ETV Bharat / entertainment

'ସାମ ବାହାଦୂର' ସୁଟିଂ ବେଳେ ଭାବବିହ୍ବଳ ମେଘନା ଗୁଲଜାର, କହିଲେ ଏମିତି

author img

By ETV Bharat Odisha Team

Published : Nov 21, 2023, 12:38 PM IST

Meghna Gulzar On Sam Bahadur: ଫିଲ୍ମ ନିର୍ଦ୍ଦେଶକ ମେଘନା ଗୁଲଜାର ତାଙ୍କର ଆଗାମୀ ଫିଲ୍ମ 'ସାମ ବାହାଦୂର'କୁ ନେଇ ନିଜର ଅନୁଭୂତି ସେୟାର କରିଛନ୍ତି । ଫିଲ୍ମ ସୁଟିଂ ସମୟରେ ସେ ଭାବପ୍ରବଣ ହୋଇଥିବାର କହିଛନ୍ତି । ଅଧିକ ପଢନ୍ତୁ

sam bahadur
sam bahadur

ମୁମ୍ବାଇ: ରିଲିଜ ହେବାକୁ ଯାଉଛି ବିକି କୌଶଲଙ୍କ ଆଗାମୀ ଫିଲ୍ମ 'ସାମ୍‌ ବାହାଦୂର' । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଡିସେମ୍ବର ୧ରେ ରିଲିଜ ହେବ । ଯେଉଁଥିରେ ବଲିଉଡ୍‌ ଅଭିନେତା ବିକି କୌଶଲ, ଅଭିନେତ୍ରୀ ସାନ୍ୟା ମଲହୋତ୍ରା, ଫାତିମା ସାନା ଶେଖ୍‌ ପ୍ରମୁଖ ନଜର ଆସିବେ । ତେବେ ନିର୍ଦ୍ଦେଶକ ମେଘନା ଗୁଲଜାର ଫିଲ୍ମକୁ ନେଇ ନିଜର ଅନୁଭୂତି ସେୟାର କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ''ଗୋରଖା ଯବାନଙ୍କ ସହିତ ଏକ ପ୍ରତିଷ୍ଠିତ ଫଟୋ ପୁଣିଥରେ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସଟ ନେବାକୁ ପଡିଥିଲା । ପୁଣିଥରେ ଏହି ଫଟୋଟି କରିବା ପାଇଁ ଅନେକ ପରିଶ୍ରମ କରିଛୁ । ଆଉ ଯେତେବେଳେ ଏହା ସଫଳତାର ସହିତ ହୋଇଥିଲା ସେତେବେଳେ ଭାବୁକ ହୋଇଯାଇଥିଲି ଏବଂ ଆଖିରେ ଲୁହ ଆସି ଯାଇଥିଲା ।''

ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଭିଡିଓ ମାଧ୍ୟମରେ ମେଘନା କହିଛନ୍ତି ଯେ, ଏହି ଫଟୋ ଚମତ୍କାର ଅଟେ । ଏହା ତୃତୀୟ ଭାରତ ପାକିସ୍ତାନ ଯୁଦ୍ଧ ସମୟର । ଯେଉଁଥିରେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ସହ ଯୁଦ୍ଧରେ ସମ୍ପୂର୍ଣ୍ଣ ବିଜୟୀ ହୋଇଥିଲା । ଏହାଦ୍ବାରା ତତ୍କାଳୀନ ପୂର୍ବ ପାକିସ୍ତାନ ବିଚ୍ଛିନ୍ନ ହୋଇ ବାଂଲାଦେଶ ଗଠନ ହୋଇଥିଲା । ଯାହା ବର୍ତ୍ତମାନ ପିପୁଲ୍ସ ରିପବ୍ଲିକ୍ ଅଫ୍ ବାଂଲାଦେଶ ଭାବରେ ଜଣାଶୁଣା | ଗୋରଖା ରେଜିଂମେଣ୍ଟ ସହିତ ସାମ୍ ମାନିକଶାହ ବେଶ ଭଲ ଭାବରେ ପରିଚିତ ଥିଲେ । ଆଉ ଏହି ପ୍ରତିଷ୍ଠିତ ଫଟୋଟି ଯୁଦ୍ଧ ସମୟରେ ନିଆଯାଇଥିଲା ।

