ହାଇଦ୍ରାବାଦ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ 'ସତ୍ୟପ୍ରେମ କି କଥା' ଜୁନ୍ 29ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ କାର୍ତ୍ତିକ-କିଆରାଙ୍କ ଅନସ୍କ୍ରିନ ଯୋଡି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଏହି ଫିଲ୍ମ ଓପନିଂ ସପ୍ତାହ ବେଶ ଭଲ କଲେକ୍ସନ କରିଥିଲା। ଏବଂ ପରେ ଦ୍ବିତୀୟ ସପ୍ତାହରେ କ୍ରମଶଃ ଫିଲ୍ମର ଆୟ ହ୍ରାସ ପାଇଲା। ତଥାପି ଫିଲ୍ମ 7ମ ଦିନରେ ଭଲ କଲେକ୍ସନ କରି 50କୋଟି କ୍ଲବରେ ସାମିଲ ହୋଇପାରିଛି।
'ଭୁଲ ଭୁଲେୟା ୨' ପରେ କାର୍ତ୍ତିକ ଏବଂ କିଆରାଙ୍କ 'ସତ୍ୟପ୍ରେମ କି କଥା' ଫିଲ୍ମ ହିଟ୍ ହୋଇଛି । ଚଳଚ୍ଚିତ୍ରଟି ଏହାର ଉଦଘାଟନୀ ସପ୍ତାହରେ ଭଲ କଲେକ୍ସନ କରିଥିଲା, ଯଦିଓ ସୋମବାର ଫିଲ୍ମର ସଂଗ୍ରହରେ ପ୍ରାୟ 65% ହ୍ରାସ ଘଟିଥିଲା, କିନ୍ତୁ ଫିଲ୍ମ ପୁଣି ମଙ୍ଗଳବାର ଦିନ ଆୟରେ ସାମାନ୍ୟ ବୃଦ୍ଧି ଘଟି 4.5 କୋଟି ଟଙ୍କା ସଂଗ୍ରହ କରିଥିଲା। ଏଥି ସହିତ, ଫିଲ୍ମ ରିଲିଜ୍ ହେବାର ସପ୍ତମ ଦିନରେ ଅର୍ଥାତ୍ ବୁଧବାରର 3.75 କୋଟି ଟଙ୍କା ରୋଜଗାର କରିଛି । ଏହା ଫିଲ୍ମର ସର୍ବନିମ୍ନ ଆୟ ହେବା ସତ୍ତ୍ବେ ଫିଲ୍ମ 50କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ଫିଲ୍ମର ମୋଟ କଲେକ୍ସନ୍ 50.76 କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ବକ୍ସ ଅଫିସ କଲେକ୍ସନ: 'ସତ୍ୟପ୍ରେମ କି କଥା'
- ପ୍ରଥମ ଦିନ (ଜୁନ 29, ଗୁରୁବାର)- 9.25 କୋଟି ଟଙ୍କା
- ଦ୍ୱିତୀୟ ଦିନ (ଜୁନ 30, ଶୁକ୍ରବାର)- 7 କୋଟି ଟଙ୍କା
- ତୃତୀୟ ଦିନ- (ଜୁଲାଇ 1, ଶନିବାର)- 10.1 କୋଟି ଟଙ୍କା
- ଚତୁର୍ଥ ଦିନ- (ଜୁଲାଇ 2, ରବିବାର)- 12.15 କୋଟି ଟଙ୍କା
- ପଞ୍ଚମ ଦିନ- (ଜୁଲାଇ 3, ସୋମବାର)- 4 କୋଟି ଟଙ୍କା
- ଷଷ୍ଠ ଦିନ-(ଜୁଲାଇ 4, ମଙ୍ଗଳବାର)- 4.5 କୋଟି ଟଙ୍କା
- ସପ୍ତମ ଦିନ-(ଜୁଲାଇ 5, ବୁଧବାର)-3.75 କୋଟି ଟଙ୍କା
- ଫିଲ୍ମର ମୋଟ ସଂଗ୍ରହ 50.76 କୋଟି ଟଙ୍କାକୁ ବୃଦ୍ଧି ପାଇଛି
ଏହା ମଧ୍ୟ ପଢନ୍ତୁ: ପାସୁରୀ ଗୀତକୁ ନେଇ ରାଗିଲେ ଶୋଏବ ଅଖତର, କହିଲେ ଏମିତି
'ସତ୍ୟପ୍ରେମ କି କଥା' ସମୀର ବିଦ୍ବାନ୍ସଙ୍କ ନିର୍ଦ୍ଦେଶିତ ଏବଂ ଭୂଷଣ କୁମାରଙ୍କ ଦ୍ୱାରା ପ୍ରଜୋଯିତ । ଜରା ହଟକେ ଜରା ବଚକେଙ୍କ ପରି ସ୍ୱଳ୍ପ ବଜେଟରେ ନିର୍ମିତ 'ସତ୍ୟପ୍ରେମ କି କଥା' ମଧ୍ୟ ଏକ ହିଟ୍ ହୋଇପାରିଛି । 60 କୋଟି ବଜେଟରେ ନିର୍ମିତ 'ସତ୍ୟପ୍ରେମ କି କଥା' ରିଲିଜ୍ ହେବାର ସପ୍ତମ ଦିନରେ ଶେଷରେ 50 କୋଟି କ୍ଲବ୍ରେ ଯୋଗ ଦେଇଛି । ଏହା ସହିତ ଏହି ଚଳଚ୍ଚିତ୍ର କାର୍ତ୍ତିକ ଏବଂ କିଆରାଙ୍କ ଯୋଡ଼ିର ଦ୍ୱିତୀୟ ହିଟ୍ ଫିଲ୍ମ ପାଲଟିଛି । ନିର୍ମାତା ଏବଂ ଷ୍ଟାର କାଷ୍ଟ 'ସତ୍ୟପ୍ରେମ କି କଥାର' 50 କୋଟି କ୍ଲବରେ ସାମିଲ ହେବା ନେଇ ବେଶ ଖୁସି ଅଛନ୍ତି । ଏଥିସହିତ ଏହି ସପ୍ତାହ ଶେଷରେ ଫିଲ୍ମ ପୁଣି ଥରେ ବକ୍ସ ଅଫିସରେ ଧମାକା କରିପାରେ ବୋଲି ଆଶା କରାଯାଉଛି ।