ହାଇଦ୍ରାବାଦ: ବଲିଉଡର 'ବାର୍ବି ଡଲ୍' କ୍ୟାଟ୍ରିନା କୈଫ ବର୍ତ୍ତମାନ ତାଙ୍କର ବିବାହିତ ଜୀବନ ବିତାଉଛନ୍ତି । କ୍ୟାଟ୍ରିନା ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ମାଧ୍ୟମରେ ଏସବୁ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ କେବଳ ଅପେକ୍ଷା କରିଛନ୍ତି, ତାଙ୍କ ମାଆ ହେବା ଖବରକୁ । ବର୍ତ୍ତମାନ କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହା ସହ ଏକ ଆଶ୍ଚର୍ଯ୍ୟଜନକ କ୍ୟାପସନ ଦେଇଛନ୍ତି । ଏହି ଭିଡିଓରେ କ୍ୟାଟ୍ରିନା ବହୁତ ସୁନ୍ଦର ଦେଖାଯାଉଛନ୍ତି ।
- " class="align-text-top noRightClick twitterSection" data="
">
ଗୁରୁବାର (ସେପ୍ଟେମ୍ବର 15) କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ସେ ପିଚ୍ ରଙ୍ଗର ପୋଷାକ ପିନ୍ଧିଥିବାର ଦେଖାଯାଉଛି । କ୍ୟାଟ୍ରିନାଙ୍କ ଏହି ଫଟୋରୁ ଫ୍ୟାନ୍ସଙ୍କ ନଜର ହଟୁନି । ଏହି ଭିଡିଓ ସେୟାର କରି କ୍ୟାଟ୍ରିନା ପୁଣି ଥରେ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ଏହି ଭିଡିଓର କ୍ୟାପସନ୍ ଦେଇ କ୍ୟାଟ୍ରିନା ଲେଖିଛନ୍ତି, 'Something special coming soon 🔜 💄'। ବର୍ତ୍ତମାନ ପୂର୍ବ ପରି, କ୍ୟାଟ୍ରିନା କୈଫଙ୍କ ସମ୍ଥିଙ୍ଗ୍ ସ୍ପେଶାଲ କ୍ୟାପସନ୍କୁ ଗର୍ଭଧାରଣ ସହିତ ଯୋଡିଥିବା ଦେଖାଯାଉଛି ।
କ୍ୟାଟ୍ରିନାଙ୍କ Something Special Coming Soon କ'ଣ
ଅଗଷ୍ଟ ୧୮ରେ, କ୍ୟାଟ୍ରିନା ସମାନ କ୍ୟାପସନ୍ ଦେଇ ନିଜର ଆକର୍ଷଣୀୟ ଫଟୋ ସେୟାର କରିଥିଲେ । ତା’ପରେ ଚର୍ଚ୍ଚା ଧରିଥିଲା ଯେ, କ୍ୟାଟ୍ରିନା ଖୁବ୍ ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି । କାରଣ ସେହି ସମୟରେ ଆଲିଆ ଭଟ୍ଟଙ୍କ ଗର୍ଭଧାରଣକୁ ନେଇ ଉତ୍ସବ ପାଳନ କରାଯାଉଥିଲା ।
ତେବେ କ୍ୟାଟ୍ରିନା କୈଫଙ୍କ Something Special Coming Soon ଫଣ୍ଡା ଅତି ସରଳ ଅଟେ । ସେ ନିଜେ ଏହାର ଖୁଲାସା କରିଥିଲେ । ସେହି ସମୟରେ ଏହାର କ୍ୟାପସନ୍ ଦେଇ କହିଥିଲେ ଯେ, "ସେ ଗୌରୀ ଖାନଙ୍କ ଇଣ୍ଟେରିୟର ଡିଜାଇନ୍ ସହ ଜଡିତ ପ୍ରକଳ୍ପରେ ବ୍ୟସ୍ତ ଅଛନ୍ତି ।"
ବର୍ତ୍ତମାନ Something Special Coming Soonକୁ ନେଇ କୁହାଯାଇପାରେ ଯେ, ଗୌରୀ ଖାନ୍ ଏକ ନୂଆ ପ୍ରକଳ୍ପ ଆଣୁଛନ୍ତି କିମ୍ବା ତାଙ୍କର ନୂଆ ବିଜ୍ଞାପନ ଆସୁଛି । ବର୍ତ୍ତମାନ କ୍ୟାଟ୍ରିନା ସ୍ୱାମୀ ଭିକି କୌଶଲଙ୍କ ସହ ମଧ୍ୟ ଏକ ବିଜ୍ଞାପନରେ ନଜର ଆସିବେ ।