ETV Bharat / entertainment

Ind Vs Pak: 'ୱାନ୍ ଫଟୋ ଫ୍ଲିଜ୍' ! ୱାର୍ଲ୍ଡ କପ୍ ମ୍ୟାଚରେ ଅରିଜିତ ସିଂଙ୍କ ପାଇଁ ପୋଜ ଦେଲେ ଅନୁଷ୍କା

author img

By ETV Bharat Odisha Team

Published : Oct 15, 2023, 1:07 PM IST

ଅନୁଷ୍କା ଶର୍ମା ଏବଂ ଅରଜିତ ସିଂ ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଆୟୋଜିତ ଭାରତ ପାକିସ୍ତାନ ୱାର୍ଲ୍ଡକପ୍ ମ୍ୟାଚ ପାଇଁ ସାମିଲ ହୋଇଥିଲେ । ଏହି ସମୟରେ କଣ୍ଠଶିଳ୍ପୀ ଅଭିନେତ୍ରୀଙ୍କୁ ଫଟୋ ଉଠାଉଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ୱାର୍ଲ୍ଡ କପ୍ ମ୍ୟାଚରେ ଅରିଜିତ ସିଂଙ୍କ ପାଇଁ ପୋଜ ଦେଲେ ଅନୁଷ୍କା, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଅକ୍ଟୋବର 14 ଅର୍ଥାତ୍ ଗତକାଲି ଦେଶ ପାଇଁ ସେଲିବ୍ରେସନର ମାହୋଲ ଥିଲା । ICC ୱାର୍ଲ୍ଡ କପ୍ ମ୍ୟାଚରେ ପାକିସ୍ତାନକୁ 7 ୱିକେଟରେ ହରାଇ ବିଡୟ ହାସଲ କଲା ଭାରତ । ଏହି ମ୍ୟାଚ୍ ଅମହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଏହି ସମୟରେ ଭାରତୀୟ ଟିମକୁ ସପୋର୍ଟ କରିବାକୁ ବଲିଉଡ ଲୋକପ୍ରିୟ ଗାୟକ ଅରିଜିତ ସିଂ ଏବଂ ଅଭିନେତ୍ରୀ ତଥା କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଯୋଗ ଦେଇଥିଲେ । ତେବେ ମ୍ୟାଚରୁ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଅରିଜିତ ସିଂ ଅନୁଷ୍କାଙ୍କୁ ଏକ ଫଟୋ ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।

ଭାରତୀୟ ଟିମ୍‌ର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚି ଭାରତକୁ ସମର୍ଥନ କରିଛନ୍ତି । ଗାୟକ ଅରିଜିତ ସିଂ ପ୍ରି-ମ୍ୟାଚ୍ ପାଇଁ ଲାଇଭ୍ ପ୍ରଦର୍ଶନ କରିବାକୁ ଆସିଥିଲେ । ମ୍ୟାଚ୍ ସମୟରେ ଅରଜିତଙ୍କ ଅନୁଷ୍କାଙ୍କଠାରୁ କିଛି ଦୂରରେ ବସିଛନ୍ତି । ଏହି ମୁହୂର୍ତ୍ତକୁ କାବୁ କରିବା ପାଇଁ ଅରିଜିତ୍ ଅଭିନେତ୍ରୀଙ୍କୁ ଫଟୋଗ୍ରାଫ୍ ପାଇଁ ଅନୁରୋଧ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅରିଜିତ ସିଂ ଏବଂ ଅନୁଷ୍କା ଶର୍ମାଙ୍କ ଏହି ଭିଡିଓ ଗାୟକଙ୍କ ଫ୍ୟାନ୍ସ ପେଜରେ ସେୟାର କରାଯାଇଛି । ଏହି କ୍ଲିପ୍‌ରେ କଣ୍ଠଶିଳ୍ପୀ ଏକ ବ୍ଲୁ ପ୍ୟାଣ୍ଟ ସହ ହ୍ବାଇଟ୍ ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏଥିସହ ଅନୁଷ୍କା ଶର୍ମା ମଧ୍ୟ ହ୍ବାଇଟ୍ ରଙ୍ଗର କାଜୁଆଲ୍ ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଭାଇରାଲ୍ ଭିଡିଓରେ ଅନୁଷ୍କା ଶର୍ମାଠାରୁ ଅଳ୍ପ ଦୂରରେ ଅରିଜିତ ସିଂଙ୍କୁ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏବେ ସେ ଅନୁଷ୍କାଙ୍କୁ ଫଟୋ ପୋଜ୍ ପାଇଁ ଅନୁରୋଧ କରୁଥିବା ନଜର ଆସିଛନ୍ତି । ପରେ ଗାୟକଙ୍କ ଅନୁରୋଧ କ୍ରମେ ଅଭିନେତ୍ରୀ ମଧ୍ୟ ଫଟୋ ପୋଜ ଦେଉଛନ୍ତି, ଏହାକୁ ଅରିଜିତ ସିଂ ତାଙ୍କ କ୍ୟାମେରାରେ କଏଦ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅହମ୍ମଦାବାଦରେ ପହଞ୍ଚିଲେ ସଚିନ-ଅନୁଷ୍କା-ଅରିଜିତ, ଭାରତକୁ କରିବେ ସପୋର୍ଟ

ମିଡିଆ ରିପୋର୍ଟ ଅନୁସାରେ, ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି । ଅନୁଷ୍କା ଏବଂ କ୍ରିକେଟର ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି । କିନ୍ତୁ ଏନେଇ ଏହି ଦମ୍ପତି କିଛି ଖୁଲାସା କରିନାହାନ୍ତି । ସୂଚନା ଥାଉ କି, 2021 ମସିହାରେ ଅନୁଷ୍କା ସେମାନଙ୍କର ପ୍ରିୟ ଝିଅ ଭାମିକାଙ୍କୁ ଜନ୍ମ ଦେଇଥିଲେ । ସେବେଠାରୁ ଦୁହେଁ ନିଜ ଲାଡଲିଙ୍କ ସହ ବେଶ ସମୟ ବିତାଉଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ଦମ୍ପତି ଏପର୍ଯ୍ୟନ୍ତ ନିଜ ଝିଅର ଚେହେରା ପ୍ରକାଶ କରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.