ETV Bharat / entertainment

ହଲିଉଡ ପପ ଗାୟିକା ମାଡୋନା ଆଇସିୟୁରେ ଭର୍ତ୍ତି - ଆମେରିକୀୟ ଗାୟିକା ମାଡୋନା

ଆମେରିକୀୟ ଗାୟିକା ମାଡୋନା ଆଇସିୟୁରେ ଭର୍ତ୍ତି । ଜୀବାଣୁ ସଂକ୍ରମଣରେ ପୀଡ଼ିତ ହୋଇ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ତାଙ୍କର "ସେଲିବ୍ରେସନ" ଟୁର ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ

ହଲିଉଡ ପପ ଆଇକନ ମାଡୋନା ଆଇସିୟୁରେ ଭର୍ତ୍ତି, ବ୍ୟାକଟରିଆଲ ଇନଫେକ୍ସନରେ ପୀଡ଼ିତ ଗାୟିକା

author img

By

Published : Jun 30, 2023, 8:55 AM IST

ହାଇଦ୍ରାବାଦ: ଆମେରିକୀୟ ଗାୟକ ମାଡୋନାଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର । ମାଡୋନା ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ବ୍ୟାକଟରିଆଲ ଇନଫେକ୍ସନରେ ଆକ୍ରାନ୍ତ ହୋଇ କଣ୍ଠଶିଳ୍ପୀ ଗତ କିଛି ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ମାଡୋନାଙ୍କ ମ୍ୟାନେଜର ଗାଏ ଓସେରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମ୍ୟାଡୋନାଙ୍କୁ ଗତ ଶନିବାର ଦିନ ସଂକ୍ରମଣର ପୀଡ଼ିତ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ଇଣ୍ଟେନ୍ସିଭ୍ କେୟାରରେ ରଖିବାକୁ ପଡିଲା । ଏପରି ପରିସ୍ଥିତି ପାଇଁ ବର୍ତ୍ତମାନ ତାଙ୍କ "ସେଲିବ୍ରେସନ" ଟୁର ସ୍ଥଗିତ ରଖାଯାଇଛି ।

ମାଡୋନାଙ୍କ ମ୍ୟାନେଜରଙ୍କ ଅନୁଯାୟୀ, ମାଡୋନାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି । କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରହିବ । ସେ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହେବାର ଆଶା କରାଯାଉଛି । ଓସେରି ଆହୁରି କହିଛନ୍ତି ଯେ, କାନାଡାର ଭାନକୋଭରରେ ଜୁଲାଇ 15ରେ ଆରମ୍ଭ ହେବାକୁ ଥିବା 64 ବର୍ଷୀୟ ପପ୍ ଆଇକନ୍ ମାଡୋନାଙ୍କ "ସେଲିବ୍ରେସନ" ଟୁର ବା ଶୋ' ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । 64 ବର୍ଷୀୟ ପପ୍ ଆଇକନର "ସେଲିବ୍ରେସନ୍" କାର୍ଯ୍ୟକ୍ରମ ଜୁଲାଇ 15ରୁ କାନାଡାର ଭାନକୋଭରରେ ଆରମ୍ଭ ହେବାର ଥିଲା । ହେଲେ ପରିସ୍ଥିତିକୁ ବିଚାର କରି ତାଙ୍କୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସେ ଖୁବ୍ ଶୀଘ୍ର ବାକି ସୂଚନା ସହ ଟୁରର କାର୍ଯ୍ୟସୂଚୀର ବିବରଣୀ ସମସ୍ତଙ୍କ ସହ ସେୟାର କରିବେ ।

ଏହା ମଧ୍ୟ ପଢନ୍ତୁ: 83 ବର୍ଷରେ ଦୁନିଆରୁ ଅଲବିଦା କହିଲେ ରକ୍ ଏନ ରୋଲ୍‌ର ଲୋକପ୍ରିୟ ଗାୟିକା ଟିନା

ସୂଚନା ଥାଉ କି, 64 ବର୍ଷୀୟ ମାଡୋନା ଜାନୁଆରୀ ମାସରେ ଏହି ଶୋ' ଘୋଷଣା କରିଥିଲେ । ତାଙ୍କର ଏହି ଶୋ' ପାଇଁ ଅନେକ ଟିକେଟ୍ ବିକ୍ରି ହୋଇସାରିଛି । 35 ସହର ସମେତ ଏହି ବିଶ୍ୱ ଯାତ୍ରା ଡିସେମ୍ବର 1 ରେ ୟୁରୋପର ଆମଷ୍ଟରଡ୍ରମ ଶେଷ ଶୋ' ସହିତ ଶେଷ ହୋଇଥାନ୍ତା । କିନ୍ତୁ ତାଙ୍କ ଅସୁସ୍ଥତା ହେତୁ ବର୍ତ୍ତମାନ ତାଙ୍କର ସମସ୍ତ ତାରିଖ ପରିବର୍ତ୍ତନ ହେବ ।

ଏହା ମଧ୍ୟ ପଢନ୍ତୁ: ୫୪ ବର୍ଷ ବୟସରେ ଗାୟିକା ଲିସା ମାରିଙ୍କ ଦେହାନ୍ତ

ମାଡୋନା ସାତ ଥର ଗ୍ରାମୀ ପୁରସ୍କାର ବିଜେତା ହୋଇଛନ୍ତି । ତାଙ୍କ ଶୋ' ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ । କିନ୍ତୁ ବର୍ତ୍ତମାନ ପପ୍ ଗାୟିକାଙ୍କ ଅସୁସ୍ଥ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ଏବଂ ଉତ୍ସାହର ସହିତ ତାଙ୍କୁ ଏହି ଶୋ'ରେ ଯୋଗଦେବାକୁ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.