ETV Bharat / entertainment

Jailer: ବକ୍ସ ଅଫିସରେ କମାଲ କଲା ରଜନୀକାନ୍ତଙ୍କ ଫିଲ୍ମ, ପ୍ରଥମ ଦିନରେ 50 କୋଟି ପାର୍

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଜେଲର ବକ୍ସ ଅଫିସରେ ଧମାକା କରିଛି । ପ୍ରଥମ ଦିନରେ 50 କୋଟିରୁ ଅଧିକ ଆୟ କରି ତାମିଲ ଇଣ୍ଡଷ୍ଟ୍ରି ପାଇଁ 2023ର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି । ଅଧିକ ପଢନ୍ତୁ

Jailer: ବକ୍ସ ଅଫିସରେ କମାଲ କଲା ରଜନୀକାନ୍ତଙ୍କ ଫିଲ୍ମ, ପ୍ରଥମ ଦିନରେ 50କୋଟି ପାର୍

author img

By

Published : Aug 11, 2023, 12:45 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ଦର୍ଶକଙ୍କ ମନ ଜିତିଛନ୍ତି । ଦୁଇ ବର୍ଷ ପରେ ରଜନୀକାନ୍ତ ଫିଲ୍ମ ଜେଲର ସହ ଫେରି ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଧମାକା କରିଛନ୍ତି । ରଞ୍ଜନୀକାନ୍ତ ଏବଂ ତମନ୍ନା ଭାଟିଆ ଅଭିନୀତ ଚଳଚ୍ଚିତ୍ର ଜେଲର ବିଶ୍ବର 7000 ପରଦାରେ ରିଲିଜ ହୋଇଛି । ଓପନିଂ ଡେ'ରେ ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ କରିଛି । ପ୍ରଥମ ଦିନରେ 50କୋଟିରୁ ଅଧିକ ରୋଜଗାର କରି ତାମିଲ ଇଣ୍ଡଷ୍ଟ୍ରି ପାଇଁ 2023ର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି । ଫିଲ୍ମର ଏହି ଆୟ ଦେଖି ଅଗଷ୍ଟ 15 ସୁଦ୍ଧା 100 କୋଟି ଟଙ୍କା ରୋଜଗାର କରିବ ବୋଲି କୁହାଯାଉଛି ।

  • #Jailer 's $950K on August 9th in USA is All-time No.1 for a Tamil movie on a Wednesday..

    — Ramesh Bala (@rameshlaus) August 11, 2023 " class="align-text-top noRightClick twitterSection" data=" ">

ଭାରତୀୟ ବକ୍ସ ଅଫିସରେ ଓପନିଂ ଦିନରେ ଜେଲର ଆନୁମାନିକ 52 କୋଟି ସଂଗ୍ରହ କରିଛି । ଜେଲର ତାମିଲରେ 2023 ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ସାକ୍ନିଲ୍କ ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ରଟି ଭାରତର ପ୍ରତ୍ୟେକ ଭାଷାରେ ପ୍ରଥମ ଦିନରେ 44.50 କୋଟି ବ୍ୟବସାୟ କରିଛି । ଏହାର ମୋଟ ସଂଗ୍ରହ 50 କୋଟିରୁ ଅଧିକ ହୋଇଛି । ପ୍ରାରମ୍ଭିକ ଆକଳନରୁ ଜଣାପଡିଛି ଯେ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ତାମିଲନାଡୁରେ 23 କୋଟି, କର୍ଣ୍ଣାଟକରେ 11 କୋଟି, କେରଳରେ 5 କୋଟି, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ 10 କୋଟି ଟଙ୍କା ଏବଂ ଅନ୍ୟ ରାଜ୍ୟରୁ 3 କୋଟି ଟଙ୍କା ରୋଜଗାର କରି ସଫଳତା ହାସଲ କରିଛି । ଏହି ରେକର୍ଡ ଅନୁସାରେ ଫିଲ୍ମଟି କର୍ଣ୍ଣାଟକରେ ଅଲ୍ ଟାଇମ୍ ରେକର୍ଡ ଓପନିଂ ଫିଲ୍ମ ଭାବେ ପ୍ରମାଣିତ ହୋଇଛି ।

କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଜେଲରର କ୍ରେଜ ଦେଖିବାକୁ ମିଳିଛି । ଆମେରିକାରେ ମଧ୍ୟ ଜେଲର ବହୁତ ଭଲ ବ୍ୟବସାୟ କରିଛି । ଟ୍ରେଡ ଆନାଲିଷ୍ଟ ରମେଶ ବାଲାଙ୍କ ଅନୁଯାୟୀ, ଜେଲର ପ୍ରିମିୟର ଏବଂ ପ୍ରଥମ ଦିନରେ ଆମେରିକାର ସର୍ବାଧିକ ଆୟ କରୁଥିବା ଚଳଚ୍ଚିତ୍ର ହୋଇପାରିଛି । ଏହି ଚଳଚ୍ଚିତ୍ରଟି ଆମେରିକାର ଓପନିଂ ଦିନରେ 1.450 ମିଲିୟନ ଡଲାର ରୋଜଗାର କରିଛି । ଏହାପୂର୍ବରୁ ସୁପରଷ୍ଟାର ବିଜୟ ଷ୍ଟାରର ଫିଲ୍ମ ବିଷ୍ଟ ଆମେରିକାରେ 1.375 ମିଲିୟନ ଡଲାର ରୋଜଗାର କରିଥିଲା । ସେପଟେ ପଠାନର ଓପନିଂ ଦିନର ରେକର୍ଡକୁ ଭାଙ୍ଗିପାରିନି ଜେଲର । ପଠାନର ଓପନିଂ ଦିନର କଲେକ୍ସନ 55 କୋଟି ରହିଥିଲା ।

ଏହା ମଧ୍ୟ ପଢନ୍ତୁ: OTTରେ ରେକର୍ଡ ଭାଙ୍ଗିଲେ ସାହିଦ: ଫ୍ୟାନ୍ସଙ୍କ ପ୍ରଥମ ପସନ୍ଦ ଫର୍ଜି ଓ ବ୍ଲଡି ଡାଡି

ସୂଚନା ଥାଉ କି, ରଜନୀକାନ୍ତଙ୍କ ଚଳଚ୍ଚିତ୍ର ରିଲିଜ ହେବା ସାଉଥରେ ଏକ ଉତ୍ସବ ଠାରୁ କମ୍ ନୁହେଁ । ଏଭଳି ପରିସ୍ଥିତିରେ ତାମିଲନାଡୁ ଏବଂ କର୍ଣ୍ଣାଟକର ଅନେକ କମ୍ପାନୀ ଦୁଇ ଦିନିଆ ଛୁଟି ଘୋଷଣା କରିଛନ୍ତି । ନେଲସନ ଦିଲୀପ କୁମାର ନିର୍ଦ୍ଦେଶିତ ଏହି ସିନେମାରେ ଅନେକ ବଡ ତାରକା ନଜର ଆସିଛନ୍ତି । ତମନ୍ନା ଭାଟିଆଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ମୋହନଲାଲ ଏବଂ ଶିବ ରାଜକୁମାରଙ୍କ ପରି ଅନେକ ତାରକା ରଜନୀକାନ୍ତଙ୍କ ଫିଲ୍ମର ଅଂଶ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.