ETV Bharat / entertainment

କନ୍ନଡ ନିର୍ଦ୍ଦେଶକ ଏସକେ ଭଗବାନଙ୍କ ପରଲୋକ, ଶୋକ ପ୍ରକାଶ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ - କନ୍ନଡ ନିର୍ଦ୍ଦେଶକ ଏସକେ ଭଗବାନଙ୍କ ପରଲୋକ

ବେଙ୍ଗାଲୁରୁରେ ନିର୍ଦ୍ଦେଶକ ଏସକେ ଭଗବାନଙ୍କ ଦେହାନ୍ତ । ଟ୍ବିଟକରି ଶୋକ ପ୍ରକାଶ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Kannada Senior director Bhagwan is no more

author img

By

Published : Feb 20, 2023, 11:17 AM IST

ବେଙ୍ଗାଲୁରୁ: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୁନାମଧନ୍ୟ ନିର୍ଦ୍ଦେଶକ ଏସକେ ଭଗବାନଙ୍କ ପରଲୋକ । ୮୯ ବର୍ଷ ବୟସରେ ବେଙ୍ଗାଲୁରୁରେ ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟାରେ ସେ ପୀଡିତ ରହିଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ୩୦ ମିନିଟ ସମୟରେ ତାଙ୍କର ନିଧନ ହୋଇଛି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ନିଶ୍ଚିତ କରିବା ସହ ଶୋକପ୍ରକାଶ କରିଛନ୍ତି ।

  • ಕನ್ನಡ ಚಲನಚಿತ್ರರಂಗದ ಖ್ಯಾತ ನಿರ್ದೇಶಕ ಶ್ರೀ ಎಸ್. ಕೆ. ಭಗವಾನ್ ರವರ ನಿಧನದ ಸುದ್ದಿ ತಿಳಿದು ಮನಸ್ಸಿಗೆ ಅತ್ಯಂತ ಬೇಸರವಾಯಿತು. ಅವರ ಆತ್ಮಕ್ಕೆ ಸದ್ಗತಿ ಕೋರುತ್ತೇನೆ. ಅವರ ಕುಟುಂಬವರ್ಗದವರಿಗೆ ಈ ನೋವನ್ನು ಸಹಿಸುವ ಶಕ್ತಿಯನ್ನು ಭಗವಂತ ನೀಡಲಿ ಎಂದು ಪ್ರಾರ್ಥಿಸುತ್ತೇನೆ.
    1/2 pic.twitter.com/KNUL0Gh1wt

    — Basavaraj S Bommai (@BSBommai) February 20, 2023 " class="align-text-top noRightClick twitterSection" data=" ">

ସେ ଭାବବିହ୍ବଳ ହୋଇ ଟ୍ବିଟକରି କହିଛନ୍ତି, "କନ୍ନଡ ସିନେ ଜଗତରେ ସୁନାମଧନ୍ୟ ନିର୍ଦ୍ଦେଶକ ଥିଲେ ଏସକେ ଭଗବାନ । ତାଙ୍କର ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏଭଳି ଦୁଃଖଦ ପରିସ୍ଥିତିର ସାମ୍ନା କରିବା ପାଇଁ ସାହାସ ଦିଅନ୍ତୁ । ସେ କନ୍ନଡ ଫିଲ୍ମ ଜଗତରେ ଅନେକ ଫିଲ୍ନର ନିର୍ଦ୍ଦେଶନା ଦେଇଛନ୍ତି । ଆଜି ମଧ୍ୟ ଲୋକଙ୍କୁ ତାଙ୍କ ଫିଲ୍ମ ଯାଦୁରେ ବାନ୍ଧି ରଖିଛି । କନ୍ନଡରେ ସେ ସମୁଦାୟ ୫୫ଟି ସିନେମା କରିଛନ୍ତି । କସ୍ତୁରୀ ନିବାସ, ଇରାଡୁ ସୋୟମ, ବାୟାଲୁ ଦାରି, ଗିରି କନ୍ୟେ, ହୋସା ଲେକୁକ ଭଳି ଅନେକ ସୁପରହିଟ ଫିଲ୍ମରେ ଭେଟି ଦେଇଥିଲେ । ଯାହା ଚିର ସ୍ମରଣୀୟ ହୋଇ ରହିବ । ଓମ ଶାନ୍ତି ।"

୧୯୩୩ ମସିହା ଜୁଲାଇ ମାସ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏସକେ ଭଗବାନ । ବେଙ୍ଗାଲୁରୁ ହାଇସ୍କୁଲରେ ୧୦ମ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ପିଲାବେଳୁ ହିଁ ତାଙ୍କର ଅଭିନୟରେ ଆଗ୍ରହ ରହିଥିବା ବେଳେ ଯୁବାବସ୍ଥାରେ ହିଁ ସେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୧୯୫୬ ମସିହାରେ କନ୍ନଡ ସିନେ ଜଗତରେ ପାଦ ଥାପିଥିଲେ । କନାଗଲ ପ୍ରଭାକର ଶାସ୍ତ୍ରୀଙ୍କର ଆସିଷ୍ଟାଣ୍ଟ ଭାବେ କାମ ଆରମ୍ଭ କରିଥିଲେ । ଏହାପରେ ୧୯୬୭ ମସିହାରେ ନରସିଂହା ମର୍ଥୀଙ୍କ ସହ ସହ-ନିର୍ଦ୍ଦେଶକ ଭାବେ କାମ କରିଲେ । ଜେମସ ବଣ୍ଡ ଷ୍ଟାଇଲରେ ସିନେମା ନିର୍ଦ୍ଦେଶନାରେ ଭଗବାନ କନ୍ନଡ ଜଗତରେ ପ୍ରଥମ ଥିଲେ ।

ଖାସକରି ନୋବେଲ ଉପରେ ସେ ଅନେକ ଫିଲ୍ମ କରିଥିଲେ । କିନ୍ତୁ ଦୁରାଇରାଜାଙ୍କ ମୃତ୍ୟୁ ପରେ ସେ କିଛି ବର୍ଷ ପାଇଁ ପିଲ୍ମ ନିର୍ଦ୍ଦେଶନା ଦେବା ବନ୍ଦ କରିଦେଇଥିଲେ । ୧୯୬୬ ମସିହାରେ ସେ ଶେଷ ଫିଲ୍ମ କରିଥିଲେ । ବାଲୋ ଚୁଡରଙ୍ଗ ତାଙ୍କର ଶେଷ ଫିଲ୍ମ ରହିଥିବା ବେଳେ ଏହା ସେହି ସମୟରେ ସୁପରହିଟ ଥିଲା । ଏହାପରେ ୨୦୧୯ ମସିହାରେ ସେ ଆଡୁଭା ଗୋମ୍ବେ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । କସ୍ତୁରୀ ନିବାସ, ଇରାଡୁ ସୋୟମ, ବାୟାଲୁ ଦାରି,ଗିରି କନ୍ୟେ, ହୋସା ଲେକୁକ, ଗାଲିମାଟୁ, ଛନନ୍ଦାଗୋମ୍ବେ, ହୋସାବେଲାକୁ, ବେଙ୍କିଆ ବାଲେ, ଜୀବନ ଚୈତ୍ର ଭଳି ଅନେକ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ । ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ କରାଯିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.