ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ସୁରିୟା 'କଙ୍ଗୁୱା' ସହ ଫେରୁଛନ୍ତି । ଅଭିନେତାଙ୍କ ଜନ୍ମଦିନରେ ଫିଲ୍ମର ପ୍ରଥମ ଝଲକ ଦେଖାଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ଦମଦାର ପୋଷ୍ଟର ରିଲିଜ କରିଛନ୍ତି । ଯେଉଁଥିରେ ଅଭିନେତାଙ୍କୁ ୨ଟି ଭିନ୍ନ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ନିର୍ମାତା ଷ୍ଟୁଡିଓ ଗ୍ରୀନ ଏବଂ ଅଭିନେତା ଏହି ପୋଷ୍ଟର ସେୟାର କରିଛନ୍ତି ।
-
A Destiny Stronger Than Time ⏳
— Studio Green (@StudioGreen2) January 16, 2024 " class="align-text-top noRightClick twitterSection" data="
The past, present and future.
All echo one name! #Kanguva 🦅
Here is the #KanguvaSecondLook ⚔️@Suriya_offl @DishPatani @directorsiva @ThisIsDSP @GnanavelrajaKe @UV_Creations @KvnProductions @NehaGnanavel @saregamasouth pic.twitter.com/9iwoiZuiOq
">A Destiny Stronger Than Time ⏳
— Studio Green (@StudioGreen2) January 16, 2024
The past, present and future.
All echo one name! #Kanguva 🦅
Here is the #KanguvaSecondLook ⚔️@Suriya_offl @DishPatani @directorsiva @ThisIsDSP @GnanavelrajaKe @UV_Creations @KvnProductions @NehaGnanavel @saregamasouth pic.twitter.com/9iwoiZuiOqA Destiny Stronger Than Time ⏳
— Studio Green (@StudioGreen2) January 16, 2024
The past, present and future.
All echo one name! #Kanguva 🦅
Here is the #KanguvaSecondLook ⚔️@Suriya_offl @DishPatani @directorsiva @ThisIsDSP @GnanavelrajaKe @UV_Creations @KvnProductions @NehaGnanavel @saregamasouth pic.twitter.com/9iwoiZuiOq
ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଷ୍ଟୁଡିଓ ଗ୍ରୀନ-ସୁରିୟା 'କଙ୍ଗୁୱା' ର ନୂଆ ପୋଷ୍ଟର ସେୟାର କରିଛନ୍ତି । ଏଥିରେ ସୁରିୟାଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ସମୟ ଠାରୁ ନିୟତି ମଜବୁତ । ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟ । ସବୁରେ ଗୋଟିଏ ନାଁ ଗୁଞ୍ଜୁଛି । ଯାହାକୁ 'କଙ୍ଗୁୱା' କୁହାଯାଏ । ଆପଣ ସମସ୍ତଙ୍କ ପାଇଁ 'କଙ୍ଗୁୱା' ର ନୂଆ ପୋଷ୍ଟର । ତେବେ ଏହି ଫିଲ୍ମ ଏପ୍ରିଲ ୧୧, ୨୦୨୪ରେ ରିଲିଜ ହେବ ।
ସିରୁଥାଇ ସିଭାଙ୍କ ଦ୍ୱାରା ନିର୍ଦ୍ଦେଶିତ 'କଙ୍ଗୁୱା' ଏକ ମନୋରଞ୍ଜନ ଭରପୁର ଫିଲ୍ମ ବୋଲି କୁହାଯାଉଛି । ଏହି ଫିଲ୍ମରେ 9ମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତର କାହାଣୀକୁ ଦର୍ଶାଯାଇଛି । ସୁପରଷ୍ଟାର ସୁରିଆ ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିବେ । ଏହି ଫିଲ୍ମ ପାନ ଇଣ୍ଡିଆ ସ୍ତରରେ ରିଲିଜ କରିବ । ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ 10 ଟି ଭାଷାରେ 3Dରେ ରିଲିଜ କରିବ ।
ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍ସଙ୍କୁ ଜନ୍ମଦିନ ଭେଟି, ସୁରିୟାଙ୍କ ଆଗାମୀ ଫିଲ୍ମ 'କଙ୍ଗୁୱା'ର ପ୍ରଥମ ଝଲକ ଆଉଟ୍
'କଙ୍ଗୁୱା' ଫିଲ୍ମ ବିଷୟରେ କହିବାକୁ ଗଲେ, ଜଣେ ସାହସୀ ଏବଂ ଶକ୍ତିଶାଳୀ ହିରୋଙ୍କ ଜିବନୀ ଉପରେ ଆଧାର ଧରି ଫିଲ୍ମରେ ଦିଶାଙ୍କ କ୍ୟାରେକ୍ଟର ବି ଫୋକସ୍ରେ ରହିବ । K.E. ଷ୍ଟୁଡିଓ ଗ୍ରୀନ୍ ବ୍ରାଣ୍ଡ ସହ UV କ୍ରିଏସନ୍ ମିଶି ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ୨୦୧୫ ମସିହାରେ ଦିଶା ପାଟାନି ତେଲୁଗୁ ଚଳଚ୍ଚିତ୍ର 'ଲୋଫର୍' ସହ ସାଉଥରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ସୁରିୟାଙ୍କ ନଜର ଆସିବେ ଦିଶା । ବଡ଼ ପରଦାରେ ସୁରିୟା ଏବଂ ଦିଶା ପଟ୍ଟାନୀ ପ୍ରଥମ ଥର ପାଇଁ ଏକାଠି ନଜର ଆସିବାକୁ ଥିବା ବେଳେ ଉଭୟଙ୍କ ଅଭିନୟ ଦେଖିବାକୁ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।