ହାଇଦ୍ରାବାଦ: ଆସନ୍ତାକାଲି ୨୯ ନଭେମ୍ବରରେ ବଲିଉଡ ଅଭିନେତା ରଣଦୀପ ହୁଡା ତାଙ୍କର ଦୀର୍ଘ ସମୟର ଗାର୍ଲଫ୍ରେଣ୍ଡ ଲିନ ଲୈସରମଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ଅଭିନେତା ତାଙ୍କ ଭାବି ପତ୍ନୀଙ୍କ ସହ ସୋସିଆଲ ମିଡିଆରେ ବିବାହ ତାରିଖ ଘୋଷଣା କରିଥିଲେ। ବର୍ତ୍ତମାନ ରଣଦୀପ ହୁଡା ବିବାହର ଗୋଟିଏ ଦିନ ପୂର୍ବରୁ ତାଙ୍କ ପ୍ରେମିକାଙ୍କ ସହ ତାଙ୍କ ଘର ଟାଉନ ଇମ୍ଫାଲ(ମଣିପୁର)ରେ ପହଞ୍ଚିଛନ୍ତି । ଆଜିଠାରୁ ଉଭୟଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମ ଆରମ୍ଭ । ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ରଣଦୀପ ଏବଂ ଲିନ ସେଠାରେ ପୂଜା କରିଥିଲେ । ତାଙ୍କ ବିବାହରେ ବଲିଉଡ ସେଲିବ୍ରିଟି ସାମିଲ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି ।
ଇମ୍ଫାଲର ହେଗାଙ୍ଗରେ ଅବସ୍ଥିତ ଶ୍ରୀ ଗୋବିନ୍ଦାଜୀ ମନ୍ଦିରର ଦର୍ଶନ କରିଛନ୍ତି ରଣଦୀପ ଏବଂ ଲିନ୍ । ଏହି ସମୟରେ ରଣଦୀପ କହିଛନ୍ତି ଯେ ମୁଁ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି, ମଣିପୁର ତଥା ବିଶ୍ବର ସବୁ ସ୍ଥାନରେ ଶାନ୍ତି ରହୁ । ଏବଂ ଆମର ଦାମ୍ପତ୍ୟ ଜୀବନ ସୁଖମୟ ଏବଂ ଅନେକ ଜିନିଷ ପାଇଁ ମୁଁ ପ୍ରାର୍ଥନା କରୁଛି । ମୁଁ ଆଶା କରୁଛି ଯେ ମୁଁ ସେ ସବୁ ପାଇବି । ଏଠାରେ ରଣଦୀପଙ୍କୁ ତାଙ୍କ ବିବାହକୁ ଆସୁଥିବା ଷ୍ଟାର ଅତିଥିମାନଙ୍କ ବିଷୟରେ ପଚରାଯାଇଥିଲା । ଏହା ଉପରେ ରଣଦୀପ ରଣଦୀପ କହିଛନ୍ତି ଯେ, ଏହା କେବଳ ଆମର ହେବ।
ସୂଚନାଯୋଗ୍ୟ ଯେ, ରଣଦୀପ ଏବଂ ଲିନଙ୍କ ବିବାହ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି । ଆଜି ଦମ୍ପତିଙ୍କ ମେହେନ୍ଦୀ ଏବଂ ହଲଦୀ ସମାରୋହ ପାଇଁ ଏକ କାର୍ଯ୍ୟକ୍ରମ ରହିଛି ଏବଂ ଅତିଥିମାନେ ମଧ୍ୟ ବିବାହ ପାଇଁ ପହଞ୍ଚିବା ଆରମ୍ଭ କରିଛନ୍ତି । ଆସନ୍ତାକାଲି 29 ନଭେମ୍ବର 2023 ରେ ରଣଦୀପ ଏବଂ ଲିନ୍ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କରିବେ । ବିବାହ ପରେ ଏହି ଦମ୍ପତି ମୁମ୍ବାଇରେ ଏକ ଗ୍ରାଣ୍ଡ୍ ରିସେପ୍ସନ୍ ପାର୍ଟି କରିବେ, ଯେଉଁଠାରେ ବହୁ ବଲିଉଡ୍ ତାରକା ଯୋଗଦେବେ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: ପଡିବ ରଣଦୀପ ହୁଡା ଓ ଲିନଙ୍କ ହାତଗଣ୍ଠି, ଏହି ଦିନ ହେବ ବିବାହ
ରଣଦୀପ ହୁଡାଙ୍କ ୱାର୍କ ପ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ 'ସ୍ବତନ୍ତ୍ରୀୟ ବୀର ସାବରକର'ରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ତେବେ ଏହି ଚଳଚ୍ଚିତ୍ର ସହ ଅଭିନେତା ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ପ୍ରକାଶ ଥାଉ କି, ସାବରକରଙ୍କ ଭଳି ଦେଖାଯିବା ପାଇଁ ରଣଦୀପ 26 କିଲୋ ଓଜନ ହ୍ରାସ କରିଛନ୍ତି ଏବଂ ଚାରିମାସ ପର୍ଯ୍ୟନ୍ତ କେବଳ କ୍ଷୀର ଏବଂ ଖଜରା ଖାଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ନିର୍ମାତା ଏନେଇ ପ୍ରକାଶ କରିଥିଲେ । ତେବେ ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ ।