ETV Bharat / entertainment

Salman Khan Threat Mail: ଭାଇଜାନଙ୍କୁ ଧମକପୂର୍ଣ୍ଣ ଇ-ମେଲ, ଲେଖା ହୋଇଛି ଆଗକୁ ଝଟକା ମିଳିବ

author img

By

Published : Mar 20, 2023, 7:17 AM IST

ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ । କଣ ଲେଖା ହୋଇଛି ଜାଣନ୍ତୁ

Salman Khan Threat Mail
Salman Khan Threat Mail

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ଇମେଲ ଜରିଆରେ ଭାଇଜାନଙ୍କୁ ଧମକ ଦିଆଯାଇଛି । ଏନେଇ ସଲମାନଙ୍କ ମ୍ୟାନେଜର ବାନ୍ଦ୍ରା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିବା ସହ ସଲମାନଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ । ମାର୍ଚ୍ଚ ୧୮ ତାରିଖରେ ଏହି ଇମେଲ ସଲମାନଙ୍କ ମ୍ୟାନେଜର ନିକଟକୁ ଆସିଥିଲା । ପୋଲିସ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ନାମରେ ମାମଲା ପଞ୍ଜିକୃତ କରିଛି ।

ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ: ଗତ କିଛି ଦିନ ହେବ ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ଦିଆଯାଉଥିବା ଧମକର ସମାପ୍ତି ହେଉ ନାହିଁ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ପକ୍ଷରୁ ସଲମାନ ଖାନଙ୍କୁ ଏହି ଧମକ ଦିଆଯାଇଛି । ମାର୍ଚ୍ଚ 18 ତାରିଖରେ ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା ଏବଂ ସେଥିରେ ଲେଖାଥିଲା ଯେ, ଆପଣଙ୍କ ବସ(ସଲମାନ ଖାନ)ଙ୍କ ସହ ଗୋଲ୍ଡି ବ୍ରାର କଥା ହେବାକୁ ଚାହୁଁଛନ୍ତି । ରୋହିତ ଗର୍ଗଙ୍କ ନାମରେ ଏହି ମେଲ୍ ଆସିଥିବା ନେଇ ମ୍ୟାନେଜର ସୂଚନା ଦେଇଛନ୍ତି ।

ଏହା ଲେଖା ହୋଇଥିଲା ଇମେଲରେ: ସଲମାନ ଖାନଙ୍କ ମ୍ୟାନେଜରଙ୍କ ନିକଟକୁ ଆସିଥିବା ଇମେଲରେ ଲେଖାଥିଲା," ଭାଇ ଗୋଲ୍ଡି ବ୍ରାର ଆପଣଙ୍କ ବସଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ସେ ସାକ୍ଷାତକାର ଦେଖିସାରିଥିବେ । ଯଦି ଦେଖିନାହାନ୍ତି ତାହେଲେ ଦେଖିବାକୁ କୁହନ୍ତୁ । ଯଦି ଏହି ମାମଲାର ଅନ୍ତ କରିବାକୁ ଚାହୁଁଛ ତାହାଲେ କଥା ହୁଅ । ଯଦି ମୁହାଁମୁହିଁ ହେବାକୁ ଚାହୁଁଛ ତାହେଲେ ମଧ୍ୟ କୁହ । ତୁମକୁ ଠିକ ସମୟରେ ଜଣାଇ ଦେଇଛି । ପରବର୍ତ୍ତୀ ସମୟରେ କେବଳ ଝଟକା ଦେଖିବ ।"

ସଲମାନ ଖାନଙ୍କ ମ୍ୟାନେଜର ଲରେନ୍ସ ବିଷ୍ଣୁ, ରୋହିତ ଗର୍ଗ ଏବଂ ଗୋଲ୍ଡି ନାଁରେ ବାନ୍ଦ୍ରା ପୋଲିସରେ ଏତଲା ଦାୟର କରିଛନ୍ତି । ପୋଲିସ ମାମଲା ପଞ୍ଜିକୃତ କରିବା ସହ ତଦନ୍ତ ଆରମ୍ଭ କରିଛି । ଆଇପିସି ଧାରା ୧୨୦(B) ଏବଂ ୫୦୬ ମାମଲା ଦାୟର କରାଯାଇଛି । ଏହାସହ ବାନ୍ଦ୍ରା ସ୍ଥିତ ଭାଇଜାନଙ୍କ ବାସଭବନ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପ୍ରକାଶଥାଉକି, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଜେଲରୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଧମକ ଦେଇଥିଲା । ସେ କହିଥିଲା, "ଟଙ୍କା ନୁହେଁ ଅନ୍ୟ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବି । ଯଦି ହରିଣ ଶିକାର ମାମଲାରେ ସଲମାନ ଖାନ ଆମ ସମାଜକୁ କ୍ଷମା ନମାଗନ୍ତି ତେବେ ସମୟ ଆସିଲେ ତାଙ୍କୁ ଉତ୍ତର ଦିଆଯିବ । ଏଥିସହ ସେ ନିଜେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିନାହାଁନ୍ତି ବରଂ ଗୋଲ୍ଡି ବ୍ରାର ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ ରହିଛି । "

ଗୋଲ୍ଡି ବ୍ରାର କିଏ ? ଗୋଲ୍ଡି ବ୍ରାର ପ୍ରକୃତ ନାମ ହେଉଛି ସତୀନ୍ଦରଜିତ ସିଂ । ପୋଲିସର ସୂଚନାନୁସାରେ, ସେ ଅନେକ ଅପରାଧ ସହ ଜଡିତ ହୋଇ ରହିଥିବା ବେଳେ ୨୦୧୭ରୁ କାନାଡାରେ ରହିଆସୁଛି । କିନ୍ତୁ କାନାଡାରେ ରହିବା ପରେ ମଧ୍ୟ ସେ କ୍ରମାଗତ ଭାବରେ ଅପରାଧିକ ଘଟଣାରେ ଜଡିତ ଥିଲେ ଏବଂ ବିଶେଷ କରି ଭାରତରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କ ସହ ମିଶି ରାକେଟ ଚଲାଉଥିଲେ । ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ଭଳି ଅନେକ ଗୁରୁତର ଘଟଣାରେ ମଧ୍ୟ ସେ ଜଡିତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.