ETV Bharat / entertainment

ପ୍ରଭାସଙ୍କୁ କେବେ ବିବାହ କରିବେ କ୍ରିତି ? ମୁହଁ ଖୋଲିଲେ ଅଭିନେତ୍ରୀ

author img

By

Published : Nov 30, 2022, 10:41 AM IST

ଅଦ୍ୟାବଧି କ୍ରିତି ପ୍ରଭାସଙ୍କ ସହ ସମ୍ପର୍କ ଥିବା ଖବର ଉପରେ ନୀରବ ରହିଥିଲେ। କିନ୍ତୁ ବର୍ତ୍ତମାନ କ୍ରିତି ଏକ ପୋଷ୍ଟ ମାଧ୍ୟମରେ ପ୍ରଭାସ ଏବଂ ତାଙ୍କ ସମ୍ପର୍କର ସତ୍ୟତା କହିଛନ୍ତି । କ୍ରିତି ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି - ନା ୟେ ପ୍ୟାର୍‌ ହେ ଔର୍‌ ନାହି PR । ଅଧିକ ପଢନ୍ତୁ

ପ୍ରଭାସଙ୍କ ସହ କେବେ ସାତ ଫେରା ନେବେ କ୍ରିତି
ପ୍ରଭାସଙ୍କ ସହ କେବେ ସାତ ଫେରା ନେବେ କ୍ରିତି

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍ । ଅପ୍‌କମିଂ ଫିଲ୍ମ ଆଦିପୁରୁଷର ଏହି ଯୋଡି ରିଲ୍ ଲାଇଫ୍ ମଧ୍ୟ ପରସ୍ପରକୁ ଡେଟ୍ କରୁଛନ୍ତି । ଆଉ ଏହି ଲଭବାର୍ଡଙ୍କ ସମ୍ପର୍କକୁ ନେଇ ନିକଟରେ ଏକ ବଡ ଖୁଲାସା କରିଥିଲେ ବରୁଣ ଧାଓ୍ବନ । କେବଳ ଏତିକି ନୁହେଁ, ଉଭୟଙ୍କ ବିବାହ ଖବର ମଧ୍ୟ ବଲିଉଡ କରିଡରରେ କ୍ରମାଗତ ବ୍ୟାପିବାରେ ଲାଗିଛି । ପ୍ରଶଂସକମାନେ ବି ଜାଣିବାକୁ ଉତ୍ସାହିତ ଅଛନ୍ତି କି ପ୍ରକୃତରେ ଉଭୟଙ୍କ ମଧ୍ୟରେ କ’ଣ ଚାଲିଛି । ବର୍ତ୍ତମାନ କ୍ରିତି ନିଜେ ତାଙ୍କ ବିବାହ ଏବଂ ପ୍ରଭାସଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ।

ନୀରବତା ଭାଙ୍ଗିଲେ କ୍ରିତି ସାନନ୍

ଅଦ୍ୟାବଧି କ୍ରିତି ପ୍ରଭାସଙ୍କ ସହ ସମ୍ପର୍କ ଥିବା ଖବର ଉପରେ ନୀରବ ରହିଥିଲେ । କିନ୍ତୁ ବର୍ତ୍ତମାନ କ୍ରିତି ଏକ ପୋଷ୍ଟ ମାଧ୍ୟମରେ ପ୍ରଭାସ ଏବଂ ତାଙ୍କ ସମ୍ପର୍କର ସତ୍ୟତା କହିଛନ୍ତି । କ୍ରିତି ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି - ନା ୟେ ପ୍ୟାର୍‌ ହେ ଔର୍‌ ନାହି PR… ହମାରା ଭେଡିଆ (ବରୁଣ ଧାୱନ) ରିଆଲିଟି ସୋ’ରେ ଟିକେ ୱାଇଲ୍ଡ ହୋଇଯାଇଥିଲେ । ବରୁଣଙ୍କର ମଜାଳିଆ କଥାବାର୍ତ୍ତା ପରେ ଅନେକ ପ୍ରକାରର ଗୁଜବ ପ୍ରଚାରିତ ହେଉଛି ।

ମୁହଁ ଖୋଲିଲେ କ୍ରିତି ସାନନ୍
ମୁହଁ ଖୋଲିଲେ କ୍ରିତି ସାନନ୍

କ୍ରିତି ଆହୁରି ଲେଖିଛନ୍ତି- କିଛି ପୋର୍ଟାଲ୍ ମୋର ବିବାହ ତାରିଖ ଘୋଷଣା କରିବା ପୂର୍ବରୁ ମୁଁ ଆପଣଙ୍କରର ଭୁଲ ଧାରଣା ଦୂର କରିଦେବାକୁ ଚାହୁଁଛି । ଏହି ଖବର ଗୁଜବ ଅଟେ । ଏଥିରେ କୌଣସି ସତ୍ୟତା ନାହିଁ ।

