦି'ହାତ ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା । ଡେଟିଂ କରିବା ଦିନ ଠାରୁ ଉଭୟ ଚର୍ଚ୍ଚାରେ ରହିଥିଲେ । ଏହାପରେ ପରେ ଏହି କପଲ ନିର୍ବନ୍ଧ କରି ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ସେହି ଦିନ ଠାରୁ ଉଭୟଙ୍କ ବିବାହ ନେଇ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିରହିଥିଲେ । ତେବେ ବର୍ତ୍ତମାନ ଖବର ଆସୁଛି ଯେ ପରିଣୀତି ଏବଂ ରାଘବଙ୍କ ବିବାହ ତାରିଖ ଚୂଡାନ୍ତ ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ଚଳିତ ବର୍ଷ ସେପ୍ଟେମ୍ବର 25ରେ ବିବାହ କରିବେ । ପରିବାର, ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏହି କପଲ ଏକ ଗ୍ରାଣ୍ଡ ଆୟୋଜନରେ ବିବାହ କରିବେ । ବିବାହର ପ୍ରାୟ 10 ଦିନ ପୂର୍ବରୁ ଏହି କପଲ ସମସ୍ତ ପ୍ରସ୍ତୁତି ଆରମ୍ଭ କରିବେ । ଏଥିସହ ବଲିଉଡ ଇଣ୍ଡଷ୍ଟ୍ରିରୁ ରାଜନୀତି ପର୍ଯ୍ୟନ୍ତ ଲୋକମାନେ ପରିଣୀତି ରାଘବଙ୍କ ବିବାହ ଉତ୍ସବରେ ଯୋଗ ଦେବେ । ତେବେ ବିବାହ ତାରିଖ ସମ୍ପର୍କରେ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ । ଏହା ମଧ୍ୟ ଖବର ଆସୁଛି ଯେ ପରିଣୀତି ଏବଂ ରାଘବ ରାଜସ୍ଥାନରେ ବିବାହ କରିବେ । ତାଙ୍କର କିଛି ଫଟୋ ସାମ୍ନାକୁ ଆସିବା ପରେ ଅନୁମାନ କରାଯାଉଛି ଯେ ପ୍ରିୟଙ୍କାଙ୍କ ପରି ପରିଣୀତି ମଧ୍ୟ ରାଜକୀୟ ଶୈଳୀରେ ବିବାହ କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ: ପରିଣୀତିଙ୍କ ସହ ନିର୍ବନ୍ଧ ପରେ ବଦଳିଗଲା ରାଘବଙ୍କ ଲାଇଫ୍‌, ଖୁଲାସା କଲେ ଆପ୍ ନେତା

ସୂଚନା ଥାଉ କି, କଲେଜ ଦିନରୁ ପରିଣୀତି ଏବଂ ରାଘବ ପରସ୍ପରକୁ ଜାଣନ୍ତି । ଏହି କପଲ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଏକାଠି ଅଧ୍ୟୟନ କରିଥିଲେ । ସେମାନେ ସେତେବେଳେ ସଂପର୍କରେ ନଥିଲେ । ସେମାନଙ୍କର ପ୍ରେମ କାହାଣୀ 'ଚମକିଲା' ଚଳଚ୍ଚିତ୍ରର ସେଟରୁ ଆରମ୍ଭ ହୋଇଥିଲା । ତା’ପରେ ରାଘବ ଅଭିନେତ୍ରୀଙ୍କୁ ବନ୍ଧୁ ଭାବରେ ଭେଟିବାକୁ ଯାଇଥିଲେ । ଏହାପରେ ଉଭୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ । ବର୍ଷ ବର୍ଷ ଧରି ଡେଟିଂ କରିବା ପରେ, ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଚଳିତ ବର୍ଷ ମେ 13 ରେ ନିର୍ବନ୍ଧ କରିଥିଲେ ।

ନୂଆଦିଲ୍ଲୀର କପୁରଥାଲା ହାଉସରେ ଏହି କପଲଙ୍କ ନିର୍ବନ୍ଧ ହୋଇଥିଲା । ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମେତ ଅନ୍ୟ କେତେକ ଲୋକପ୍ରିୟ ସେଲିବ୍ରିଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ପରେ ଉଭୟଙ୍କୁ ଲଣ୍ଡନରେ ସପିଂ କରୁଥିବା ଦେଖିବାକୁ ମିଳିଥିଲା। ଏବଂ ପରେ ଉଭୟ ନିଜ ବିବାହ ପାଇଁ ରାଜସ୍ଥାନରେ ସ୍ଥାନ ଖୋଜୁଥିବାର ବି ନଜର ଆସିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଉଭୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.