ETV Bharat / entertainment

ସଲାମ ଭୁବନେଶ୍ବରର ଶୁଭ ମହୁରତ

ଭୁବନେଶ୍ୱର ଉପକଣ୍ଠ ମଳିପଡାସ୍ଥିତ ହନୁମାନ ମନ୍ଦିରରେ ନୂତନ ଓଡ଼ିଆ ଚଳଚ୍ଚିତ୍ର 'ସଲାମ ଭୁବନେଶ୍ବର'ର ଶୁଭ ମହୁରତ ହୋଇଛି । ଅଧିକ ପଢନ୍ତୁ

ମହୁରତ ହେଲା ନୂଆ ଓଡ଼ିଆ ଚଳଚ୍ଚିତ୍ର ସଲାମ ଭୁବନେଶ୍ବର

author img

By

Published : Apr 14, 2022, 10:43 PM IST

Updated : Apr 15, 2022, 12:33 PM IST

ଭୁବନେଶ୍ବର: ମହୁରତ ହେଲା ନୂଆ ଓଡ଼ିଆ ଚଳଚ୍ଚିତ୍ର 'ସଲାମ ଭୁବନେଶ୍ବର' । ଭୁବନେଶ୍ୱର ଉପକଣ୍ଠ ମଳିପଡାସ୍ଥିତ ହନୁମାନ ମନ୍ଦିରରେ ନୂତନ ଓଡ଼ିଆ ଚଳଚ୍ଚିତ୍ର 'ସଲାମ ଭୁବନେଶ୍ବର'ର ଶୁଭ ମହୁରତ ହୋଇଛି । ବ୍ଲୁ ଆଇଜ୍ ଆଣ୍ଡ ଏସ୍ ପିକ୍ଚର୍ସ ବ୍ୟାନରର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସୁଧାକର ବସନ୍ତ । ତାଙ୍କ ସହ ରୁପାଲି ଦ୍ବିବେଦୀ ମଧ୍ୟ ପ୍ରଯୋଜନା ଦାୟିତ୍ଵରେ ରହିଛନ୍ତି ।

ସଲାମ ଭୁବନେଶ୍ବରର ଶୁଭ ମହୁରତ

ଅଭିଜିତ ମଜୁମଦାର ଏହାର ଗୀତ ରଚନା କରିଛନ୍ତି । ନବାଗତ ହିରୋ ରାଜବୀରଙ୍କ ନାୟିକା ଭାବେ ମଡେଲର ଅନିଶାଙ୍କ ଯୋଡ଼ି ଦେଖିବାକୁ ମିଳିବ । ସେହିପରି ବବି ମିଶ୍ର, ପିଣ୍ଟୁ ନନ୍ଦ, ସମରେଶ ସୁଧାକର ବସନ୍ତ, ଗୁଲୁଆ, କାଳିଆ ଷଣ୍ଢ, ପ୍ରଳୟ, ରୋଜାଲିନ, ସ୍ବିଟି, ନନସେନ୍ସ ମଣି, ମଧୁ ରାଓ ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟି ଏକ ଆକ୍ସନ ଭିତ୍ତିକ ହୋଇଥିବାବେଳେ ହିରୋ ରାଜବୀରଙ୍କ ସହ ଏକ କୁକୁର ମଧ୍ୟରେ ଥିବା ସମ୍ବନ୍ଧକୁ ଚିତ୍ରଣ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 15, 2022, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.