ପ୍ରଭାସ-କ୍ରିତିଙ୍କ ସମ୍ପର୍କର ଗୁଜବ

ନିକଟରେ କ୍ରିତି ସାନନ୍ ଏବଂ ବରୁଣ ଧାୱନ ଝଲକ ଦିଖଲା ଜା ଶୋ’ରେ ସେମାନଙ୍କର ଚଳଚ୍ଚିତ୍ର ଭେଡିଆର ପ୍ରମୋସନ କରିବାକୁ ଆସିଥିଲେ । ତା’ପରେ ବରୁଣ କ୍ରିତିଙ୍କ ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଶୋ’ର ହୋଷ୍ଟ କରଣ ଜୋହର ବରୁଣ ଧାୱନଙ୍କୁ ପଚାରିଛନ୍ତି, ‘କ୍ରିତିଙ୍କ ନାମ ଏଥିରେ କାହିଁକି ନଥିଲା ? କରଣଙ୍କ ଏହି ପ୍ରଶ୍ନ ଉପରେ ବରୁଣ କୁହନ୍ତି, କ୍ରିତିଙ୍କ ନାମ ରଖାଯାଇ ନାହିଁ କାରଣ ତାଙ୍କ ନାମ କାହାର ହୃଦୟରେ ଅଛି । କରଣ ଏହା ଶୁଣିବା ମାତ୍ରେ କୁହନ୍ତି, କାହାର ହୃଦୟ ? ବରୁଣ କୁହନ୍ତି, “ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୁମ୍ବାଇରେ ନାହାଁନ୍ତି । ସେ ବର୍ତ୍ତମାନ ଦୀପିକାଙ୍କ ସହ ସୁଟିଂ କରୁଛନ୍ତି ।’ ବରୁଣ ଏହା କହିବା ପରେ କ୍ରିତିଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ସ୍ମାଇଲ୍ ଦେଖିବାକୁ ମିଳିଛି । ଏହା ଶୁଣିବା ପରେ କରଣ ଜୋହର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହା ବି ପଢନ୍ତୁ: Adipurush Teaser launch: ଥମିନି ଚର୍ଚ୍ଚା, ହାତରେ ହାତ ଛନ୍ଦି ଚାଲିଲେ କ୍ରିତି-ପ୍ରଭାସ

ବରୁଣଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ବରୁଣ କଥାରୁ ସେ ଅଭିନେତା ପ୍ରଭାସଙ୍କ ଆଡକୁ ହିଣ୍ଟ ଦେଉଥିବା ଜଣାପଡୁଛି ବୋଲି ପ୍ରଶଂସକମାନେ ଭିଡିଓରେ କମେଣ୍ଟ କରି କହିଥିଲେ । ପ୍ରଭାସ ଏବଂ କ୍ରିତି ଦୀର୍ଘ ସମୟ ଧରି ଏକ ସଂପର୍କରେ ଅଛନ୍ତି, ଏନେଇ ବହୁ ଦିନ ହେବ ଚର୍ଚ୍ଚା ହେଉଥିଲା । ନିକଟରେ କ୍ରିତିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ପ୍ରଭାସଙ୍କୁ ଡାର୍ଲିଂ ବୋଲି କହିଥିଲେ । ହେଲେ ବର୍ତ୍ତମାନ ଦୁହେଁ ପ୍ରକୃତରେ ପରସ୍ପରକୁ ଡେଟ୍ କରୁଛନ୍ତି କି ନାହିଁ ସେ ନେଇ କ୍ରିତି ଅଫିସିଆଲ୍ ରୂପେ ସ୍ପଷ୍ଟ କରିଦେଇଛନ୍ତି ।

ଆଦିପୁରୁଷ ଫିଲ୍ମରେ ପ୍ରଭାସ ଏବଂ କ୍ରିତି ଏକାଠି ନଜର ଆସିବେ । ଉଭୟଙ୍କ ଫିଲ୍ମ ଆସନ୍ତା ବର୍ଷ 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । କ୍ରିତି ଏବଂ ପ୍ରଭାସଙ୍କ ବ୍ୟତୀତ ସୈଫ ଅଲି ଖାନ ମଧ୍ୟ ଏହି ଫିଲ୍ମରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.