ETV Bharat / entertainment

Mission Raniganj vs Thank You For Coming: ଦର୍ଶକଙ୍କ ମନ ଜିତୁନି ଫିଲ୍ମ, ୭ମ ଦିନରେ ବି କମିଲା ଆୟ

author img

By ETV Bharat Odisha Team

Published : Oct 12, 2023, 1:08 PM IST

ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ରାନିଗଞ୍ଜ ଏବଂ ଭୂମି ପେଡନେକରଙ୍କ ଫିଲ୍ମ ଥ୍ୟାଙ୍କ ୟୁ ଫର କମିଂ ବକ୍ସ ଅଫିସରେ ଏକାସାଙ୍ଗରେ ରିଲିଜ କରିଛି । ଉଭୟ ଫିଲ୍ମରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିବା ବେଳେ ଦର୍ଶକଙ୍କୁ ବି ପସନ୍ଦ ଆସୁନି ଫିଲ୍ମ । ୭ମ ଦିନରେ ବି ଫିଲ୍ମର ଆୟରେ ହ୍ରାସ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଦର୍ଶକଙ୍କ ମନ ଜିତୁନି ଫିଲ୍ମ, ୭ମ ଦିନରେ ବି କମିଲା ଆୟ

ହାଇଦ୍ରାବାଦ: ଅକ୍ଟୋବର ୬ ତାରିଖରେ ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ରାନିଗଞ୍ଜ ଏବଂ ଭୂମି ପେଡନେକରଙ୍କ ଫିଲ୍ମ ଥ୍ୟାଙ୍କ ୟୁ ଫର କମିଂ । ଓଏମ୍‌ଜି ୨ର ସଫଳତା ପରେ ଅକ୍ଷୟ ମିଶନ ରାନିଗଞ୍ଜ ସହ ପରଦାକୁ ଫେରିଥିଲେ । ହେଲେ ଏହି ଫିଲ୍ମ ରିଲଜକୁ ବର୍ତ୍ତମାନ ୬ଦିନ ବିତିଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍‌ ଦେଖିବାକୁ ମିଳୁନି । ସେହିପରି ଭୂମି ପେଡନେକର ସମେତ ମଲ୍ଟି ତାରକାଙ୍କ ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ ଜିତିପାରୁନାହିଁ ।

ଅକ୍ଷୟ ଏବଂ ଭୂମିଙ୍କ ଉଭୟ ଫିଲ୍ମ ଲୋକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି । ମିଶନ ରାନିଗଞ୍ଜ ବର୍ତ୍ତମାନ ରିଲିଜର ୭ମ ଦିନରେ ପହଞ୍ଚିଛି । ସାକ୍‌ନିକ୍‌ ରିପୋର୍ଟ କରିଥିବା ପ୍ରାରମ୍ଭିକ ଆକଳନ ଅନୁଯାୟୀ ଅକ୍ଷୟ କୁମାର ଷ୍ଟାରର୍ ଏହି ଫିଲ୍ମ 7ମ ଦିନରେ(ଆନୁମାନିକ) 1.41 କୋଟି ଟଙ୍କା ଆୟ କରିପାରେ । ଫଳରେ ଏହାର ମୋଟ କେଲକ୍ସନ୍‌ 18.46 କୋଟି ଟଙ୍କାକୁ ବୃଦ୍ଧି ପାଇବ ।

