ETV Bharat / entertainment

ଚଳିତ ବର୍ଷ ଓସ୍କାର କମିଟିର ସଦସ୍ୟ ହେବେ କାଜଲ ଓ ସୁରିଆ - ସାଉଥ୍‌ ସୁପରଷ୍ଟାର୍ ସୁରିଆ

ବଲିଉଡ ଅଭିନେତ୍ରୀ କାଜଲଙ୍କୁ ଓସ୍କାର କମିଟିରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କାଜଲ ହେଉଛନ୍ତି ଏକମାତ୍ର ଅଭିନେତ୍ରୀ, ଯାହାକୁ ଚଳିତ ବର୍ଷ ସଦସ୍ୟ ହେବା ପାଇଁ ଆମନ୍ତ୍ରିତ କରାଯାଇଛି । ଅଧିକ ପଢନ୍ତୁ

ଚଳିତ ବର୍ଷ ଓସ୍କାର କମିଟିର ସଦସ୍ୟ ହେବେ କାଜଲ ଏବଂ ସୁରିଆ

author img

By

Published : Jun 29, 2022, 9:54 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲଙ୍କୁ ଓସ୍କାର କମିଟିରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି କମିଟିରେ ଏ.ଆର୍ ରହମାନ, ଅମିତାଭ ବଚ୍ଚନ, ଶାହରୁଖ ଖାନ, ବିଦ୍ୟା ବାଲାନ, ଅମିର ଖାନ ଏବଂ ସଲମାନ ଖାନ ସାମିଲ ଅଛନ୍ତି। ମଙ୍ଗଳବାର ଦିନ 'ଦ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସସ୍' ଦ୍ୱାରା ପ୍ରକାଶିତ 2022 ବର୍ଗ ପାଇଁ କାଜଲ ଅତିଥି ତାଲିକାରେ ମନୋନୀତ ହୋଇଥିଲେ । ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କାଜଲ ହେଉଛନ୍ତି ଏକମାତ୍ର ଅଭିନେତ୍ରୀ, ଯାହାକୁ ଚଳିତ ବର୍ଷ ସଦସ୍ୟ ହେବା ପାଇଁ ଆମନ୍ତ୍ରିତ କରାଯାଇଛି ।

ଆସନ୍ତା ମାସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଜଲ ତିନି ଦଶନ୍ଧି ପୂରଣ କରିବେ । ସେ ଚଳିତ ବର୍ଷ ଓସ୍କାର କମିଟିକୁ ନିମନ୍ତ୍ରିତ 397 ନୂତନ ସଦସ୍ୟଙ୍କ ମଧ୍ୟରେ ଥିଲେ। ଯଦି ସେ ଏହି ନିମନ୍ତ୍ରଣକୁ ଗ୍ରହଣ କରନ୍ତି, ତେବେ ସେ ଆସନ୍ତା ବର୍ଷ 95 ତମ ଏକାଡେମୀ ପୁରସ୍କାର ପାଇଁ ଭୋଟ୍ ପାଇବାକୁ ଯୋଗ୍ୟ ହେବେ । ଯଦିଓ କାଜଲ ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଏହି ଖବର ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଲେଖିଛନ୍ତି, 'ତୁମ ପାଇଁ ଗର୍ବିତ ।"

କାଜଲଙ୍କ ବ୍ୟତୀତ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଉ ପାଞ୍ଚଜଣ ସଦସ୍ୟଙ୍କୁ ଏହି କମିଟିରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏଥିମଧ୍ୟରେ ସାଉଥ୍‌ର ସୁପରଷ୍ଟାର୍ ସୁରିଆ ଅଛନ୍ତି । ତାଙ୍କୁ 'ସୋରାରାଇ ପୋଟ୍ରୁ' ଏବଂ 'ଜୟ ଭୀମ' ପାଇଁ ଆନ୍ତର୍ଜାତୀୟ ମାନ୍ୟତା ମିଳିଛି । ଏହି କମିଟିରେ ଯୋଗଦେବା ପାଇଁ ସ୍କ୍ରିନ୍ ରାଇଟର୍ ତଥା ଚଳଚ୍ଚିତ୍ର ନିର୍ମାତା ରୀମା କାଗତୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ରିମା କାଗତୀ ଜୋୟା ଅଖତରଙ୍କ ସହ 'ଜିନ୍ଦେଗି ନା ମିଲେଗି ଦୋବାରା', 'ତାଲାଶ୍' ଏବଂ 'ଗଲି ବଏ' ଭଳି ଚଳଚ୍ଚିତ୍ରର ସ୍କ୍ରିପ୍ଟ ଲେଖିଥିଲେ। ଲେଖକ ବର୍ଗରେ ରୀମାଙ୍କୁ ନିମନ୍ତ୍ରଣ ମିଳିଛି । କମିଟିରେ ଯୋଗଦେବା ପାଇଁ ଚଳଚ୍ଚିତ୍ର ନିର୍ମାତା ସୁସ୍ମିତ ଘୋଷ, ରିଣ୍ଟୁ ଥୋମାସ୍ ଏବଂ ପାନ୍ ନଲିନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ଏହି ବର୍ଷର ଏକାଡେମୀ ପୁରସ୍କାରରେ ସୁସ୍ମିତ ଏବଂ ରିଣ୍ଟୁଙ୍କ ପ୍ରୋଜେକ୍ଟ 'Writing with Fire' ମନୋନୀତ ହୋଇଥିଲା । ତାଙ୍କୁ ଡକ୍ୟୁମେଣ୍ଟାରୀ ବର୍ଗରେ ନିମନ୍ତ୍ରଣ କରାଯାଇଛି । Angry Indian Goddesses ଏବଂ Last Film Show ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ପାନ୍‌ଙ୍କୁ ନିର୍ଦ୍ଦେଶକ ବର୍ଗରୁ ନିମନ୍ତ୍ରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.