ETV Bharat / entertainment

ପରଦାରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଦିଲ୍‌ରେ ଅଛି ତୋରି ନାଁ

ଆଜି ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ଦିଲ୍‌ରେ ଅଛି ତୋରି ନାଁ । ଆଜି ଭୁବନେଶ୍ୱର ସ୍ଥିତ ସ୍ୱାତୀ ସିନେମା ହଲରେ ଏହାର ପ୍ରିମିୟର ହୋଇଯାଇଛି । ଅଧିକ ପଢନ୍ତୁ

author img

By

Published : Jul 16, 2022, 4:35 PM IST

ପରଦାରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଦିଲ୍‌ରେ ଅଛି ତୋରି ନାଁ
ପରଦାରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଦିଲ୍‌ରେ ଅଛି ତୋରି ନାଁ

ଭୁବନେଶ୍ୱର: ଆଜି ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ଦିଲ୍‌ରେ ଅଛି ତୋରି ନାଁ । ଆଜି ଭୁବନେଶ୍ୱର ସ୍ଥିତ ସ୍ୱାତୀ ସିନେମା ହଲରେ ଏହାର ପ୍ରିମିୟର ହୋଇଯାଇଛି । ପ୍ରଯୋଜକ ରମେଶ ବାରିକ୍ ଆର୍ଆର୍ ଇଭେଣ୍ଟ ଓ ସିନେ ପ୍ରଡକ୍ସନ୍ ବ୍ୟାନରରେ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମ ଦିଲ୍‌ରେ ଅଛି ତୋରି ନାଁ ଓଡ଼ିଶାର ୧୬ଟି ହଲ୍‌ରେ ମୁକ୍ତିଲାଭ କରିଛି । ଏଥିରେ ରାୟଗଡ଼ାର ଝିଅ ଅନୁରାଧା ପାଣିଗ୍ରାହୀ ନାୟିକା ଭୂମିକାରେ ଅଭିନୟ କରିଥିବାବେଳେ ନାୟକ ସାଜିଛନ୍ତି ଷ୍ଟାଇଲିସ୍ ଷ୍ଟାର୍ ସମ୍ବିତ।

ଓଡ଼ିଆ ଚଳଚ୍ଚିତ୍ର ଦିଲ୍‌ରେ ଅଛି ତୋରି ନାଁ

ଅନ୍ୟତମ ନାୟିକା ଚରିତ୍ରରେ ପ୍ରିୟଙ୍କା ପାଣିଗ୍ରାହୀ ଅଭିନୟ କରିଛନ୍ତି । ଏହି ସିନେମାରେ ଉଭୟ ନବାଗତା ନାୟିକାଙ୍କୁ ସୁଯୋଗ ଦେଇ ରମେଶ ବାରିକ ଓଡ଼ିଆ ସିନେ ଦୁନିଆରେ ଏକ ସମ୍ଭାବନା ସୃଷ୍ଟି କରିଛନ୍ତି । ଅନ୍ୟାନ୍ୟ ଚରିତ୍ରରେ ପ୍ରଦ୍ୟୁମ୍ନ ଲେଙ୍କା, ଜୀବନପଣ୍ଡା, ଗୁଡୁ, ତପି ପ୍ରମୁଖ କଳାକାର ରହିଛନ୍ତି । ସିନେମାର କାହାଣୀ ଓ ସଂଳାପ ଡ. ରଜନୀ ରଞ୍ଜନ ଲେଖିଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମେଲୋଡି କିଙ୍ଗ୍ ଅଭିଜିତ୍ ମଜୁମଦାର ।

ତ୍ରିକୋଣୀୟ ପ୍ରେମକାହାଣୀଙ୍କୁ ନେଇ ଏହି ସିନେମାରେ ମୋଟ୍ ୪ଟି ଗୀତ ରହିଛି । ଏହାକୁ ଲେଖିଛନ୍ତି ଡା. ନିର୍ମଳନାୟକ । ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.