ମୁମ୍ବାଇ: ଟେଲିପ୍ରମ୍ପଟର ଦେଖି ଡାଏଲଗ କୁହନ୍ତି କପିଲ ଶର୍ମା ! ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ହାସ୍ୟ ଅଭିନେତା କପିଲ ଟେଲିପ୍ରମ୍ପଟର (Teleprompter) ଦେଖି ଡାଏଲଗ କହୁଥିବା ଦେଖିବାକୁ ମିଳିଛି। ଭିଡିଓଟି କପିଲ ଶର୍ମାଙ୍କ ଲୋକପ୍ରିୟ ସୋ 'ଦ କପିଲ ଶର୍ମା ସୋ'(The Kapil Sharma Show)ର । ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ କପିଲ ଶର୍ମାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
- " class="align-text-top noRightClick twitterSection" data="
">
ସୋସିଆଲ ମିଡିଆ ୟୁଜର୍ସ ତାଙ୍କର ଏହି ଭିଡିଓ ସେୟାର ଦାବି କରିଛନ୍ତି ଯେ କପିଲ ଯେଉଁ ସ୍କ୍ରିପ୍ଟ ପଢି କମେଡି କୁହନ୍ତି, ତାହା ଅସଲି ନୁହେଁ। ବର୍ତ୍ତମାନ କପିଲଙ୍କ ଏହି ଭିଡିଓ ଭାଇରାଲ ହେବା ମାତ୍ରେ ୟୁଜର୍ସ 'ଦ କପିଲ ଶର୍ମା ସୋ' ଉପରେ ପ୍ରଶ୍ନ କରିବା ସହ ତାଙ୍କ କମେଡିର ପରିହାସ କରିବା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ଭାବୁଥିଲେ ଯେ କପିଲ ନିଜେ କାହାର ସାହାଯ୍ୟ ନନେଇ ସବୁ ଡାଏଲଗ କହିଥାନ୍ତି। ହେଲେ ସେ ଟେଲିପ୍ରମ୍ପଟର ବ୍ୟବହାର କରୁଥିବା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ବାସ୍ତବରେ, ଓଜସ୍ୱା ବର୍ଦ୍ଧନ ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ନିଜ ଇନଷ୍ଟାଗ୍ରାମରେ 'କପିଲ ଶର୍ମା ସୋ'ର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ଏହି ଭିଡିଓରେ କପିଲ ସୋ’ର ସେଟରେ ନଜର ଆସିଛନ୍ତି ଏବଂ ନିଜ ଅନ୍ଦାଜରେ ସେ ସୋ’ରେ ବସିଥିବା ଲୋକଙ୍କୁ କମେଡି କରି ହସାଉଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କପିଲ କମେଡି କରୁଥିବା ଦେଖାଯାଇଛି। ଯେତେବେଳେ ସ୍କ୍ରିନ୍ ଜୁମ୍ କରାଯାଉଛି, ସେତେବେଳେ ୱିଣ୍ଡୋ ସ୍କ୍ରିନରେ ଟେଲିପ୍ରମ୍ପଟର ଥିବା ଦୃଶ୍ୟମାନ ହେଉଛି । ଅର୍ଥାତ ଟେଲିପ୍ରମ୍ପଟରରେ ଲେଖାଯାଇଥିବା ସ୍କ୍ରିପ୍ଟ ପ୍ରତିଫଳନ ୱିଣ୍ଡୋରେ ଦୃଶ୍ୟମାନ ହେଉଛି । ଏହି ପ୍ରତିଫଳନ ହେତୁ ୟୁଜର୍ସମାନେ କପିଲ ଶର୍ମାଙ୍କୁ ଟ୍ରୋଲ କରୁଛନ୍ତି ଏବଂ ତାଙ୍କ ପ୍ରତିଭା ଉପରେ ପ୍ରଶ୍ନ କରୁଛନ୍ତି। ଯଦିଓ କିଛି ଉପଭୋକ୍ତା କହିଛନ୍ତି ଯେ ସମସ୍ତେ ଏହିଭଳି କରନ୍ତି ଏବଂ ସୋ'ରେ ଅଭ୍ୟାସ କରି ପଢିବାରେ କ୍ଷତି କ’ଣ ବୋଲି କହି କପିଲଙ୍କ ସମର୍ଥନ କରିଛନ୍ତି । କପିଲଙ୍କୁ ଟ୍ରୋଲ କରୁଥିବାବେଳେ ଜଣେ ୟୁଜର ଲେଖିଛନ୍ତି, ‘ଆଜି ପର୍ଯ୍ୟନ୍ତ ଆମେ ଭାବୁଥିଲୁ କପିଲ ନିଜେ ଡାଏଲଗ୍ କହି ସମସ୍ତଙ୍କୁ ହସାନ୍ତି, କିନ୍ତୁ ଏହା ଗଡବଡ ହୋଇଗଲା।’