ETV Bharat / entertainment

ଆଉ ବଲିଉଡ ଫିଲ୍ମ କରିବେନି ନୟନତାରା ! କଣ୍ଟା ସାଜିଲେ ଦୀପିକା ପାଦୁକୋନ୍‌

author img

By ETV Bharat Odisha Team

Published : Sep 21, 2023, 1:01 PM IST

ଦକ୍ଷିଣ ଅଭିନେତ୍ରୀ ନୟନତାରା ଫିଲ୍ମ ଜବାନରେ ତାଙ୍କ ଭୂମିକା ପାଇଁ ଖୁସି ନାହାଁନ୍ତି ଏବଂ ଏହାର କାରଣ ହେଉଛନ୍ତି ଦୀପିକା ପାଦୁକୋନ । ବର୍ତ୍ତମାନ ନୟନତାରା ଆଉ କୌଣସି ବଲିଉଡ ଫିଲ୍ମରେ କାମ କରିବେ ନାହିଁ । ଅଧିକ ପଢନ୍ତୁ

ବଲିଉଡ ଫିଲ୍ମ କରିବେନି ନୟନତାରା
ବଲିଉଡ ଫିଲ୍ମ କରିବେନି ନୟନତାରା

ହାଇଦ୍ରାବାଦ: ଶାହରୁଖ ଖାନଙ୍କ ଫିଲ୍ମ ଜବାନ୍ ବକ୍ସ ଅଫିସରେ ଧମାଲ ମଚାଉଛି । ଏହି ଫିଲ୍ମ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ପାଇଛି । ଜବାନ୍ ଭାରତରେ 500 କୋଟିରୁ ଅଧିକ ଟଙ୍କା କଲେକ୍ସନ କରିସାରିଛି ଏବଂ ଏହି ରୋଜଗାର ଆହୁରି ବୃଦ୍ଧି ପାଇବ । ଏହି ଚଳଚ୍ଚିତ୍ରଟି 13 ଦିନ ମଧ୍ୟରେ ସାରା ବିଶ୍ୱରେ 900 କୋଟି ଟଙ୍କା କଲେକ୍ସନ କରି ସାରିଛି । ଜବାନରେ ଶାହାରୁଖ ଖାନଙ୍କ ସହ ନୟନତାରା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, କିନ୍ତୁ ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ସେ ବଲିଉଡରେ ଡେବ୍ୟୁ କରି ଖୁସି ନୁହଁନ୍ତି । ଏମିତି କି ବଲିଉଡ୍‌ ଫିଲ୍ମରେ କାମ କରିବାର ମନୋବଳ ବି ନୟନତାରାଙ୍କ ଆଉ ନାହିଁ ।

ଏକ ରିପୋର୍ଟ ଅନୁଯାୟୀ, ନୟନତାରା ଆଉ କୌଣସି ବଲିଉଡ ଫିଲ୍ମ କରିବା ମୁଡ୍‌ରେ ନାହାଁନ୍ତି । ଜବାନ ନିର୍ଦ୍ଦେଶକ ଅଟଲି କୁମାରଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି, କାରଣ ଏହି ଚଳଚ୍ଚିତ୍ରରେ ତାଙ୍କର ଭୂମିକାକୁ କାଟି ଦିଆଯାଇଥିଲା ବା ସାଇଡ୍‌ଲାଇନ କରି ଦିଆଯାଇଥିଲା । ଏହାସହିତ ଦୀପିକାଙ୍କ ଚରିତ୍ର ବା ରୋଲ୍‌କୁ ବଢ଼ାଇ ଦିଆଯାଇଥିଲା ।

ଦୀପିକାଙ୍କର ନଥିଲା କ୍ୟାମିଓ

ଦୀପିକା ପାଦୁକୋନ ଶାହାରୁଖ ଖାନଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଜବାନରେ ତାଙ୍କର କ୍ୟାମିଓକୁ ବଢ଼ାଇ ଦିଆଯାଇଥିଲା କିନ୍ତୁ ତଥାପି ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥିଲେ । ରିପୋର୍ଟ ଅନୁଯାୟୀ, ସୂତ୍ର କହୁଛି- ଦୀପିକାଙ୍କର କ୍ୟାମିଓ ନଥିଲା । ଜବାନ ଶାହାରୁଖ-ଦୀପିକାଙ୍କ ଫିଲ୍ମ ଲାଗୁଥିଲା । ନୟନତାରା ହେଉଛନ୍ତି ଦକ୍ଷିଣର ଲୋକପ୍ରିୟ ଅଭିନେତ୍ରୀ । ଜବାନରେ ଯେଉଁଭଳି ତାଙ୍କ ଭୂମିକା ସହିତ ଟ୍ରିଟମେଣ୍ଟ୍‌ କରାଯାଇଥିଲା ସେଥିରେ ନୟନତାରା ଖୁସି ନଥିଲେ । ଏହି କାରଣରୁ ତାଙ୍କୁ ବଲିଉଡ୍‌ ପ୍ରୋଜେକ୍ଟରେ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଶୁଣିବାକୁ ମିଳୁଛି । ବିଶେଷକରି ଏତେ ଶୀଘ୍ର ନୁହେଁ ।

ଏହା ମଧ୍ୟ ପଢନ୍ତୁ: Jawan Special Screening: ନଜର ଆସିଲେ ଶାହାରୁଖ, ଅଟଲିଙ୍କ ସମେତ ଫିଲ୍ମର ପୁରା ଟିମ୍

ନୟନତାରା ମଧ୍ୟ ଜବାନର ପ୍ରମୋସନାଲ ଇଭେଣ୍ଟରେ ଅଂଶଗ୍ରହଣ କରିନଥିଲେ । କେବଳ ଏତିକି ନୁହେଁ, ମୁମ୍ବାଇରେ ଜବାନର ସଫଳତା ପାର୍ଟି ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ନୟନତାରା ଯୋଗ ଦେଇନଥିଲେ । ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାନ, ଦୀପିକା ପାଦୁକୋନ, ବିଜୟ ସେତୁପତି, ସାନ୍ୟା ମାଲହୋତ୍ରା, ରିଦ୍ଧି ଡୋଗ୍ରା, ଅଟଲି ଉପସ୍ଥିତ ଥିଲେ ।

ତେବେ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ, ନୟନତାରା ତାଙ୍କର ଖରାପ ପ୍ରମୋସନାଲ ଅଭିଜ୍ଞତା ହେତୁ ଫିଲ୍ମକୁ ପ୍ରମୋସନ କରନ୍ତି ନାହିଁ । ସେ କୌଣସି ‘ନୋ ପ୍ରମୋସନ ପଲିସି’ରେ ବିଶ୍ୱାସ କରନ୍ତି । ସେ ବିଶ୍ୱାସ କରନ୍ତି ଯେ ତାଙ୍କ କାମ ଅଭିନୟ କରିବା ପ୍ରମୋସନଲ ଆକ୍ଟିଭିଟିର ଅଂଶ ହେବନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.