ETV Bharat / entertainment

'ଗୁଣ୍ଟୁର କରମ' ସୁଟ୍ ବେଳେ ମାଇଗ୍ରେନ ଶିକାର ହୋଇଥିଲେ ମହେଶ ବାବୁ - ମହେଶ ବାବୁଙ୍କ ଫିଲ୍ମ ଗୁଣ୍ଟୁର କରମ

Mahesh Babu On Smoking: ମହେଶ ବାବୁଙ୍କ ରିଲିଜ ହୋଇଥିବା ଫିଲ୍ମ 'ଗୁଣ୍ଟୁର କରମ'ରେ ବକ୍ସ ଅଫିସରେ ଧମାକା କରୁଛି । ବର୍ତ୍ତମାନ ଫିଲ୍ମର କିଛି ସିନକୁ ଖୁଲାସା କରିଛନ୍ତି ଅଭିନେତା । ଫିଲ୍ମ ପାଇଁ ଧୂମ୍ରପାନ କରିବା ସିନ ସୁଟ କରୁଥିବା ବେଳେ ସେ ମାଇଗ୍ରେନର ଶିକାର ହୋଇଥିବା କହିଛନ୍ତି । ଅଧିକ ପଢନ୍ତୁ

ସୁଟ୍ ବେଳେ ମାଇଗ୍ରେନ ଶିକାର ହୋଇଥିଲେ ମହେଶ ବାବୁ

author img

By ETV Bharat Odisha Team

Published : Jan 17, 2024, 8:24 PM IST

ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ତାରକା ମହେଶ ବାବୁ 'ଗୁଣ୍ଟୁର କରମ' ସହ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ଜାନୁଆରୀ ୧୨ରେ ମକର ସଂକ୍ରାନ୍ତି ଅବସରରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମ ୪ଦିନ ମଧ୍ୟରେ ବିଶ୍ବରେ ୧୫୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ଏହି ଫିଲ୍ମରେ ମହେଶ ବାବୁଙ୍କ ଆକ୍ସନ ଏବଂ ଅଭିନୟ ଫ୍ୟାନ୍ସଙ୍କ ମନ ଜିତିଛି । ଏଥିସହ ଏହି ଫିଲ୍ମରେ ଅଭିନେତା ଅଧିକ ଧୂମ୍ରପାନ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଅଭିନେତା ଧୂମ୍ରପାନ ସିନକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ଫିଲ୍ମ ସୁଟ ପାଇଁ ଧୂମ୍ରପାନ କରୁଥିବା ବେଳେ ମାଇଗ୍ରେନର ଶିକାର ହୋଇଥିଲେ । ତାପରେ ସେ କିପରି ଫିଲ୍ମ ସୁଟିଂ କରିଛନ୍ତି ତାହା ପ୍ରକାଶ କରିଛନ୍ତି ।

ଏକ ବାର୍ତ୍ତାଳାପ ସମୟରେ ମହେଶ ବାବୁ ଫିଲ୍ମରେ ନିଜ ଧୂମ୍ରପାନ ସିନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଫିଲ୍ମରେ ମୁଁ ଯେଉଁ ବିଡ଼ି ପିଉଛି ତାହା ରିଅଲ ନୁହଁ । ମୁଁ ଧୂମ୍ପପାନ କରୁନାହିଁ ନା ମୁଁ ଏଥିପାଇଁ ପ୍ରୋତ୍ସାହିତ କରୁଛି । ମୁଁ ଫିଲ୍ମରେ ଯେଉଁ ବିଡି ପିଉଛି ତାହା ଲବଙ୍ଗର ପତ୍ରରୁ ପ୍ରସ୍ତୁତ ହୋଇଥିଲା । ଆରମ୍ଭରେ ମୋତେ ପ୍ରକୃତ ବିଡି ଦିଆଯାଇଥିଲା । ହେଲେ ମୁଁ ଯେତେବେଳେ ତାକୁ ପିଇଥିଲି, ମୋତେ ମାଇଗ୍ରେନ ହୋଇଗଲା । ଯେତେବେଳେ ମୁଁ ଏହି ବିଷୟରେ ନିର୍ଦ୍ଦେଶକଙ୍କୁ କହିଲି ସେ ସେତେବେଳେ ଚିନ୍ତା କଲେ ଏବଂ ଅନେକ ଗବେଷଣା ପରେ ମୋତେ ଆଯୁର୍ବେଦିକ ବିଡି ଦେଲେ ତାପରେ ମୋତେ ଭଲ ଲାଗିଲା । ଏଥିରେ ଆଦୌ ତମ୍ବାଖୁ ନଥିଲା । ଏହା ଲବଙ୍ଗ ପତ୍ରରୁ ପ୍ରସ୍ତୁତ ହୋଇଥିବା ବେଳେ ଏହା ପୁଦିନାର ସ୍ବାଦ ଥିଲା ।

ଏହା ମଧ୍ୟ ପଢନ୍ତୁ: ଗୁଣ୍ଟୁର କରମ ପ୍ରି-ରିଲିଜ ଇଭେଣ୍ଟ: ଭାବବିହ୍ବଳ ମହେଶ, କହିଲେ 'ଏହା ସ୍ମରଣୀୟ ହୋଇରହିବ'

ମହେଶ ବାବୁଙ୍କୁ ଶେଷଥର ୨୦୨୨ ଚଳଚ୍ଚିତ୍ର 'ସରକାରୁ ଭାରୀ ପଟା'ରେ ଦେଖିବାକୁ ମିଳିଥିଲା ​ । ଏହା ପରେ ସେ ବର୍ଷେ ପରେ ପରଦାକୁ 'ଗୁଣ୍ଟୁର କରମ' ସହ ଫେରିଛନ୍ତି । ଏହି ଫିଲ୍ମ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ଏହି ସମୟରେ ଅନେକ ସାଉଥ ଫିଲ୍ମ ଏକାସାଙ୍ଗ ରିଲିଜ ହୋଇଥିଲେ ସୁଦ୍ଧା ମହେଶ ବାବୁଙ୍କ ଏହି ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲାନଙ୍କ ଅନୁସାରେ, ବିଶ୍ବରେ ଏହି ଫିଲ୍ମ ୪ ଦିନ ମଧ୍ୟରେ ୧୫୦.୧୭ କୋଟି ଆୟ କରିଛି ଏବଂ ଭାରତରେ ୯୩.୯୫ କୋଟି ଆୟ କରିଛି ।ଶ୍ରୀନିବାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ‘ଗୁଣ୍ଟୁର କରମ’ରେ ମହେଶ ବାବୁଙ୍କ ସମେତ ମିନାକ୍ଷୀ ଚୌଧୁରୀ ଏବଂ ଶ୍ରୀଲେଲା ମହେଶ ବାବୁଙ୍କ ସହ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.