ଭୁବନେଶ୍ବର: ପୁଣିଥରେ ଚର୍ଚ୍ଚାରେ ଓଲିଉଡ ଅଭନେତ୍ରୀ ପ୍ରକୃତି ମିଶ୍ର । ପ୍ରଯୋଜକ ସଞ୍ଜୟ ନାୟକ ବା ଟୁଟୁ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ଟୁଟୁ ନାୟକ ଫିଲ୍ମରେ ଅଭିନେତ୍ରୀମାନଙ୍କୁ କାମ ଦେବାର ପ୍ରଲୋଭନ ଦେଖାଇ ଶୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରକୃତି ମିଶ୍ର । ‘‘my ollywood’’ ନାମକ ଏକ ଗ୍ରୁପ ଚାଟରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।
‘‘my ollywood’’ ଗ୍ରୁପ । ଏହା ଓଲିଉଡ ସେଲିବ୍ରିଟି ଏହି ଗ୍ରୁପରେ ସାମିଲ ହୋଇଛନ୍ତି । ଏଥିରେ ଓଲିଉଡ଼ ଅଭିନେତା ଅଭିନେତ୍ରୀ ମାନେ ନିଜ ନିଜର ସମସ୍ୟା ସେୟାର କରନ୍ତି ଖସି ଥଟ୍ଟାମଜା କଥା ହୋଇଥାନ୍ତି । ତେବେ ଏହି ଗ୍ରୁପ ଚାଟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରଯୋଜକ ସଞ୍ଜୟ ନାୟକ ବା ଟୁଟୁ ନାୟକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି । ପ୍ରକୃତି କହିଛନ୍ତି ଯେ, ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ନବାଗତ ଅଭିନେତ୍ରୀ, ଅଭିନେତାଙ୍କୁ ଶୋଷଣ କରନ୍ତି ପ୍ରଯୋଜକ । ଅନେକ ଝିଅ ତାଙ୍କ ଦ୍ବାରା ଖରାପ ବ୍ୟବହାରର ଶିକାର ହୋଇଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଛନ୍ତି ।
ତେଣୁ ଟୁଟୁ ନାୟକଙ୍କ ଭଳି ଜଣେ ଅଭଦ୍ରତାର ପରିଚୟ ଦେଉଥିବା ପ୍ରଯୋଜକଙ୍କୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରୁ ବୟକଟ କରିବା ଦରକାର ଆଉ ତାଙ୍କ ବିରୋଧରେ ସବୁ ଅଭିନେତ୍ରୀଙ୍କୁ ସାମନାକୁ ଆସି ଅଭିଯୋଗ କରିବା ଦରକାର । ଯାହାଦ୍ୱାରା ଆମ ସିନେମା ଇଣ୍ଡଷ୍ଟ୍ରିରେ ହେଉଥିବା କାଷ୍ଟିଂ କାଉଚ ବନ୍ଦ ହୋଇପାରିବ ଆଉ ସମସ୍ତେ ଗୋଟେ ସକାରାତ୍ମକ ପରିବେଶରେ କାମ କରିପାରିବେ ବୋଲି ପ୍ରକୃତି କହିଛନ୍ତି ।
ଏହାପରେ ଓଲିଉଡରେ ଝଡ଼ ଦେଖିବାକୁ ମିଳିଛି । ଏହାପରେ ଅନେକ ଅଭିନେତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତ୍ରୀ ଜସ୍ମିନ ରଥ ମଧ୍ୟ ତାଙ୍କ ସହ ଟୁଟୁ ନାୟକ କଣ କରିଛନ୍ତି ବୋଲି ନିଜ ମନର ଭାବନାକୁ ପ୍ରକାଶ କରିଥିଲେ । ଜସ୍ମିନ କହିଛନ୍ତି ଯେ ଲେଟ ନାଇଟ ପ୍ରଫେସନାଲ ମିଟିଂ ପାଇଁ ମୋତେ ପ୍ରଯୋଜକ ଟୁଟୁ ନାୟକ ଡାକୁଥିଲେ । ମୁଁ ମନା କରିବାରୁ ମୋତେ ତାଙ୍କ ପ୍ରୋଜେକ୍ଟରୁ ସକାଳେ ବାହାର କରିଦେଲେ । ତାପରେ ମୋ ବ୍ୟକ୍ତିଗତ ଜୀବନ ଉପରେ ବିଭିନ୍ନ ସ୍ଥାନରେ ଆଶାଳୀନ ମନ୍ତବ୍ୟ ବି ଦେଲେ । ଯାହା ମତେ ମାନସିକ ସ୍ତରରେ ଆଘାତ ଦେଇଛି ବୋଲି ସେ କହିଛନ୍ତି । କେବଳ ଅଭିନେତ୍ରୀ ଜସ୍ମିନ ରଥ ନୁହେଁ ପୁପୁଲ ଭୂୟାଁ ମଧ୍ୟ ଏହି କଥାକୁ ସମର୍ଥନ ଜଣାଇଛନ୍ତି । ଏନେଇ ପ୍ରକୃତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ଭୁବନେଶ୍ବର