ETV Bharat / entertainment

ମେଟାଲ ଡ୍ରେସ ପିନ୍ଧିବା ଅଭିନେତ୍ରୀ ଦିବ୍ୟା ଖୋସଲାଙ୍କୁ ପଡିଲା ମହଙ୍ଗା - ଗୀତ ଡିଜାଇନର୍

ଦିବ୍ୟା ଖୋସଲା ତାଙ୍କ ବୋଲ୍ଡ ଷ୍ଟାଇଲ୍ ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାନ୍ତି, କିନ୍ତୁ ଏଥର ତାଙ୍କ ଫ୍ୟାଶନ୍ ତାଙ୍କ ପାଇଁ ଭାରି ପଡିଯାଇଥିଲା । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଦିବ୍ୟା ଖୋସଲା କୁମାର ବସିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ବସିପାରୁ ନାହାଁନ୍ତି। ଅଧିକ ପଢନ୍ତୁ

ମେଟାଲ ଡ୍ରେସ ପିନ୍ଧିବା ଅଭିନେତ୍ରୀ ଦିବ୍ୟା ଖୋସଲାଙ୍କୁ ପଡିଲା ମହଙ୍ଗା

author img

By

Published : May 21, 2022, 4:45 PM IST

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ତାଙ୍କର ନୂଆ ଗୀତ 'ଡିଜାଇନର୍' ଯୋଗୁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଗୀତରେ ଗାୟକ ଗୁରୁ ରାନ୍ଧୱା ଏବଂ ହନି ସିଂଙ୍କ ସହ ଅଭିନେତ୍ରୀ ସହଯୋଗ କରିଛନ୍ତି। ଏହି ଗୀତରେ ଦିବ୍ୟା ବିଭିନ୍ନ ପ୍ରକାରର ପୋଷାକ ପିନ୍ଧିଛନ୍ତି, ଯାହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ଦିବ୍ୟା ଖୋସଲା ତାଙ୍କ ବୋଲ୍ଡ ଷ୍ଟାଇଲ୍ ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାନ୍ତି, କିନ୍ତୁ ଏଥର ତାଙ୍କ ଫ୍ୟାଶନ୍ ତାଙ୍କ ପାଇଁ ଭାରି ପଡିଯାଇଥିଲା । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଦିବ୍ୟା ଖୋସଲା କୁମାର ବସିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ବସିପାରୁ ନାହାଁନ୍ତି। ଏହାର କାରଣ ହେଉଛି ତାଙ୍କ ମେଟାଲ ପୋଷାକ ।

ଏହି ଭିଡିଓରେ ଦେଖିବାକୁ ମିଳିଛି, ଯେଉଁଥିରେ ଦିବ୍ୟା ଖୋସଲା କୁମାର ମେଟାଲରେ ତିଆରି ପୋଷାକ ପିନ୍ଧିଛନ୍ତି। ଏହି ପୋଷାକକୁ ଅଭିନେତ୍ରୀ ଗୀତରେ କ୍ୟାରି କରିଥିଲେ । ସେ ଏହି ଡ୍ରେସ ଉପରେ ହାଲୁକା ସ୍ରଗ୍ ପିନ୍ଧିଛନ୍ତି । ଅଭିନେତ୍ରୀ ଚେୟାରରେ ବସିବାକୁ ଚେଷ୍ଟା କରିଥିଲେ କିନ୍ତୁ ବସିବାକୁ ଅସମର୍ଥ ହୋଇଥିଲେ । ଲୋକମାନେ ତାଙ୍କୁ ସାହାଯ୍ୟ କରୁଥିବା ମଧ୍ୟ ଦେଖାଯାଇଛି, ଏହା ପରେ ଅଭିନେତ୍ରୀ ବସିପାରିନଥିଲେ ।

ଦିବ୍ୟ ଖୋସଲାଙ୍କ ଏହିଭଳି ଅବସ୍ଥା ଦେଖି କିଛି ଲୋକ ତାଙ୍କୁ ଧ୍ୟାନ ନେବାକୁ କହୁଥିବାବେଳେ କିଛି ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଜଣେ ୟୁଜର ଲେଖିଛନ୍ତି - 'ଯଦି ବସି ପାରୁନାହାନ୍ତି, ତାହାଲେ ଏହାକୁ କାହିଁକି ପିନ୍ଧିଛନ୍ତି ।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଏଭଳି ପୋଷାକ ପିନ୍ଧି ନିଜେ ନିଜରର ହିଁ ପରିହାସ କରନ୍ତି।' ଅନ୍ୟ ଜଣେ ଲେଖିଛନ୍ତି, 'ଫ୍ୟାଶନ ନାମରେ କିଛି ବି ପିନ୍ଧନ୍ତି।' ତେଣୁ ସମାନ ୟୁଜର କେବଳ ଦିବ୍ୟା ଖୋସଲା କୁମାରଙ୍କ ଫ୍ୟାଶନ ଉପରେ ନୁହେଁ ବରଂ ତାଙ୍କ ଅଭିନୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.