ମୁମ୍ବାଇ: ପାଖେଇ ଆସୁଛି ନୂଆ ବର୍ଷ। ପୁରୁଣା ବର୍ଷକୁ ବିଦାୟୀ ଦେଇ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି। ଏନେଇ ବଲିଉଡ ଜଗତରେ ଜାରି ରହିଛି ବିଦେଶ ଗସ୍ତ ଟ୍ରେଣ୍ଡ। ଗତ 25 ତାରିଖରୁ ନ୍ୟୁ ଇୟର ସେଲିବ୍ରେସନରେ ମସଗୁଲ ବଲିଉଡ ଅଭିନେତା ଅଭିନେତ୍ରୀ। ଏହି କ୍ରମରେ ଅଭିନେତା ଓ ନିର୍ମାତା ଅରବାଜ ଖାନ ତାଙ୍କ ସ୍ତ୍ରୀ ସହିତ ଆରମ୍ଭ କରିଥିବା ନୂଆ ଜୀବନକୁ ଉପଭୋଗ କରିବା ପାଇଁ ହନିମୁନରେ ବାହାରିଛନ୍ତି।
ଗତ 24 ତାରିଖରେ ସଲମାନ ଖାନଙ୍କ ବଡ଼ ଭାଇ ତଥା ଅଭିନେତା ଓ ନିର୍ମାତା ଅରବାଜ ଖାନ ପ୍ରେମିକା ତଥା ମେକଅପ ଆଟିଷ୍ଟ ଶୌରା ଖାନଙ୍କ ସହିତ ବିବାହ ବନ୍ଧନର ବାନ୍ଧି ହୋଇଥିଲେ। ତାହା ବାହାଘରର ଫଟୋ ସେୟାର କରି ପ୍ରଶଂସକଙ୍କୁ ପ୍ରେମ ଏବଂ ଆଶୀର୍ବାଦ ମାଗିଥିଲେ ଅରବାଜ। ଏହାରି ଭିତରେ ଆଜି ସକାଳେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ନବ ବିବାହିତ ଦମ୍ପତି। ଦୁହେଁ ହନିମୁନ ଯାଉଥିବା ନେଇ ଏନେକ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି।
କୁଲ୍ ଲୁକରେ ନଜର ଆସିଲେ ନବ ବିବାହିତା ଦମ୍ପତି: ନୂଆ ବର୍ଷକୁ ନିଆରା ଅନ୍ଦାଜରେ ସ୍ବାଗତ କରିବା ପାଇଁ ଅନେକ ତାରକା ବିଦେଶ ଗସ୍ତରେ ରହିଥିବା ବେଳେ ଆଜି ଅରବାଜ ଖାନ ତାଙ୍କ ସ୍ତ୍ରୀ ଶୌରା ଖାନଙ୍କ ସହ ହନିମୁନରେ ବାହାରିଛନ୍ତି। ବିବାହ ପରେ ପ୍ରଥମ ଥର ପାଇଁ ବିମାନ ବନ୍ଦରରେ ନଜର ଆସିଛନ୍ତି ନବ ଦମ୍ପତି। ବ୍ଲୁ ଡେନିମ ଏବଂ ବ୍ଲାକ ଟି ସାର୍ଟରେ ନଜର ଆସିଥିଲେ ଅରବାଜ। ଅନ୍ୟପଟେ ଶୌରା ଖାନ ମଧ୍ୟ କୁଲ କାଜ୍ବାଲ ଲୁକରେ ଷ୍ଟାଇଲିସ ଦେଖାଯାଉଥିଲେ। ଅଫ ହ୍ବାଇଟ ପୋଷକ ସହିତ ଅକ ଟୋପିରେ ନଜର ଆସଇଥିଲେ ଶୌରା ।
ଏହା ମଧ୍ୟ ପଢନ୍ତୁ: ଅରବାଜ-ଶୌରାଙ୍କ ବିବାହ, ଏପରି ପୋଷ୍ଟ କଲେ ପୂର୍ବ ପତ୍ନୀ ମଲାଇକା
କ୍ୟାମରୋ ସାମ୍ନାରେ ମୁହଁ ଲୁଚାଇଲେ ଶୌରା: ଦୁହେଁ ହାତ ଧରାଧରି ହୋଇ ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଥିବା ବେଳେ କ୍ୟାମରୋ ସାମ୍ନାରେ ମୁହଁ ଲୁଚାଇଲେ ଶୌରା। ସ୍ବାମୀଙ୍କ ସହ ପୋଜ ଦେଇନଥିବା ବେଳେ ଟୋପିରେ ମୁହଁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ।
ପ୍ରକାଶଥାଉକି, ଅରବାଜ ପୂର୍ବରୁ ଅଭିନେତା ତଥା ମଡେଲ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ । ୨୦୧୬ରେ ଅଲଗା ହେବା ପରେ ସେମାନେ ୨୦୧୭ରେ ଛାଡ଼ପତ୍ର ନେଇଥିଲେ। ଏହାପରେ 'ପାଟନା ଶୁକ୍ଲା'ର ସୁଟିଂ କରୁଥିବାବେଳେ ଅରବାଜ ଶୌରାଙ୍କୁ ଭେଟିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ବର୍ତ୍ତମାନ ଉଭୟ ସାତଜନ୍ମ ପାଇଁ ସାଥୀ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