ସାକ୍‌ନିକ୍‌ଙ୍କ ଅନୁଯାୟୀ, ରିଲିଜର ପ୍ରଥମ ଦିନରେ ୨.୮କୋଟି ଟଙ୍କା ଆୟ କରିଥିଲା । ଏଥିସହ ଆଗାମୀ ଦୁଇ ଦିନରେ ଯଥାକ୍ରମେ ୪.୮ କୋଟି ଏବଂ ୫ କୋଟି ଟଙ୍କା କଲେକ୍ସନ କରିଥିଲା । ପରେ ୪ର୍ଥ ଦିନ ଏବଂ ୫ମ ଦିନ ଅର୍ଥାତ୍ ପ୍ରଥମ ସୋମବାର ଏବଂ ମଙ୍ଗଳବାର ଦିନ ଚଳଚ୍ଚିତ୍ରରେ ୭୦% ହ୍ରାସ ଘଟିଥିଲା, ଯାହା କେବଳ ୧.୫ କୋଟି ଟଙ୍କା ଆୟ କରିଥିଲା । ପରେ ବୁଧବାର ଦିନ ଫିଲ୍ମ ୧.୩୦କୋଟି ଆୟ କରିଥିଲା । ତେବେ ୫୫କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ନିଜ ବଜେଟ ମୂଲ୍ୟ ବାହାର କରିବାରେ ବହୁ ଦୂରରେ ରହିଛି ।

ସେହିପରି କମେଡି-ଡ୍ରାମା ଫିଲ୍ମ ଥ୍ୟାଙ୍କ୍‌ ୟୁ ଫର୍‌ କମିଂ ପ୍ରଥମ ଦିନରେ ମାତ୍ର 0.8 କୋଟି ଟଙ୍କା ଆୟ କରିଥିଲା । ତଥାପି ଫିଲ୍ମ ବକ୍ସ ଅଫିସରେ ସଂଘର୍ଷ ଜାରି ରଖିଛି । ୨ୟ ଦିନରେ ଫିଲ୍ମର ଆୟ ୧.୧୫ କୋଟି, ୩ୟ ଦିନରେ ୧.୨୫କୋଟି ଆୟ କରିଛି । ୪ର୍ଥ ଦିନରେ ୦.୪ କୋଟି ଏବଂ ୫ମ ଓ ୬ଷ୍ଠ ଦିନରେ ୦.୩୫ କୋଟି ଆୟ କରିଥିଲା । ସାକ୍‌ନିକ୍‌ ଆକଳନ ଅନୁଯାୟୀ, ଏହି ଫିଲ୍ମ ସପ୍ତମ ଦିନରେ 0.୩୪ କୋଟି ଟଙ୍କା ଆୟ କରିଛି । ଫଳରେ ଏହାର ମୋଟ କଲେକ୍ସନ ୪.୬୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଏହା ମଧ୍ୟ ପଢନ୍ତୁ: ଚାଲୁନି ଅକ୍ଷୟ ଏବଂ ଭୂମିଙ୍କ ଯାଦୁ, ୬ ଦିନରେ ଏତିକି କଲେକ୍ସନ

ସୂଚନା ଥାଉ କି, ମିଶନ ରାନିଗଞ୍ଜ ସ୍ୱର୍ଗତ କୋଇଲା ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମ । ଯିଏ 1989 ପଶ୍ଚିମବଙ୍ଗ ବନ୍ୟା ସମୟରେ 64 ଖଣି ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କୁ ଜସୱନ୍ତ ସିଂଙ୍କ ଭୂମିକାରେ ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ଟିନୁ ସୁରେଶ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ସେହିପରି ଥ୍ୟାଙ୍କ ୟୁ ଫର୍ କମିଂ ଫିଲ୍ମରେ ଭୂମିଙ୍କ ସହ ଶେହନାଜ ଗିଲ୍‌, ଡଲି ସିଂ, କୁଶା କପିଲା ଏବଂ ଶିବାନୀ ବେଦୀ, କରଣ କୁନ୍ଦ୍ରା ଏବଂ ଅନୀଲ କପୁରଙ୍କ ସେମତ ଅନେକ ତାରକା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଅଭିନେତା ଅନୀଲ କପୁରଙ୍କ ଝିଅ ତଥା ଫିଲ୍ମ ନିର୍ମାତା ରିୟା କପୁର । ରିୟାଙ୍କ ସ୍ବାମୀ କରଣ ବୁଲାନି ଏହି ଫିଲ୍ମ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.