ETV Bharat / entertainment

ରୁମର୍‌ ପ୍ରେମିକ ଶିଖରଙ୍କ ସହ ତିରୁପତି ମନ୍ଦିରରେ ଜାହ୍ନବୀ

author img

By

Published : Apr 3, 2023, 12:44 PM IST

ତିରୁପତିରେ ଏକାଠି ନଜର ଆସିଲେ ରୁମର ପ୍ରେମିକ ଶିଖର ପହାଡିଆଙ୍କ ସହ ଜାହ୍ନବୀ କପୁର । ପୂର୍ବରୁ ଅମ୍ବାନୀ ଇଭେଣ୍ଟରେ ମଧ୍ୟ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ଉଭୟଙ୍କ ସମ୍ପର୍କ ନେଇ ଚର୍ଚ୍ଚା ଜୋର । ଅଧିକ ପଢନ୍ତୁ,

ତିରୁପତିରେ ଏକାଠି ନଜର ଆସିଲେ ରୁମର ପ୍ରେମିକ ଶିଖର ପାହାଡିଆଙ୍କ ସହ ଜାହ୍ନବୀ କପୁର

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ତାଙ୍କ ରୁମର୍‌ ପ୍ରେମିକ ଶିଖର ପାହଡିଆଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ଶିଖରଙ୍କ ସହ ଜାହ୍ନବୀଙ୍କୁ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଫଳରେ ଉଭୟଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଥିଲା । ଏହାରି ମଧ୍ୟରେ ଆଜି ଉଭୟ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଏକାଠି ନଜର ଆସିଛନ୍ତି । ଯାହାକୁ ଦେଖି ଉଭୟଙ୍କ ବିବାହକୁ ନେଇ ଆଲୋଚନାର ବିଷୟ ହୋଇଛି ।

ଜାହ୍ନବୀ କପୁର ଆଜି ତାଙ୍କ ରୁମର ପ୍ରେମିକ ଶିଖର ପାହଡିଆଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଗତକାଲି ନୀତା-ମୁକେଶ ଅମ୍ବାନୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଜାହ୍ନବୀ ଏବଂ ଶିଖରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେବେ ଏହି ସମସ୍ତ ଭିଡିଓ ଦେଖି ଏହି କପଲ ଖୁବଶୀଘ୍ର ବିବାହ କରିବେ ବୋଲି ଆଲୋଚନା ଜୋର ଧରିଛି ।

ଭିଡିଓରେ ଜାହ୍ନବୀ କପୁର ତିରୁପତି ସ୍ଥିତ ତିରୁମାଲା ବାଲାଜୀ ମନ୍ଦିର ସାନ ଭଉଣୀ ଖୁସୀ କପୁର ଏବଂ ଶିଖର ପାହାଡିଆଙ୍କ ସହ ପରିଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଏଠାରେ ସମସ୍ତେ ମୁଣ୍ଡ ନୁଆଁଇ ପ୍ରଣାମ କରୁଥିବା ନଜର ଆସିଛନ୍ତି । ଏଠାରେ ଜାହ୍ନବୀ କପୁର ଏବଂ ଖୁସି କପୁର ସାଉଥ ଷ୍ଟାଇଲର ଏକ ଶାଢୀ ସହ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ଏହି ସମୟରେ ଶିଖର ଧୋତିରେ ନଜର ଆସିଥିଲେ ।

ରବିବାର ଜାହ୍ନବୀ କପୁର ଆଜି ତାଙ୍କ ରୁମର୍‌ ପ୍ରେମିକ ଶିଖର ପାହଡିଆଙ୍କ ସହ ଅମ୍ବାନୀ ଇଭେଣ୍ଟରେ ଏକାଠି ନଜର ଆସିଥିଲେ । ଉଭୟଙ୍କ ଏକ ସିକ୍ରେଟ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ତେବେ ଏହି ସମସ୍ତ ଭିଡିଓ ଦେଖି ଏହି କପଲ ଖୁବଶୀଘ୍ର ବିବାହ କରିବେ ବୋଲି ଆଲୋଚନାର ବିଷୟ ହୋଇଛି।

ଜାହ୍ନବୀ କପୁରଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଜାହ୍ନବୀ ଆଗାମୀ ପିଲ୍ମ NTR 30ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଜାହ୍ନବୀ ସାଉଥ ସୁପରଷ୍ଟାର ଜୁନିଅର NTRଙ୍କ ସହ ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ଏହି ଫିଲ୍ମରୁ ଜାହ୍ନବୀଙ୍କ ଲୁକ ମଧ୍ୟ ସାମ୍ନାକୁ ଆସି ଛି। ପରବର୍ତ୍ତୀ ସମୟରେ ବରୁଣ ଧାୱନଙ୍କ ବିପକ୍ଷରେ ନୀତୀଶ ତିୱାରୀଙ୍କ ଫିଲ୍ମ ବାୱାଲରେ ମଧ୍ୟ ଜାନଭିଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତୀତ ଶରଣ ଶର୍ମାଙ୍କ ନିର୍ଦ୍ଦେଶିତ ଶ୍ରୀ ଏବଂ ଶ୍ରୀମତୀ ମାହିରେ ମଧ୍ୟ ରାଜକୁମାର ରାଓଙ୍କ ସହ ଅଭିନୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.