ETV Bharat / entertainment

Karwa Chauth: ବୋହୂ ଆଲିଆ ଏବଂ ଝିଅ ରିଦ୍ଧିମାଙ୍କୁ ଶୁଭେଚ୍ଛା ଜଣାଇଲେ ନୀତୁ କପୁର

author img

By

Published : Oct 13, 2022, 9:38 PM IST

ନୀତୁ କପୁର ତାଙ୍କ ବୋହୂ ଆଲିଆ ଏବଂ ଝିଅ ରିଦ୍ଧିମାଙ୍କୁ କରବା ଚୌଥର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ବୋହୂ ଆଲିଆ ଏବଂ ଝିଅ ରିଦ୍ଧିମାଙ୍କୁ ଶୁଭେଚ୍ଛା ଜଣାଇଲେ ନୀତୁ କପୁର

ହାଇଦ୍ରାବାଦ: ବଲିଉଡରେ ମଧ୍ୟ କରବା ଚୌଥ ପର୍ବ ବଡ ଧୁମ୍‌ଧାମର ସହିତ ପାଳନ କରାଯାଏ । ଏଥର ଅନେକ ଅଭିନେତ୍ରୀ ସେମାନଙ୍କର ପ୍ରଥମ କରବା ଚୌଥ ପାଳନ କରୁଛନ୍ତି । ଆଲିଆ ଭଟ୍ଟ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ଏହି ଅବସରରେ ଆଜି ନୀତୁ କପୁର ତାଙ୍କ ବୋହୂ ଆଲିଆଙ୍କୁ କରବା ଚୌଥର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଝିଅ ରିଦ୍ଧିମାଙ୍କୁ ମଧ୍ୟ କରବା ଚୌଥର ଶୁଭେଚ୍ଛା କରିଛନ୍ତି । ସେ ଆଲିଆ ଭଟ୍ଟଙ୍କ ବିବାହରୁ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବୋହୂ ଏବଂ ନଣନ୍ଦଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଛି ।

ନୀତୁ କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି ଏବଂ ବ୍ୟକ୍ତିଗତ ଜୀବନ ସହିତ ତାଙ୍କ କାମ ସହ ଜଡିତ ପୋଷ୍ଟଗୁଡିକ ସେୟାର କରିଥାନ୍ତି । ଆଜି ନୀତୁ କପୁର ବୋହୂ ଆଲିଆ ଭଟ୍ଟ ଏବଂ ଝିଅ ରିଦ୍ଧିମା କପୁରଙ୍କୁ କରବା ଚୌଥର ଶୁଭେଚ୍ଛା ଜଣାଇବା ସହିତ ପ୍ରେମ ବ୍ୟକ୍ତ କରିଛନ୍ତି। ଆଲିଆ ଏବଂ ରିଦ୍ଧିମାଙ୍କ ଫଟୋ ସେୟାର କରି ନୀତୁ କପୁର କ୍ୟାପସନରେ ଲେଖିଛନ୍ତି- "Wishing my beauties Happy Karva Chauth ❤️❤️"। ଏଥିସହ ସେ 'ମାଇଁ ଜାନ' ହ୍ୟାସଟ୍ୟାଗ ବ୍ୟବହାର କରିଛନ୍ତି। ରିଦ୍ଧିମା ତାଙ୍କ ମାଆ ନୀତୁ କପୁରଙ୍କ ଏହି ପୋଷ୍ଟରେ ହାର୍ଟ ଇମୋଜି ସେୟାର କରିଥିବେବେଳେ ୟୁଜର୍ସ ମଧ୍ୟ ଲାଇକ୍‌ କମେଣ୍ଟ ପୋଷ୍ଟ କରୁଛନ୍ତି।

ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କ ଗର୍ଭଧାରଣ ସମୟକୁ ଏନଜୟ୍‌ କରୁଛନ୍ତି । ଏଭଳି ସ୍ଥିତିରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି। ଅନେକ ପ୍ରଶଂସକ ନୀତୁ କପୁରଙ୍କ ପୋଷ୍ଟରେ ପଚାରିଛନ୍ତି, ଆଲିଆ ଭଟ୍ଟ ମଧ୍ୟ କରବା ଚୌଥ ବ୍ରତ ରଖିବେ ? ତାଙ୍କର ପ୍ରତିକ୍ରିୟା ଦେଇ ଜଣେ ୟୁଜର୍ସ ଲେଖିଛନ୍ତି - 'ଆଶା ଅଛି ଆଲିଆ ଉପବାସ ରଖି ନଥିବେ'। ଏଥି ସହିତ, ଆଲିଆ ମଧ୍ୟ ତାଙ୍କର ପ୍ରଥମ କରବା ଚୌଥକୁ ନେଇ ଅନେକ ଉତ୍ସାହିତ ଅଛନ୍ତି । ସେହିଭଳି ଅନେକ ୟୁଜର୍ସ ରିଦ୍ଧିମା କପୁରଙ୍କର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.