ETV Bharat / entertainment

Katrina Kaif : ବିକି-କ୍ୟାଟଙ୍କ ଘରକୁ ଆସିବେ ନୂଆ ଅତିଥି, ବେବି ପ୍ଲାନରେ ଅଛନ୍ତି ଦମ୍ପତି

author img

By

Published : May 5, 2023, 5:14 PM IST

ବଲିଉଡ ସୁନ୍ଦର ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ବିଷୟରେ ଏକ ଖୁସି ଖବର ଆସିଛି । ମା' ହେବାକୁ ଯୋଜନା କରୁଛନ୍ତି କ୍ୟାଟ୍ । ନିକଟରେ ଏକ ସାକ୍ଷାତକାରରେ ନିଜ ବେବି ପ୍ଲାନ୍‌ ନେଇ ଖୁଲାସା କରିଛନ୍ତି ଅଭିନେତ୍ରୀ । ଯାହାକୁ ନେଇ ବର୍ତ୍ତମାନ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଅଧିକ ପଢନ୍ତୁ

ବିକି-କ୍ୟାଟଙ୍କ ଘରକୁ ଆସିବେ ନୂଆ ଅତିଥି, ବେବି ପ୍ଲାନରେ ଅଛନ୍ତି ଦମ୍ପତି

ମୁମ୍ବାଇ: ବଲିଉଡର 'ବାର୍ବୀ ଡଲ୍' କ୍ୟାଟ୍ରିନା କୈଫ ଏବଂ ଲୋକପ୍ରିୟ ଅଭିନେତା ବିକି କୌଶଲଙ୍କ ଯୋଡିକୁ ଲକ୍ଷଲକ୍ଷ ଲୋକ ପସନ୍ଦ କରନ୍ତି । ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ୍ସଙ୍କ ଲୋକପ୍ରିୟ ହୋଇପାରିଛନ୍ତି ଏହି ସୁନ୍ଦର ଯୋଡି । ବୃତ୍ତିଗତ ଜୀବନ ସମେତ ବ୍ୟକ୍ତିଗତ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବିକି-କ୍ୟାଟ। ଏହାରି ମଧ୍ୟରେ ଦମ୍ପତିଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖବର ଆସିଛି। ବିକି-କ୍ୟାଟଙ୍କ ଘରକୁ ଆସିବ ନୂଆ ଅତିଥି । ବେବି ପ୍ଲାନ୍‌ କରୁଛନ୍ତି ଏହି ବଲିଉଡ୍‌ ଦମ୍ପତି। ନିକଟରେ ଏକ ସାକ୍ଷାତକାରରେ ବେବି ପ୍ଲାନ ନେଇ ଖୁଲାସା କରିଛନ୍ତି କ୍ୟାଟ୍‌ । ଅଭିନେତ୍ରୀ ନିଜ ଆଗାମୀ ଫିଲ୍ମ ପରେ ବେବି ପ୍ଲାନ୍‌ କରିବେ । ଏହି ଖବର ପ୍ରସାରିତ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ କ୍ୟାଟ୍ରିନା କୈଫ ତାଙ୍କ ବନ୍ଧୁମାନଙ୍କ ସହ ଆଲୋଚନା କରି କହିଛନ୍ତି ଯେ, ସେ ଫରହାନ ଅଖତର ଏବଂ ଜୋୟା ଅଖତରଙ୍କ ଫିଲ୍ମ 'ଜୀ ଲେ ଜରା' ରେ ନଜର ଆସିବେ । ଫିଲ୍ମକୁ ନେଇ ପ୍ରସ୍ତୁତି ଚାଲିଛି। ତେବେ ଏହି ଫିଲ୍ମ କରିବା ପରେ ବେବି ପ୍ଲାନ୍‌ କରିବୁ। ଏହାପରେ ଖୁବଶୀଘ୍ର ଭିକି କୌଶଲ ଓ କ୍ୟାଟ୍ରିକା କୈଫ୍‌ ବାପାମାଆ ହେବାକୁ ଯାଉଥିବା ଫ୍ୟାନ୍ସମାନେ ଆକଳନ କରିଛନ୍ତି । ତେବେ ଏହି ଖବର ଭାଇରାଲ ହେବା ମାତ୍ରେ ଫ୍ୟାନ୍ସ ବେଶ ଖିସି ହେବା ସହ ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।

ସୂଚନା ଥାଉ କି, 'ଜୀ ଲେ ଜରା' ଫିଲ୍ମର ସୁଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହି ଫିଲ୍ମଟିକୁ ଫରହାନ ଅଖତରଙ୍କ ସହ ଭଉଣୀ ଜୋୟା ଅଖତର ପ୍ରସ୍ତୁତ କରୁଛନ୍ତି । ଯେଉଁଥିରେ କ୍ୟାଟ୍ରିନା କୈଫଙ୍କ ସମେତ ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରା ଏକାଠି ନଜର ଆସିବେ । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଏହି ଲୋକପ୍ରିୟ ତାରକା ଏକାଠି ସ୍କ୍ରିନ୍‌ ସେୟାର କରୁଥିବା ଦେଖିବାକୁ ମିଳିବ । ଫିଲ୍ମ 'ଜୀ ଲେ ଜରା' ହେଉଛି ଫରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜିନ୍ଦେଗି ନା ମିଲେଗି ଦୋବାରା'ର ଫିମେଲ ଭର୍ସନ । ଯେଉଁଥିରେ ହ୍ରିତିକ ରୋଶନ, ଫରହାନ ଅଖତର ଏବଂ ଅଭୟ ଦେଓଲ ଦମଦାର ଅଭିନୟ କରିଥିଲେ ।

ସେପଟେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ କ୍ୟାଟ୍ରିନା କୈଫ୍‌ ତାଙ୍କ ଫିଲ୍ମ ମେରୀ ଖ୍ରୀଷ୍ଟମାସର ସୁଟିଂ ଶେଷ କରିଛନ୍ତି । ଏଥିସହିତ କ୍ୟାଟ୍ରିନା କୈଫ ଚଳିତ ବର୍ଷ ଶେଷରେ ଟାଇଗର -3 ଫିଲ୍ମରେ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିବେ । ଚଳିତ ବର୍ଷ ଦିୱାଲୀ ଅବସରରେ ଏହି ଫିଲ୍ମ ରିଲିଜ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.