ETV Bharat / entertainment

Jawan box office collection: 500କୋଟି କ୍ଲବରେ ସାମିଲ ହେଲା ଜବାନ

author img

By ETV Bharat Odisha Team

Published : Sep 19, 2023, 2:20 PM IST

ସୁପରଷ୍ଟାର ଶାହାରୁଖ ଖାନଙ୍କ ଆକ୍ସନ୍-ପ୍ୟାକ୍ ହୋଇଥିବା ଚଳଚ୍ଚିତ୍ର ଜବାନ ବଲ ପ୍ରଦର୍ଶନ କରୁଛି। ରିଲିଜର 13 ତମ ଦିନରେ ଭାରତରେ 500 କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ବିଶ୍ବରେ 800 କୋଟି ପାର୍ କରିଛି ଫିଲ୍ମ। ଅଧିକ ପଢନ୍ତୁ,

500କୋଟି କ୍ଲବରେ ସାମିଲ ହେଲା ଜବାନ
500କୋଟି କ୍ଲବରେ ସାମିଲ ହେଲା ଜବାନ

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ଜବାନକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ। ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଓପନିଂ ଦିନ ଠାରୁ ଫିଲ୍ମ ଜବରଦସ୍ତ ପ୍ରଦର୍ଶନ କରିବା ସହ ରୋଜଗାରରେ ଅନେକ ବଲିଉଡ ଫିଲ୍ମକୁ ଫଛରେ ପକାଇଛି। ବର୍ତ୍ତମାନ ଫିଲ୍ମର 13ତମ ଦିନର ରୋଜଗାର ସାମ୍ନାକୁ ଆସିଛି। ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ର 13ତମ ଦିନରେ 500କୋଟି କ୍ଲବରେ ସାମିଲ ହୋଇଛି।

  • " class="align-text-top noRightClick twitterSection" data="">

ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ, ଆକ୍ସନ୍-ପ୍ୟାକ୍ ଫ୍ଲିକ୍ ପ୍ରେକ୍ଷାଳୟରେ 12ତମ ଦିନ ମଧ୍ୟରେ ଭାରତରେ ପ୍ରାୟ 493.38 କୋଟି ଆୟ କରିଥିଲା। ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ଯେ, 13ତମ ଦିନରେ କିଙ୍ଗଖାନଙ୍କ ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ 13 କୋଟି ଆୟ କରିଛି। ଫଳରେ ଫିଲ୍ମର ମୋଟ କଲେକ୍ସନ 506.38 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି କ୍ରମରେ ଶାହାରୁଖଙ୍କ ଫିଲ୍ମ ପଠାନର ରେକର୍ଡକୁ ଭାଙ୍ଗିଛି। କାରଣ ଶାହାରୁଖଙ୍କ ପୂର୍ବ ରିଲିଜ୍ ପଠାନ 23ତମ ଦିନରେ 505.85 କୋଟି ଟଙ୍କା ଆୟ କରିଥିଲା। କିନ୍ତୁ ଜବାନ 13ତମ ଦିନରେ 500କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି।

ସେପଟେ କେବଳ ଭାରତ ନୁହେଁ ସାରା ବିଶ୍ବରେ ଜବାନ ଜଲୱା ଦେଖିବାକୁ ମିଳିଛି। ଫିଲ୍ମ 13ଦିନ ମଧ୍ୟରେ ବିଶ୍ବ ବକ୍ସ ଅଫିସରେ 860 କୋଟି ଆୟ କରିଛି। ଏହିପରି ଜବାନ ଖୁବଶୀଘ୍ର 1000କୋଟି କ୍ଲବରେ ସାମିଲ ହୋଇ ଆଉ ଏକ ରେକର୍ଡ ନିଜ ନାଁରେ କରିବାକୁ ଯାଉଛି। ଏବଂ ଏହି ସପ୍ତାହ ମଧ୍ୟରେ ଫିଲ୍ମ 1000କୋଟି ଆୟ କରିବ ବୋଲି ଆଶା କରାଯାଉଛି। ଯଦି ଏପରି ହୁଏ , ତେବେ ଜବାନ ସାଉଥର ଦୁଇଟି ମେଗାବ୍ଲକ୍ବଷ୍ଟର ଚଳଚ୍ଚିତ୍ର RRR (1260 କୋଟି) ଏବଂ KGF 2 (1230 କୋଟି) ରେକର୍ଡକୁ ଭାଙ୍ଗିବ।

ଏହା ମଧ୍ୟ ପଢନ୍ତୁ: ଜବାନ କ୍ରେଜ୍: ଭେଣ୍ଟିଲେଟରରେ ଶାହାରୁଖଙ୍କ ଫିଲ୍ମ ଦେଖିଲେ ଫ୍ୟାନ, ଭାବପ୍ରବଣ ନୋଟ୍ ସେୟାର କଲେ କିଙ୍ଗ୍‌ ଖାନ

ଜବାନ ସଫଳତା ପ୍ରେସମିଟ୍ ସମୟରେ ଚଳଚ୍ଚିତ୍ର ନିର୍ମାତା ଅଟଲି କହିଥିଲେ ଯେ ଚଳଚ୍ଚିତ୍ରର ବଜେଟ୍ 300 କୋଟିରୁ ଅଧିକ ଅଟେ। ଏହି ଚଳଚ୍ଚିତ୍ର ସମସ୍ତଙ୍କ ମନ ଜିତିଛି ଏବଂ ସାରା ଦେଶରେ ପ୍ରଶଂସକ ଏବଂ ସମାଲୋଚକମାନଙ୍କ ଠାରୁ ସକାରାତ୍ମକ ସମୀକ୍ଷା ଗ୍ରହଣ କରିଛି। ତେବେ ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହାରୁଖ ଖାନଙ୍କ ବ୍ୟତୀତ ନୟନତାରା ଏବଂ ବିଜୟ ସେଥୁପଥୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଅଟଲି, ନୟନତାରା ଏବଂ ବିଜୟଙ୍କ ସହ ଶାହାରୁଖ ପ୍ରଥମ ସଥର ପାଇଁ କାମ କରିଛନ୍ତି। ସଞ୍ଜୟ ଦତ୍ତ ଏବଂ ଦୀପିକା ପାଦୁକୋନ ଏହି ଫିଲ୍ମରେ କ୍ୟାମିଓ ରୋଲରେ ନଜର ଆସିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.