ETV Bharat / entertainment

କରଣଙ୍କ ଖୁଲାସା: ବନ୍ଦ ହେବନି Koffee With Karan, ଡିସ୍ନି ପ୍ଲସ୍ ହଟଷ୍ଟାରରେ ହେବ ପ୍ରସାରିତ

ବଲିଉଡ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ସୋ 'କଫି ୱିଥ୍‌ କରଣ' ବନ୍ଦ ହେବ ନାହିଁ, ବରଂ ଏହି ସୋ ଏକ ଧମାକାଦାର ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ଅଧିକ ପଢନ୍ତୁ

author img

By

Published : May 5, 2022, 8:56 AM IST

ବନ୍ଦ ହେବନି Koffee With Karan, ଡିସ୍ନି ପ୍ଲସ୍ ହଟଷ୍ଟାରରେ ହେବ ପ୍ରସାରିତ

ହାଇଦ୍ରାବାଦ: କରଣ ଜୋହରଙ୍କ ଲୋକପ୍ରିୟ ସୋ' Koffee With Karank କୁ ନେଇ ପୁଣି ଏକ ନୂଆ ଖୁଲାସା ହୋଇଛି । ବଲିଉଡ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ସୋ 'କଫି ୱିଥ୍‌ କରଣ' ବନ୍ଦ ହେବ ନାହିଁ, ବରଂ ଏହି ସୋ ଏକ ଧମାକାଦାର ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ଏହା କରଣ ଜୋହର ନିଜେ ଖୁଲାସା କରିଛନ୍ତି । ତାଙ୍କର 'କଫି ୱିଥ୍ କରଣ' ସୋ ଟିଭିରେ ନୁହେଁ ବରଂ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରସାରିତ ହେବ ।

ଗତକାଲି (ମେ 4) କରଣ ଜୋହର ଟ୍ୱିଟ କରି ଘୋଷଣା କରିଥିଲେ ଯେ, ଏହି ଚାଟ ସୋ’ର ପରବର୍ତ୍ତୀ ସିଜନ ଆଉ ଆସିବ ନାହିଁ। ଏହି ଖବର ଭାଇରାଲ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଥିଲା । ବର୍ତ୍ତମାନ ଆଜି ପୁଣି ସୂଚନା ଦେଇ ଲେଖିଛନ୍ତି, 'କଫି ଓ୍ବିଥ୍‌ କରଣ' ସୋ ଟିଭିରେ ଆସିବ ନାହିଁ କାରଣ ପ୍ରତ୍ୟେକ ମହାନ କାହାଣୀକୁ ଏକ ଟ୍ବିଷ୍ଟର ଆବଶ୍ୟକ ହୋଇଥାଏ । ମୁଁ ସୂଚନା ଦେଇ ବହୁତ ଖୁସି ଯେ ସୋ ’କଫି ୱିଥ୍ କରଣ'ର ସପ୍ତମ ସିଜନ୍ ଡିସ୍ନି ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ହେବ ।

କରଣ ଜୋହର ଆହୁରି ଲେଖିଛନ୍ତି, 'ଦେଶର ସବୁଠାରୁ ବଡ ଚଳଚ୍ଚିତ୍ର ତାରକାମାନେ ଚେୟାରରେ ବସି କଫି ପିଇବା ସମୟରେ ସେମାନଙ୍କର ରହସ୍ୟ ଖୋଲିବେ। ସେଠାରେ ଖେଳ ହେବ, ଗୁଜବ ଉପରେ ବ୍ରେକ ଲାଗିବ ଏବଂ କଥାବାର୍ତ୍ତା ହେବ, ଯାହା ଆହୁରି ଗଭୀରକୁ ଯିବ । ପ୍ରେମ, କ୍ଷତି ଏବଂ ଆମେ ଗତି କରିଯାଇଥିବା ସମସ୍ତ ବିଷୟକୁ ନେଇ ଆଲୋଚନା ହେବ ।

କଫି ଓ୍ବିଥ୍‌ କରଣ ଚାଟ୍ ସୋ OTT ରେ ଷ୍ଟ୍ରିମ୍ ହେବ

କରଣ ଜୋହର ପ୍ରାଙ୍କ କରିବାରେ ପାରଙ୍ଗମ । ବୁଧବାର ସେ ଘୋଷଣା କରିଥିଲେ ଯେ କଫି ୱିଥ୍ କରଣ ଚାଟ୍ ସୋ ଆଉ ଫେରିବ ନାହିଁ। ଏହି ଚାଟ୍ ସୋ 2004 ମସିହାରୁ ପ୍ରସାରିତ ହେଉଛି। କିଛି ଘଣ୍ଟା ପରେ କରଣ ଜୋହର ପୁଣି ଘୋଷଣା କରିଛନ୍ତି କି, ଏହା ଟିଭିକୁ ଫେରିବ ନାହିଁ, ବରଂ OTT ରେ ଷ୍ଟ୍ରିମ୍ ହେବ ଏବଂ ଏହା ଡିସ୍ନି ପ୍ଲସ୍ ହଟଷ୍ଟାରକୁ ଫେରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.