ETV Bharat / entertainment

ପାହାଚରୁ ଖସି କଣ୍ଠଶିଳ୍ପୀ ଜୁବିନ୍‌ ନୌଟିଆଲ୍‌ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ୍‌ ନୌଟିଆଲ୍‌ ଗୁରୁତର ଆହତ ହୋଇଛନ୍ତି । ଗାୟକଙ୍କୁ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

author img

By

Published : Dec 2, 2022, 2:04 PM IST

କଣ୍ଠଶିଳ୍ପୀ ଜୁବିନ୍‌ ନୌଟିଆଲ୍‌ ଗୁରୁତର ଆହତ, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଜଣାଶୁଣା କଣ୍ଠଶିଳ୍ପୀ ଜୁବିନ୍‌ ନୌଟିଆଲ୍‌ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ତାଙ୍କ ଘରେ ପାହାଚରୁ ଖସିଯିବା ଫଳରେ ତାଙ୍କର ହାତ କହୁଣି ଭାଙ୍ଗି ଯାଇଛି । ଏହା ବ୍ୟତୀତ ଗାୟକଙ୍କ ମୁଣ୍ଡ, ପଞ୍ଜରା ହାଡ ଏବଂ କପାଳରେ ମଧ୍ୟ ଆଘାତ ଲାଗିଛି । ଗାୟକଙ୍କୁ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ତାଙ୍କ ଡାହାଣ ହାତ ଅପରେସନ୍ ହେବ ।

ନିକଟରେ ଜୁବିନ୍ ନୌଟିଆଲ୍‌ଙ୍କ ନୂଆ ଗୀତ ତୁ ସାମନେ ଆଏ ରିଲିଜ୍ ହୋଇଛି । ସେ ଗାୟକ ୟୋହାନୀଙ୍କ ସହ ଏହି ଗୀତ ଗାଇଛନ୍ତି। ଗୁରୁବାର ଦିନ ନୌଟିଆଲ୍‌ ଏବଂ ୟୋହାନୀଙ୍କୁ ଗୀତର ଶୁଭାରମ୍ଭରେ ଏକାଠି ଦେଖିବାକୁ ମିଳିଥିଲା । ଏହା ପରେ ହିଁ ସେ ଆହତ ହୋଇଥିଲେ। ଏହି ଦୁର୍ଘଟଣା ହେତୁ ଜୁବିନଙ୍କ ତାଙ୍କ ଡାହାଣ ହାତ ଅପରେସନ୍ କରିବାକୁ ପଡିବ । ତାଙ୍କ ଡାହାଣ ହାତ ବ୍ୟବହାର ନକରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ: ନିକିତାଙ୍କ ପ୍ରେମରେ ଜୁବିନ ! ଧରାପଡିଗଲା ଲଭବାର୍ଡସଙ୍କ ଚୋରି

କଣ୍ଠଶିଳ୍ପୀ ଜୁବିନ୍ ନୌଟିଆଲ୍‌ ବହୁତ ପରିଶ୍ରମ କରି ଇଣ୍ଡଷ୍ଟ୍ରିରେ ଏତ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜୁବିନ୍ ଅନେକ ହିଟ୍ ଗୀତ ଦେଇଛନ୍ତି। ତାଙ୍କର ଗ୍ଲୋବାଲ୍ ହିଟ୍ ଗୀତଗୁଡ଼ିକର ତାଲିକା ବହୁତ ଲମ୍ବା । ଏଥିମଧ୍ୟରେ ରାତ୍‌ ଲମ୍ବିଆ, ଲୁଟ୍ ଗଏ, ହମନବା ମେରେ, ତୁମ୍ ହି ଆନା, ବେୱଫା ତେରା ମାସୁମ୍ ଚେହରା ଏବଂ ତୁଝେ କିତନା ଚାହନେ ଲଗେ ହମ୍ ଅନ୍ତର୍ଭୁକ୍ତ । ତାଙ୍କର ସୁମଧୁର ସ୍ୱର ଏବଂ ସୁନ୍ଦର ଚେହେରା ସହିତ ଜୁବିନ୍ ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.