ETV Bharat / entertainment

Ameena Passes Away: ଦକ୍ଷିଣ ସୁପରଷ୍ଟାର ମମୂଟିଙ୍କ ଭଉଣୀଙ୍କ ଦେହାନ୍ତ - ଅମିନାଙ୍କ ବୟସ

ସାଉଥ୍‌ ସୁପରଷ୍ଟାର ମମୂଟିଙ୍କ ସାନ ଭଉଣୀ ଅମିନାଙ୍କ ଦେହାନ୍ତ ହୋଇଛି। ସେ 70 ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଅଧିକ ପଢନ୍ତୁ

ମମୂଟିଙ୍କ ଭଉଣୀଙ୍କ ଦେହାନ୍ତ
ମମୂଟିଙ୍କ ଭଉଣୀଙ୍କ ଦେହାନ୍ତ
author img

By ETV Bharat Odisha Team

Published : Sep 12, 2023, 3:54 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମମୂଟିଙ୍କ ସାନ ଭଉଣୀ ଅମିନାଙ୍କ ଦେହାନ୍ତ ହୋଇଛି । ସେ 70 ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି । କୁହାଯାଉଛି ଯେ ସେ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ମମୂଟିଙ୍କ ସାନ ଭଉଣୀ ଅମିନା କଞ୍ଜିରାପ୍ପଲୀ ପରୟକ୍କଲ ପରିବାରର ସ୍ୱର୍ଗତ ପି ଏମ୍‌ ସଲିମଙ୍କ ପତ୍ନୀ ଥିଲେ । ମମୂଟିଙ୍କ ଭଉଣୀ ନାସିମା ନାମରେ ମଧ୍ୟ ଜଣାଶୁଣା। ଖବର ଅନୁଯାୟୀ, ସେପ୍ଟେମ୍ବର 13 ବୁଧବାର ଦିନ ଅମିନାଙ୍କ ଶେଷ ରୀତିନୀତି କରାଯିବ।

ଏହା ମଧ୍ୟ ପଢନ୍ତୁ: Movie Date: ଜବାନର ଫ୍ୟାନ୍‌ ହେଲେ ଆଲିଆଙ୍କ ବାପା-ମାଅ, ଏକାଠି ଦେଖିଲେ ନାଇଟ୍‌ ସୋ’

ଶୋକରେ ମମୂଟିଙ୍କ ପରିବାର

ଅମିନାଙ୍କ ଅନ୍ୟ ଭାଇଭଉଣୀମାନେ ହେଉଛନ୍ତି ଇବ୍ରାହିମ କୁଟି, ଜକାରିଆ ପାନପରାମ୍ବିଲ, ସୌଦା ଏବଂ ଶଫିନା। ଏହି ସମୟରେ ଅମିନାଙ୍କ ଦେହାନ୍ତ ହେତୁ ମମୂଟି ଏବଂ ତାଙ୍କ ପରିବାରରେ ଶୋକରେ ଲହରୀ ଖେଳିଯାଇଛି । ଏପଟେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ମମୂଟିଙ୍କ ପ୍ରଶଂସକମାନେ ସୁପରଷ୍ଟାରଙ୍କ ଭଉଣୀ ଅମିନାଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରୁଛନ୍ତି। ବହୁ ପ୍ରସିଦ୍ଧ ତାରକା ମମୂଟିଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Welcome 3: ବିବାଦରେ ଅକ୍ଷୟଙ୍କ ଫିଲ୍ମ, ସୁଟିଂ ରୋକିବାକୁ ନିବେଦନ କଲା FWICE

ଏପ୍ରିଲରେ ମୃତ୍ୟୁ ବରଣ କରିଥିଲେ ମମୂଟିଙ୍କ ମାଆ

ସୁପରଷ୍ଟାର ମମୂଟି ଏବଂ ତାଙ୍କ ଭାଇ ବେକୋମ୍ ନିକଟସ୍ଥ ଚେମ୍ପୁରେ ବଢିଛନ୍ତି । ତାଙ୍କ ପିତା ଜଣେ ସଫଳ ବ୍ୟବସାୟୀ ଥିଲେ। 2023 ବର୍ଷ ମମୂଟି ଏବଂ ତାଙ୍କ ପରିବାର ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ସୁପରଷ୍ଟାରଙ୍କ ମାଆ ଫାତିମା ଇସମାଇଲ 21 ଏପ୍ରିଲରେ 93 ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ କିଛି ଦିନ ଧରି ବୟସ ସମ୍ବନ୍ଧୀୟ କାରଣରୁ ଚିକିତ୍ସିତ ହେଉଥିଲେ ଏବଂ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖଙ୍କ ପରେ ଏହି 4 ଟପ୍‌ ଅଭିନେତାଙ୍କ ସହ ଧମାକା କରିବେ 'ଜବାନ' ନିର୍ଦ୍ଦେଶକ, ଚାଲିଛି ପ୍ରସ୍ତୁତି

ନିକଟରେ ମମୂଟି ତାଙ୍କର 72 ତମ ଜନ୍ମଦିନ (7 ସେପ୍ଟେମ୍ବର) ପାଳନ କରିଥିଲେ ଏବଂ ତାଙ୍କର ନୂଆ ଚଳଚ୍ଚିତ୍ର ବ୍ରାମାୟୁଗମ୍‌ର ଘୋଷଣା କରି ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଥିଲେ । ମମୂଟିଙ୍କୁ ଖ୍ରୀଷ୍ଟୋଫର୍ (2023) ଚଳଚ୍ଚିତ୍ରରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​। ଏହି ସମୟରେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ କାଡୁଗନ୍ନାବା ଓରୁ ଯାତ୍ରା, କାଥଲ-ଦ କୌର ଏବଂ ବାଜୁକା ସାମିଲ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.