ETV Bharat / entertainment

ଆସିଲା ମାନହାନି ମାମଲା ରାୟ: ଜିତିଲେ ଜନି, ଅମ୍ବରଙ୍କୁ ଝଟ୍‌କା - ଏମ୍ବର ହର୍ଡ

ଶେଷ ହେଲା ବିବାଦ। ଦୀର୍ଘ ଦିନ ଧରି ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ହାଇପ୍ରୋଫାଇଲ ମାନହାନୀ ମୋକଦ୍ଦମାର ରାୟ ଆସିଛି । ବର୍ତ୍ତମାନ ସେମାନଙ୍କର ଆଇନଗତ ବିବାଦ ଶେଷ ହୋଇଛି । ଅଧିକ ପଢନ୍ତୁ

ମାନହାନୀ ମାମଲାରେ ଜିତିଲେ ଜନି ଡେପ୍‌, ପୂର୍ବତନ ପତ୍ନୀଙ୍କୁ ଲାଗିଲା ବଡ ଝଟକା

author img

By

Published : Jun 2, 2022, 12:28 PM IST

ହାଇଦ୍ରାବାଦ: ଶେଷ ହେଲା ବିବାଦ । ଦୀର୍ଘ ଦିନ ଧରି ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ହାଇ ପ୍ରୋଫାଇଲ ମାନହାନି ମୋକଦ୍ଦମାର ରାୟ ଆସିଛି । ବର୍ତ୍ତମାନ ସେମାନଙ୍କର ଆଇନଗତ ବିବାଦ ଶେଷ ହୋଇଛି । ତେବେ ଉଭୟ ପକ୍ଷର ଯୁକ୍ତି ଓ ପ୍ରମାଣ ଆଧାରେ ଖଣ୍ଡପୀଠ ରାୟ ଶୁଣାଇଥିବା ବେଳେ ଏଥିରେ ଜନିଙ୍କ ବିଜୟ ହୋଇଥିବାବେଳେ ଅମ୍ବରଙ୍କୁ ଲାଗିଛି ଶକ୍ତ ଆଘାତ। ଏହି ମାମଲାରେ ଏବେ ତାଙ୍କୁ ୧୫ ମିଲିୟନ ଡଲାର କ୍ଷତିପୂରଣ ଦେବାକୁ ପଡ଼ିବ ।

ଗତ 6 ସପ୍ତାହ ଧରି ଅଭିନେତା ଜନି ଡେପ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ମାନହାନୀ ମାମଲାକୁ ନେଇ ଏକ ଦୀର୍ଘ ପ୍ରକ୍ରିୟା ଚାଲିଥିଲା । ଏହା ପରେ, ଶୁକ୍ରବାର ଦିନ ମାମଲାର ଅନ୍ତିମ ବିତର୍କ ପରେ ଆମେରିକାର ଫେୟାରଟାକ୍ସ କାଉଣ୍ଟି ସର୍କିଟ କୋର୍ଟର ଜଣେ ସାତଜଣିଆ ଭର୍ଜିନିଆ ଖଣ୍ଡପୀଠ ତିନି ଦିନ ଧରି ପ୍ରାୟ ୧୩ ଘଣ୍ଟା ବିଚାର କରିବା ପରେ ଡନି ଡେପଙ୍କ ସପକ୍ଷରେ ରାୟ ଦେଇଛନ୍ତି । ବର୍ତ୍ତମାନ, ଅମ୍ବର ହର୍ଡ ମାମଲାରେ ତାଙ୍କ ଓକିଲ କହିଛନ୍ତି ଯେ, ଡେପଙ୍କ ଓକିଲ ତାଙ୍କୁ ବଦନାମ କରିଛନ୍ତି । ଜନି ଡେପ୍ ଅମ୍ବର ହର୍ଡଙ୍କ ଏହି ବୟାନ୍‌ ଉପରେ ୫୦ ମିଲିୟନ୍ ଡଲାର୍ ଦାବି କରିବା ସହ ଅନ୍ୟପଟେ ଅମ୍ବର ହର୍ଡ ମଧ୍ୟ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରି ୧୦୦ ମିଲିୟନ ଡଲାର ଦାବି କରିଥିଲେ । ବଦନାମ ମାମଲାରେ ଜିତିବା ପରେ, ବର୍ତ୍ତମାନ ତାଙ୍କ ପତ୍ନୀ ଜନି ଡେପଙ୍କୁ କ୍ଷତିପୂରଣ ବାବଦରେ ୧୫ ମିଲିୟନ୍ ଡଲାର୍ ଦେବେ ।

କହିବାକୁ ଗଲେ, ଜନି ଡେପ୍ ଓ ଅମ୍ବର ହର୍ଡଙ୍କ ମଧ୍ୟରେ ହାଇପ୍ରୋଫାଇଲ ଆଇନ ଲଢ଼େଇ ୨୦୧୮ ମସିହାରେ ପ୍ରକାଶିତ ଏକ ଲେଖାକୁ ନେଇ ହୋଇଥିଲା । ପୂର୍ବତନ ପତ୍ନୀ ହର୍ଡ ୨୦୧୮ରେ ଏକ ଗଣମାଧ୍ୟମ ପାଇଁ ଏକ ଲେଖା ଲେଖିଥିଲେ, ଯେଉଁଥିରେ କି ସେ ନିଜକୁ ଘରୋଇ ହିଂସାର ଶିକାର ହୋଇଥିବା ଦର୍ଶାଇଥିଲେ । ଏହି ଲେଖା ପ୍ରକାଶିତ ହେବା ପରେ ଜନି ଡେପ, ଅମ୍ବରଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ । ଏହି କାରଣରୁ ଜନି ଡେପଙ୍କୁ ହଲିଉଡରେ ବହୁତ କଷ୍ଟ ଭୋଗିବାକୁ ପଡିଲା । ଉଭୟ ହଲିଉଡ ଷ୍ଟାର ହୋଇଥିଲେ ମଧ୍ୟ, ସେମାନଙ୍କର ବୈବାହିକ ଜୀବନ ବେଶୀ ଦିନ ଧରି ତିଷ୍ଠି ରହିନଥିଲା । ସେମାନେ ୨୦୧୭ ମସିହାରେ ଅଲଗା ହୋଇଥିଲେ । ବିବାହ ବଚ୍ଛେଦ ପରେ ମାମଲା କୋର୍ଟରେ ପହଞ୍ଚିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.