ETV Bharat / entertainment

Oscars 2023: ଜାଣନ୍ତୁ ଓସ୍କାର ବିଜୟ ନେଇ କଣ କହିଲେ Jr NTR ଏବଂ ରାମଚରଣ

author img

By

Published : Mar 13, 2023, 2:06 PM IST

ନାଟୁନାଟୁ ଗୀତକୁ ଓସ୍କାର ମିଳିବା ପରେ ଦେଶବାସୀଙ୍କୁ ଓସ୍କାର ଟ୍ରଫିର ପ୍ରଥମ ଝଲକ ଦେଖାଇଲେ ଜୁନିଅର NTR ଏବଂ କହିଲେ, ଏହା ଆମର ସଫଳତା । ଅଧିକ ପଢନ୍ତୁ

ବିଜୟର ଫଟୋ ସେୟାର କଲେ ଜୁନିଅର NTR ଏବଂ ରାମଚରଣ

ଲସ୍ ଆଞ୍ଜେଲସ୍: 95ତମ ଓସ୍କାର ପୁରସ୍କାର ହାତେଇ ଇତିହାସ ରଚିଲା ଏସ. ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR । ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ଫିଲ୍ମର ନାଟୁନାଟୁ ଗୀତକୁ ମିଳିଲା ଓସ୍କାର ଆଓ୍ବାର୍ଡ । ତେବେ ଏହି ସଫଳତା ପାଇବା ପରେ ଫିଲ୍ମର ପୁରା ଟିମ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହି ବିଜୟ ନେଇ ଜୁନିଅର NTR ସୋସିଆଲ ମିଡିଆରେ ଓସ୍କାର ଟ୍ରଫିର ପ୍ରଥମ ଝଲକ ଦେଖାଇ ଦେଶବାସୀଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । ଏନେଇ ଫ୍ୟାନ୍ସମାନେ ମଧ୍ୟ ଜୁନିଅର NTR ସହ RRRର ପୁରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଜୁନିଅର NTR ଦେଶ ସହିତ ଓସ୍କାର ଟ୍ରଫି ସହ ଫଟୋ ସେୟାର କରି ଲେଖିଛନ୍ତି, "ଏହା ଆମେ କରି ଦେଖାଇଲୁ" । ଏଥିସହ ପୁରା ଟିମ୍‌କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ନିଜ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରିଥିବା ଏହି ଫଟୋରେ ଅଭିନେତା ଓସ୍କାର ଆଓ୍ବାର୍ଡ ଧରିଥିବା ନଜର ଆସିଛନ୍ତି । ବିଜୟର ଖୁସି ତାଙ୍କ ମୁହଁରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଓସ୍କାର ସମାରୋହରେ କଳା ରଙ୍ଗର ସୁଟ୍‌ ସହ ପାରମ୍ପରିକ ଲୁକ୍‌ରେ ଅଭିନେତା ନଜର ଆସିଥିଲେ ।

ସେହିପରି ରାମଚରଣ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ଡଲରେ ଆୱାର୍ଡ ଘୋଷଣାର ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଆମେ ଜିତିଲୁ, ଭୀରତୀୟ ଫିଲ୍ମ ଜିତିଲା, ଆମ ଦେଶ ପାଇଁ ଜିତିଲୁ, ଓସ୍କାର ଆମ ଘରକୁ ଆସିଲା । ଏଭଳି ଭାବରେ ସେ ଦେଶବାସୀଙ୍କ ସହ ଓସ୍କାର ମିଳିବା ଖୁସି ବାଣ୍ଟିଛନ୍ତି ।" ଭିଡିଓ ସେୟାର କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଅନୁସାରେ, ଓସ୍କାର ମଞ୍ଚରେ ଯେତେବେଳେ ନାଟୁନାଟୁର ବିଜୟ ଘୋଷଣା ହେଲା, ସେତେବେଳେ ଏହି ଐତିହାସିକ ବିଜୟ ନେଇ ସମାରୋହରେ ଉପସ୍ଥିତ ରାଜାମୌଲି ତାଙ୍କ ପତ୍ନୀଙ୍କ ସହ ବେଶ ଖୁସି ହେବା ଦେଖିବାକୁ ମିଳିଥିବା ବେଳେ ରାମ ଚରଣ ଏବଂ ଜୁନିଅର ଏନଟିଆର ମଧ୍ୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଓସ୍କାର ପୂର୍ବରୁ, ନାଟୁନାଟୁ 7ଟି ଆନ୍ତର୍ଜାତୀୟ ପୁରସ୍କାର ଜିତିସାରିଛି । ତେବେ ବର୍ତ୍ତମାନ ଓସ୍କାର ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛି । ଏହି ସଫଳତା ନେଇ RRR ଟିମ୍‌ ସହ ଦେଶବାସୀ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ନାଟୁ-ନାଟୁ ଗୀତରେ ଏମ.ଏମ କିରାବାନୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତକୁ ଚନ୍ଦ୍ରବୋସ ଲେଖିଛନ୍ତି । କାଲ ଭୈରବ ଏବଂ ରାହୁଲ ଏଥିରେ କଣ୍ଠଦାନ କରିଥିଲେ । ଏଥିସହ ଏହି ଗୀତକୁ ପ୍ରେମ ରାକ୍ଷୀ କୋରିଓଗ୍ରାଫ୍ କରିଥିବା ବେଳେ ରାମ ଚରଣ ଏବଂ ଜୁନିଅର NTR ଏଥିରେ ନିଜ ଦମଦାର ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ଏସ୍ ରାଜାମୌଲି ଏବଂ ରାମ ଚରଣ-ଜୁନିଅର ଏନଟିଆର ଅଭିନୀତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା-ବ୍ଲକବଷ୍ଟର ଫିଲ୍ମ 'ଆରଆରଆର' ବେଶ ସଫଳତା ହାସଲ କରିଥିବା ବେଳେ ନାଟୁ ନାଟୁ ଗୀତ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା । ତେବେ ଆଜି ଫିଲ୍ମର ଏହି ଐତିହାସିକ ବିଜୟ ପାଇଁ ସାରା ଦେଶ ଗୌରବାନ୍ବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.