ETV Bharat / entertainment

OMG 2 BO Collection day 6: ଏତେ ପ୍ରଶଂସା ପରେ ବି 100 କୋଟି ଛୁଇଁ ପାରିନି ଅକ୍ଷୟଙ୍କ ଫିଲ୍ମ

author img

By

Published : Aug 17, 2023, 12:44 PM IST

ଅକ୍ଷୟ କୁମାରଙ୍କ ଫିଲ୍ମ 'ଓଏମଜି ୨' ଲୋକଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଛି । ହେଲେ ରିଲିଜ୍ ହେବାର 6 ଦିନରେ ମଧ୍ୟ ଏହା 100 କୋଟି କଲେକ୍ସନ କରିବାରେ ସକ୍ଷମ ହୋଇନାହିଁ । ଜାଣନ୍ତୁ ମୋଟ ରୋଜଗାର କେତେ । ଅଧିକ ପଢନ୍ତୁ

ଓ ମାଇ ଗଡ
ଓ ମାଇ ଗଡ 2

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ 'ଓଏମଜି ୨' ସନି ଦେଓଲଙ୍କ 'ଗଦର ୨' ସହିତ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରଟି ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇଥିଲା କିନ୍ତୁ ଏହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା । ଏମିତି କି ଫିଲ୍ମଟି 6 ଦିନ ମଧ୍ୟରେ 100 କୋଟି କଲେକ୍ସନ ମଧ୍ୟ ପାର୍‌ କରିପାରିନାହିଁ । ଯେତେବେଳେ କି ଏହା ଏକ ଧମାକାଦାର ପ୍ରମୋସନ୍‌ ହୋଇଥିଲା । କିନ୍ତୁ, ଏହାର ପ୍ରଭାବ ବକ୍ସ ଅଫିସ୍ କଲେକ୍ସନରେ ଦେଖାଗଲା ନାହିଁ । ବକ୍ସ ଅଫିସରେ ଏହାର ଗତି ଧୀର ହୋଇଥିଲେ ମଧ୍ୟ ଚଳଚ୍ଚିତ୍ରଟି 'ଗଦର ୨' ଏବଂ 'ଜେଲର' ମଧ୍ୟରେ ସ୍ଥାନ ପାଇଛି । ତେବେ ଆଶା କରାଯାଉଛି ଯେ ଫିଲ୍ମ ଓଏମଜି ୨ ରିଲିଜ୍ ହେବାର 7 ଦିନ ମଧ୍ୟରେ 100 କୋଟି ଛୁଇଁପାରେ । ତେବେ ଷଷ୍ଠ ଦିନରେ ଚଳଚ୍ଚିତ୍ରର ବିଶ୍ବ ବକ୍ସ ଅଫିସ୍ କଲେକ୍ସନରେ ପ୍ରାୟ 20 ପ୍ରତିଶତ ହ୍ରାସ ଘଟିଛି ।

  • Worldwide #BoxOffice collections of #OMG2:

    Friday: 10.26 cr
    Saturday: 15.30 cr (50% jump)
    Sunday: 17.55 cr (14% jump)
    Monday: 12.06 cr (31% drop)
    Tuesday: 17.10 cr (41% jump)
    Wednesday: 7.75 cr (55% drop)

    Total: 80.02 cr net

    Overseas: $1.75 Million (13.75 cr)

    Worldwide: 110… https://t.co/I3Z0YGXpIH

    — Box Office Worldwide (@BOWorldwide) August 16, 2023 " class="align-text-top noRightClick twitterSection" data=" ">

