ETV Bharat / entertainment

Madhu Reception: ମଧୁଙ୍କ ରିସେପ୍ସନ ପାର୍ଟିରେ ନଜର ଆସିଲେ ବଲିଉଡ ଓ ଟଲିଉଡ ଷ୍ଟାର - ଆମୀର ଖାନ

ନିର୍ମାତା ମଧୁ ମଣ୍ଟେନା ଲେଖକ ତଥା ଯୋଗ ଶିକ୍ଷକ ଇରା ତ୍ରିବେଦୀଙ୍କୁ ବିବାହ କରିଛନ୍ତି । ରବିବାର ଦିନ ମୁମ୍ବାଇରେ ୱେଡିଂ ରିସେପ୍ସନ୍ ସମାରୋହରେ ଆମୀର ଖାନ, ହ୍ରିତିକ ରୋଶନ, ସବା ଆଜାଦ, ସୋନାକ୍ଷୀ ସିହ୍ନା, ଅନୁପମ ଖେର ଏବଂ ସାଉଥ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ଲୋକପ୍ରିୟ ସେଲିବ୍ରିଟିମାନେ ଯୋଗ ଦେଇଥିଲେ ।

ମଧୁ-ଇରା ୱେଡିଂ ରିସେପ୍ସନ୍ ସମାରୋହରେ ସାମିଲ ହେଲେ ବଲିଉଡରୁ ସାଉଥ ସେଲିବ୍ରିଟି

author img

By

Published : Jun 12, 2023, 11:18 AM IST

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ମାତା ମଧୁ ମଣ୍ଟେନା ପୁଣି ଥରେ ବିବାହ କରିଛନ୍ତି । ନିର୍ମାତା ଯୋଗ ଶିକ୍ଷକ ଇରା ତ୍ରିବେଦୀଙ୍କୁ ଜୁନ୍ 10ରେ ବିବାହ କରିଛନ୍ତି । ବଲିଉଡ ଏବଂ ସାଉଥ ସିନେମାର ଅନେକ ତାରକା ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଏଥିସହ ଜୁନ୍ 11ରେ ମଧୁ ଏବଂ ଇରା ବଲିଉଡ ସେଲିବ୍ରେଟମାନଙ୍କ ପାଇଁ ଏକ ଗ୍ରାଣ୍ଡ ବିବାହ ରିସେପ୍ସନର ଆୟୋଜନ କରିଥିଲେ । ଏହି ସମାରୋହରେ ବଲିଉଡରୁ ସାଉଥ ସମସ୍ତ ଲୋକପ୍ରିୟ ସେଲିବ୍ରିଟି ସାମିଲ ହୋଇଥିଲେ । ଏଥିରେ ହ୍ରିତିକ ରୋଶନ ତାଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ପହଞ୍ଚିଥିବାବେଳେ ଆମୀର ଖାନ ତାଙ୍କ ପୁଅ ଜୁନାଦଙ୍କ ସହ ପାର୍ଟିରେ ନଜର ଆସିଥିଲେ । କେବଳ ଏତିକି ନୁହେଁ, ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମଧ୍ୟ ପାର୍ଟିରେ ନଜର ଆସିଥିଲେ । ତେବେ ଏହି ସମାରୋହରର ସମସ୍ତ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ନିର୍ମାତା ମଧୁ ଇରାଙ୍କ ୱେଡିଂ ରିସେପ୍ସନ୍ ସମାରୋହ

ବିବାହ ସମାରୋହରେ ମଧୁ ଏକ ହ୍ବାଇଟ କୁର୍ତ୍ତା ପିନ୍ଧିଥିବା ବେଳେ ଇରା ପିଙ୍କ କାଞ୍ଜିବରମ୍‌ ଶାଢୀରେ ସୁନ୍ଦର ଦେଖାଯାଉଥିଲେ । ଏହି ସମୟର ଫଟୋ ସେୟାର କରି ଇରା ଲେଖିଛନ୍ତି, ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି । ଶନିବାର ବିବାହ ପରେ ରବିବାର ଏହି ଦମ୍ପତିଙ୍କ ଗ୍ରାଣ୍ଡ ରିସେପ୍ସନ ହୋଇଥିଲା । ଯେଉଁଥିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିବା ବେଳେ କ୍ୟାମେରା ଆଗରେ ପୋଜ ଦେଉଥିବାର ନଜର ଆସିଛନ୍ତି । ନିର୍ମାତା ମଧୁ ମଣ୍ଟେନା ଏବଂ ଇରା ତ୍ରିବେଦୀ ମଧ୍ୟ ପୋଜ ଦେଇଥିଲେ । ଏହି ଦିନ ମଧୁ ବ୍ଲୁ ଆଉଟଫିଟରେ ନଜର ଆସିଥିବା ବେଳେ ଇରା ହ୍ବାଇଟ ଲେହେଙ୍ଗାରେ ଗର୍ଜିୟସ ଲୁକରେ ନଜର ଆସିଥିଲେ ।

