ETV Bharat / entertainment

ପାକିସ୍ତାନୀ ଅଭିନେତ୍ରୀଙ୍କ ପ୍ରେମରେ ବଲିଉଡ ଅଭିନେତା ! କହିଲେ ‘ମେରେ ହୋ ଜାଓ’

author img

By

Published : Aug 17, 2023, 11:03 AM IST

Updated : Aug 17, 2023, 11:27 AM IST

ଟିଭି ଅଭିନେତା କରଣ ୱାହି ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ଏକ ଗୀତ ରଚନା କରିଛନ୍ତି। ସେ କିଞ୍ଜା ହାଶ୍ମୀଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି । ଉଭୟଙ୍କ ଗୀତ ଲାଇମଲାଇଟରେ ଅଛି, ଯାହାକୁ ରାହତ ଫତେହ ଅଲି ଖାନ ଗାଇଛନ୍ତି । ଅଧିକ ପଢନ୍ତୁ

ମ୍ୟୁଜିକ୍ ଭିଡିଓ ରିଲିଜ୍
ମ୍ୟୁଜିକ୍ ଭିଡିଓ ରିଲିଜ୍

ହାଇଦ୍ରାବାଦ: କରଣ ୱାହି ଭାରତର ଜଣେ ଲୋକପ୍ରିୟ ଅଭିନେତା । ଛୋଟ ପରଦାରୁ ରୂପେଲି ପରଦା ପର୍ଯ୍ୟନ୍ତ ସେ ନିଜର ଜଲଓ୍ବା ଦେଖାଇ ଚାଲିଛନ୍ତି । ସେ ଜଣେ ଲୋକପ୍ରିୟ ହୋଷ୍ଟ ମଧ୍ୟ । ଆଜିକାଲି କରଣ ତାଙ୍କର ନୂଆ ଗୀତ ପାଇଁ ଚର୍ଚ୍ଚାରେ ଅଛନ୍ତି । ବାସ୍ତବରେ ନିକଟରେ ତାଙ୍କର ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଛି ଯେଉଁଥିରେ ପାକିସ୍ତାନୀ ଅଭିନେତ୍ରୀ କିଞ୍ଜା ହାଶ୍ମୀ ତାଙ୍କ ସହ ନଜର ଆସିଛନ୍ତି ।

  • " class="align-text-top noRightClick twitterSection" data="">

କିଞ୍ଜା ହାଶ୍ମୀ ଏବଂ କରଣ ୱାହିଙ୍କ ଗୀତ ‘ମେରେ ହୋ ଜାଓ’ 15 ଅଗଷ୍ଟରେ ୟୁଟ୍ୟୁବରେ ମୁକ୍ତିଲାଭ କରିଛି । ଏହି ଗୀତ ଖୁବ୍‌ ସୁନ୍ଦର ହୋଇଥିବାବେଳେ ଭ୍ୟୁଜ୍‌ ମଧ୍ୟ ଭଲ ମିଳୁଛି । କେବଳ ଗୋଟିଏ ଦିନରେ 11 ଲକ୍ଷରୁ ଅଧିକ ଲୋକ ଏହି ଗୀତ ଦେଖିଛନ୍ତି । ଭିଡିଓରେ କରଣ ଏବଂ କିଞ୍ଜା ପରସ୍ପର ମଧ୍ୟରେ ହଜିଯାଇଥିବା ଏବଂ ପରସ୍ପର ସହିତ ରୋମାଣ୍ଟିକ ହୋଇଥିବାର ନଜର ଆସିଛନ୍ତି । ‘ମେରେ ହୋ ଜାଓ’ରେ ଉଭୟଙ୍କ ଯୋଡିକୁ ପ୍ରଶଂସକ ମଧ୍ୟ ପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନାଲି ଶାଢୀରେ ସାମନ୍ଥା, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଉଲ୍ଲେଖନୀୟ ଯେ, ଏହି ଗୀତକୁ ପାକିସ୍ତାନର ଲୋକପ୍ରିୟ ଗାୟକ ରାହତ ଫତେହ ଅଲି ଖାନ ସ୍ୱର ଦେଇଛନ୍ତି । କିଞ୍ଜା ହାଶ୍ମୀ ଅଗଷ୍ଟ 6ରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ଗୀତକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ଏହି ପ୍ରୋଜେକ୍ଟ ତାଙ୍କ ହୃଦୟର ଅତି ନିକଟତର ଅଟେ ଏବଂ ସେ ପ୍ରଥମ ଥର ପାଇଁ କରଣ ୱାହିଙ୍କ ସହ କାମ କରୁଛନ୍ତି । ପ୍ରାରମ୍ଭରେ ସେ ଟିକେ ନର୍ଭସ ଥିଲେ, କିନ୍ତୁ ସୀମା ଆରପଟୁ ଯେଉଁ ଭଲପାଇବା ତାଙ୍କୁ ମିଳିଛି ସେଥିରେ ସେ ଖୁସି ହୋଇଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଲିଆଙ୍କୁ ଲିପଷ୍ଟିକ୍ ଲଗାଇବାକୁ ମନାକଲେ ରଣବୀର, ଟ୍ରୋଲ କଲେ ଫ୍ୟାନ୍ସ

କିଞ୍ଜା ହାଶ୍ମୀ କିଏ?

କିଞ୍ଜା ହାଶ୍ମୀ ପାକିସ୍ତାନର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ 2014ରେ ଉର୍ଦ୍ଦୁ ଟିଭି ଡ୍ରାମା ‘ଅଧୁରା ମିଲନ’ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ, ଏହା ପରେ ସେ ଅନ୍ୟାନ୍ୟ ସିରିଏଲରେ କାମ କରିଥିଲେ । 2018 ମସିହାରେ, ସେ ଇଶ୍‌କା ତମାଶା ସୋ’ରେ ରୁଷ୍ନାଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହା ମାଧ୍ୟମରେ ସେ ବହୁତ ଲୋକପ୍ରିୟ ହୋଇଥିଲେ । ସୋସିଆଲ ମିଡିଆରେ କିଞ୍ଜାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ଅଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର 83 ଲକ୍ଷ ଫଲୋଅର୍ସ ଅଛନ୍ତି । ଯଦି ଆମେ କରଣ ୱାହିଙ୍କ ବିଷୟରେ କଥା ହେବା, ସେ ଦାବତ-ଏ-ଇସ୍କ, ହେଟ୍‌ ଷ୍ଟୋରୀ 4 ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।

Last Updated : Aug 17, 2023, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.