ବକ୍ସ ଅଫିସ୍ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ (ଅଗଷ୍ଟ15) ଛୁଟିଦିନ ଯୋଗୁଁ ଫିଲ୍ମର କଲେକ୍ସନ ବହୁତ ଭଲ ରହିଥିଲା । ରିଲିଜ ହେବାର ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମଟି ଠିକ୍‌ଠାକ୍‌ ଥିଲା । ପ୍ରଥମ ଶନିବାର ଦିନ ଫିଲ୍ମର ରୋଜଗାରରେ 50 ପ୍ରତିଶତ ବୃଦ୍ଧି ଘଟିଥିଲା। ଦ୍ୱିତୀୟ ଦିନରେ ଫିଲ୍ମ 15.30 କୋଟି କଲେକ୍ସନ କରିଥିଲା ​​। ଏହା ପରେ ରବିବାର ଦିନ ଫିଲ୍ମର ଆୟ 14 ପ୍ରତିଶତ ବୃଦ୍ଧି ପାଇ 17.55 କୋଟି କଲେକ୍ସନ କରିଛି । ଚଳଚ୍ଚିତ୍ରଟି ସପ୍ତାହ ଶେଷରେ 43.11 କୋଟି ନିଟ୍ କଲେକ୍ସନ କରିଛି, ଯାହା ଏକ ଭଲ ଫଳାଫଳ ଥିଲା ।

ଏହା ମଧ୍ୟ ପଢନ୍ତୁ: କନସର୍ଟ ବେଳେ ମଞ୍ଚରେ ପଡିଗଲେ ନିକ ଜୋନାସ, ଭାଇରାଲ ହେଲା ଭିଡିଓ

OMG 2 ରିଲିଜ୍‌ର ଚତୁର୍ଥ ଦିନରେ ପ୍ରାୟ 12.06 କୋଟି କଲେକ୍ସନ କରିଥିଲା, ଯାହା ଓପନିଂ ଡେ’ ଅପେକ୍ଷା ଭଲ ଥିଲା । ଅନ୍ୟପକ୍ଷରେ, ମଙ୍ଗଳବାର ଦିନ ଜାତୀୟ ଛୁଟିଦିନ ଯୋଗୁଁ ଏହି ଫିଲ୍ମ 41 ପ୍ରତିଶତକୁ ବୃଦ୍ଧି ପାଇ 17.10 କୋଟି ଟଙ୍କା କଲେକ୍ସନ କରିଛି । ବୁଧବାର ଅର୍ଥାତ୍‌ ଷଷ୍ଠ ଦିନରେ, ଫିଲ୍ମ କିଛି ଖାସ୍‌ ପ୍ରଦର୍ଶନ କରିପାରିଲା ନାହିଁ, ଯେଉଁଥିପାଇଁ ଏହା 7.75 କୋଟିର ନିଟ୍ କଲେକ୍ସନ୍ ସଂଗ୍ରହ କରି 55 ପ୍ରତିଶତ ହ୍ରାସ କରିଥିଲା ​​।

ଏହି ଚଳଚ୍ଚିତ୍ରଟି 6 ଦିନରେ ମୋଟ 80.02 କୋଟି ରୋଜଗାର କରିଛି । ଏଥି ସହିତ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ 6 ଦିନରେ ସାରା ବିଶ୍ୱରେ 110 କୋଟି ଆୟ ସହିତ 1.75 - 2 ମିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଛି।

ଏହା ମଧ୍ୟ ପଢନ୍ତୁ: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ବସ୍ତି, କୋର୍ଟଙ୍କ ଅନୁମତି ବିନା କରିପାରିବେ ବିଦେଶ ଯାତ୍ରା

ଉଲ୍ଲେଖନୀୟ ଯେ, ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଛନ୍ତି । ଟିଜରରେ ଦେଖାଯାଇଥିବା ତାଙ୍କର ଏହି ସଂଳାପ ହିନ୍ଦୁ ପୁରାଣର ଏକ କାହାଣୀ ଉପରେ ଆଧାରିତ । ତାଙ୍କ ପତ୍ନୀ ଦେବୀ ସତୀଙ୍କ ମୃତ୍ୟୁର କାରଣ ହେତୁ ଭଗବାନ ଶିବ 13ଦିନ ପର୍ଯ୍ୟନ୍ତ କ୍ରୋଧିତ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ । କ୍ରୋଧର ଏହି ଅବଧିକୁ ପ୍ରାୟତଃ "ଶିବଙ୍କ ତାଣ୍ଡଭାର 13 ଦିନ"ର ରୂପ ବୋଲି ମନେ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.