ମଧୁ ଇରାଙ୍କ ୱେଡିଂ ରିସେପ୍ସନ୍ ସମାରୋହରେ ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ହ୍ରିତିକ ରୋଶନ

ହ୍ରିତିକ ରୋଶନ ତାଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ରିସେପ୍ସନରେ ଯୋଗ ଦେଇଥିଲେ । ସବା ସାଲୱାର ସୁଟରେ ନଜର ଆସିଥିବା ବେଳେ ହ୍ରିତିକ ବ୍ଲାକ ବ୍ଲେଜର ଏବଂ ସୁଟରେ ପ୍ୟାପ୍ ପାଇଁ ପୋଜ୍ କରୁଥିବାବେଳେ ଏହି ଯୋଡି ସୁନ୍ଦର ଦେଖାଯାଉଥିଲେ ।

ମଧୁ ଇରାଙ୍କ ୱେଡିଂ ରିସେପ୍ସନ୍ ସମାରୋହରେ ଅନୁପମ ଖେର ଏବଂ ଅନୀଲ କପୁରଙ୍କ ସହ ରାକେଶ ରୋଶନ

ମଧୁ ଇରାଙ୍କ ୱେଡିଂ ରିସେପ୍ସନ୍ ସମାରୋହରେ ପତ୍ନୀ ଅଶ୍ୱିନୀ ଆୟର ତିୱାରୀଙ୍କ ସହ ନିର୍ଦ୍ଦେଶକ ନୀତେଶ ତିୱାରୀ

ସେହିପରି ଅନୁପମ ଖେର ଏବଂ ଅନୀଲ କପୁରଙ୍କ ସହ ରାକେଶ ରୋଶନ ଯୋଗ ଦେଇଥିଲେ । ଅନ୍ୟପଟେ ଆମୀର ଖାନ ପୁଅ ଜୁନାଦ ଖାନଙ୍କ ସାମିଲ ହୋଇଥିବା ବେଳେ ଜ୍ୟାକି ଶ୍ରଫ, ବିବେକ ଓବରାଏ, ନିର୍ଦ୍ଦେଶକ ନୀତେଶ ତିୱାରୀ ଏବଂ ତାଙ୍କ ପତ୍ନୀ ଅଶ୍ୱିନୀ ଆୟର ତିୱାରୀ ମଧ୍ୟ ପାରମ୍ପାରିକ ପୋଷାକରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ନିର୍ମାତା ମଧୁ ଇରାଙ୍କ ୱେଡିଂ ରିସେପ୍ସନ୍ ସମାରୋହରେ ଆମୀର ଖାନଙ୍କ ପୁଅ ଜୁନାଦ ଖାନ

ନିର୍ମାତା ମଧୁ ଇରାଙ୍କ ୱେଡିଂ ରିସେପ୍ସନ୍ ସମାରୋହରେ ଆମୀର ଖାନ୍

ସେମାନଙ୍କ ବ୍ୟତୀତ ରୁମର ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସହ ସୋନାକ୍ଷୀ ସିହ୍ନା ଏବଂ ହୁମା କ୍ୟୁରେଶୀ, ରକୁଲ ପ୍ରୀତ ସିଂ ତାଙ୍କ ବୟଫ୍ରେଣ୍ଡ ଜ୍ୟାକି, ରାଜକୁମାର ରାଓ ତାଙ୍କ ପତ୍ନୀ ପାତ୍ରଲେଖା, ଜେନିଲିଆ ଦେଶମୁଖ ସାମିଲ ହୋଇଥିଲେ। ଏଥିସହ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ମଧୁ ଇରାଙ୍କ ୱେଡିଂ ରିସେପ୍ସନ୍ ସମାରୋହରେ ପରିବାର ସହ ଯୋଗ ଦେଲେ ମୁକେଶ ଭଟ୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.