ଫଟୋ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ଏକ ଆଦେଶ, ଅନୁରୋଧ ଓ ପ୍ରେରଣା ଭାବରେ ସେ କୌଣସି ବାଂଲାଦେଶୀ ଶରଣାର୍ଥୀଙ୍କ ନିର୍ଯ୍ୟାତନାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଉଥିଲେ । ସେହିପରି ଫଟୋ ପୁଣିଥରେ ରିକ୍ରିଏଟ କରିବା ନେଇ କଥାବାର୍ତ୍ତା କରି ମେଘନା ଗୁଲଜାର କହିଛନ୍ତି ଯେ ଏହା ସାମ୍ ମାନିକଶାହଙ୍କର ଅନ୍ୟତମ ଚିତ୍ର । ଯେଉଁଠାରେ ତାଙ୍କୁ ବଡ ବଡ ଘାସ ମଧ୍ୟରେ ଛିଡା ହୋଇଥିବା ଜଣେ ଗୋରଖା ସୈନ୍ୟଙ୍କ ସହ ଭେଟିଥିବାର ଦେଖିବାକୁ ମିଳିଛି । ଏହି ଫଟୋଟି ଗତ 4ରୁ5 ବର୍ଷ ଧରି ମୋ ଲାପଟପର ୱାଲପେପରେ ରହିଥିଲା । ହେଲେ ହଠାତ୍ ଯେତେବେଳେ ମୋତେ ଏହି ଦୃଶ୍ୟକୁ ପୁଣିଥରେ ସୃଷ୍ଟି କରିବାକୁ ପଡିଲା ସେତେବେଳେ ତାହା ମୋ ପାଇଁ ଏହା ଏକ ବ୍ୟକ୍ତିଗତ ଜିନିଷ ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସୁଟିଂ ପାଇଁ ସ୍ଥାନ ବାଛିଥିଲି ଆଉ ପୁଣିଥରେ ସେହି ଫଟୋର ରିକ୍ରିଏସନ କରିବା ବହୁତ ଜବରଦସ୍ତ ଥିଲା । ଆମେ ସୁଟିଂ ପାଇଁ ସ୍ଥାନ ପାଇଲୁ, ଘାସ ବି ପାଇଗଲୁ, କିନ୍ତୁ ଏହା କିପରି କାମ କରିବ, ଏହା ଭଲ କାମ କରିବ କି ନାହିଁ, ଆମେ ସବୁ କରିପାରିବୁ ନା ଏହା ଅଳ୍ପ ଅଳ୍ପ କରି କରିହେବ ସେନେଇ ସବୁବେଳେ ଦ୍ବନ୍ଦ ରହି ଆସିଥିଲା । ହେଲେ ଏହା ପରେ ଫଟୋଟିକୁ ମନିଟରରେ ଦେଖିବା ପରେ ମୁଁ ବହୁତ ଭାବୁକ ହୋଇ ଯାଇଥିଲି । ଆଉ ମୁଁ ଅନୁଭବ କଲି ଯେ ବର୍ତ୍ତମାନେ ଆମେ ଅତି ନିକଟତର ହୋଇଛୁ ।

ଏହା ମଧ୍ୟ ପଢନ୍ତୁ- 'ସାମ୍‌ ବାହାଦୂର' ରିଲିଜ ପୂର୍ବରୁ ଯବାନଙ୍କ ସହ ଖୁକରୀ ଡ୍ୟାନ୍ସ କରିଲେ ବିକି

'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ୍‌ ମାନିକଶାହଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବିକି ସାମ୍‌ ମାନିକଶାହଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିବ । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଯାହା ରଣବୀର କପୁରଙ୍କ ଆନିମଲ ସହ କଡ଼ା ଟକ୍କର ଦେବ । କାରଣ ଡିସେମ୍ବର ୧ରେ ଆନିମଲ ମଧ୍ୟ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.