ETV Bharat / entertainment

Chandrayaan 3: କଙ୍ଗନା ରଣାୱତଙ୍କ ପ୍ରତିକ୍ରିୟା, ମହିଳା ବୈଜ୍ଞାନିକଙ୍କ ପ୍ରଶଂସା କଲେ ଅଭିନେତ୍ରୀ - କଙ୍କନା ରାଣାୱତଙ୍କ ପ୍ରତିକ୍ରିୟା

ବଲିଉଡ କୁଇନ କଙ୍ଗନା ରାଣାୱତ ଇସ୍ରୋ ପ୍ରମୁଖ ମହିଳା ବୈଜ୍ଞାନିକମାନଙ୍କ ପ୍ରଶଂସା କରିଛନ୍ତି, ଯେଉଁମାନେ 'ଚନ୍ଦ୍ରାୟନ 3 'ର ସଫଳତା ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ତାଙ୍କୁ 'ସରଳ ଜୀବନଯାପନ, ଉଚ୍ଚ ଚିନ୍ତାଧାରା'ର ପ୍ରତୀକ ଭାବରେ ବିବେଚନା କରିଛନ୍ତି। ଅଧିକ ପଢନ୍ତୁ,

କଙ୍କନା ରାଣାୱତଙ୍କ ପ୍ରତିକ୍ରିୟା, ମହିଳା ବୈଜ୍ଞାନିକଙ୍କ ପ୍ରଶଂସା କଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Aug 27, 2023, 6:31 PM IST

ନୂଆଦିଲ୍ଲୀ: ସାରା ଦେଶରେ ଚନ୍ଦ୍ରଯାନ 3 ର ସଫଳତାର ସେଲିବ୍ରେସନ କରାଯାଉଛି । ଏନେଇ ଦେଶ ତଥା ବିଭିନ୍ନ ରାଷ୍ଟ୍ର ଭାରତର ଏହି ଐତିହାସିକ ସଫଳତା ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ନେତା ମନ୍ତ୍ରୀ ଏବଂ ସେଲିବ୍ରିଟି ବି ସେଲିବ୍ରସନ କରିବା ସହ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଚନ୍ଦ୍ରାୟନ 3 ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଏହି ମିଶନର ସଫଳତା ପଛରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅଗ୍ରଣୀ ମହିଳା ବୈଜ୍ଞାନିକଙ୍କୁ ପ୍ରଶଂସା କରି ଏକ ପୋଷ୍ଟ ସେୟାର କରିଛନ୍ତି ।

ଇସ୍ରୋ ପ୍ରମୁଖ ମହିଳା ବୈଜ୍ଞାନିକମାନଙ୍କ ପ୍ରଶଂସା କରିଛନ୍ତି କଙ୍ଗନା ରାଣାୱତ

ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କଙ୍ଗନା ISROର ମହିଳା ବୈଜ୍ଞାନିକମାନଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁମାନେ ଶାଢ଼ୀ ପିନ୍ଧିଛନ୍ତି ଏବଂ ଭାରତୀୟ ପାରମ୍ପରିକ ସଂସ୍କୃତିର ପ୍ରତିନିଧିତ୍ୱ କରିଛନ୍ତି । ସେ ଏହି ଫଟୋ ସହ ମହିଳା ବୈଜ୍ଞାନିକଙ୍କ ପ୍ରଶଂସା କରି କ୍ୟାପସନରେ ଲେଖିଛନ୍ତି, 'ଭାରତର ପ୍ରମୁଖ ମହିଳା ବୈଜ୍ଞାନିକ, ସମସ୍ତେ ବିନ୍ଦି, ସିନ୍ଦୁର ଏବଂ ମଙ୍ଗଲ ସୂତ୍ର ସହ ନଜର ଆସିଛନ୍ତି । ଏମାନେ ସରଳ ଜୀବନ ଏବଂ ଉଚ୍ଚ ଚିନ୍ତାଧାରାର ପ୍ରତୀକ । ଏମାନେ ହିଁ ଭାରତୀୟତାର ପ୍ରକୃତ ଆଭିମୁଖ୍ୟ ।' ଏହା ସହିତ ସେ ଜାତୀୟ ପତାକାର ଇମୋଜି ମଧ୍ୟ ସେୟାର କରିଛନ୍ତି ।

କଙ୍ଗନା ରାଣାୱତଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, କଙ୍ଗନା ପରବର୍ତ୍ତୀ ସମୟରେ 'ଚନ୍ଦ୍ରମୁଖୀ-୨'ରେ ନଜର ଆସିବେ, ଯେଉଁଥିରେ ରାଘବ ଲରେନ୍ସ ମଧ୍ୟ ଅଭିନୟ କରିବେ ଏବଂ ରଜନୀକାନ୍ତ ଏବଂ ଜ୍ୟୋତିଙ୍କ ଅଭିନୀତ ବ୍ଲକବଷ୍ଟର ତାମିଲ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ'ର ଏହା ଏକ ସିକ୍ୱେଲ ଅଟେ । ତେବେ ପ୍ରଥମ ଥର ପାଇଁ ଏହି ଫିଲ୍ମ ସହ କଙ୍ଗନା ଟଲିଉଡ୍‌ରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ ରାଘବଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଅଭିନେତ୍ରୀ ।

ଏହା ମଧ୍ୟ ପଢନ୍ତୁ: କଙ୍ଗନାଙ୍କ ସହ ବନ୍ଧୁତା କରିବେ କରଣ ! କହିଲେ ଏମରଜେନ୍ସି ଦେଖିବାକୁ ଚାହୁଁଛି

ଏଥିସହ ତାଙ୍କର ଫିଲ୍ମ 'ତେଜସ୍' ରହିଛି, ବାୟୁସେନା ପାଇଲଟ୍ ଭାବରେ ନଜର ଆସିବେ । ଏହି ଫିଲ୍ମ ବାୟୁସେନା ପାଇଲଟ ତେଜସ ଗିଲ୍‌ଙ୍କ ଜୀବନ କାହାଣୀ ଉପରେ ଆଧାରିତ । ସର୍ଭେସ ମେୱାରାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଅକ୍ଟୋବର 20ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଏହା ବ୍ୟତୀତ କଙ୍ଗନାଙ୍କୁ ଐତିହାସିକ ଡ୍ରାମା ଫିଲ୍ମ ଏମରଜେନ୍ସିରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରରେ ଅଭିନେତା ଅନୁପମ ଖେର, ସ୍ବର୍ଗତ ଅଭିନେତା ସତୀଶ କୈଶିକ ଏବଂ ମିଲିନ୍ଦ ସୋମନ ପ୍ରମୁଖ ଭୂମିକାରେ ଅଭିନୟ କରିବେ ଏବଂ ନଭେମ୍ବର 24ରେ ଏହା ମୁକ୍ତିଲାଭ କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.