ETV Bharat / entertainment

'ଦି କେରଳ ଷ୍ଟୋରୀ'କୁ ନେଇ ନାସିରୁଦ୍ଦିନ ବିବାଦୀୟ ମନ୍ତବ୍ୟ, ଏହା କହିଲେ ମନୋଜ ତିୱାରୀ - Manoj Tiwari

'ଦ କେରଳ ଷ୍ଟୋରୀ' ଉପରେ ନାସିରୁଦ୍ଦିନ ଶାହା ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ମନୋଜ ତିୱାରୀ । ନାସିରୁଦ୍ଦିନ ଜଣେ ଭାରତୀୟ ତେଣୁ ଏହିପରି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ମନୋଜ ତିୱାରୀ । ଅଧିକ ପଢ଼ନ୍ତୁ

ନାସିରୁଦ୍ଦିନ ଶାହା The Kerala Story ଉପରେ ଦେଇଥିବା ମନ୍ତବ୍ୟ ପାଇଁ ରାଗିଲେ ମନୋଜ ତିୱାରୀ

author img

By

Published : Jun 2, 2023, 3:57 PM IST

ହାଇଦ୍ରାବାଦ: ଫିଲ୍ମ 'ଦି କେରଳ ଷ୍ଟୋରୀ' ରିଲିଜ୍ ପୂର୍ବରୁ ହିଁ ବିବାଦରେ ଛନ୍ଦି ହୋଇଥିଲା । ଏହାସତ୍ତ୍ବେ ଫିଲ୍ମ ଜବରଦସ୍ତ ଲୋକପ୍ରିୟତା ହାସଲ କରିଛି । ଏବେବି ଅନେକ ଲୋକ ଏହାକୁ ବିରୋଧ କରୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅନେକ ଅଭିନେତା ଏହି ଫିଲ୍ମର ବିରୋଧ କରିବାରେ ଲାଗିଛନ୍ତି । ପୂର୍ବରୁ ସାଉଥ୍‌ର ଭେଟେରାନ ଅଭିନେତା କମଲ ହାସନ ଫିଲ୍ମକୁ 'ପ୍ରଚାର ଫିଲ୍ମ' ବୋଲି କହି ଚର୍ଚ୍ଚାରେ ଥିଲେ । ତାପରେ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା ଫିଲ୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଫିଲ୍ମର ସଫଳତା ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, "ଲୋକେ ଏହି ଫିଲ୍ମକୁ କେମିତି ଦେଖୁଛନ୍ତି । ମୁଁ ଦେଖିନି କି ମୋର ଏହି ଫିଲ୍ମ ଦେଖିବାକୁ ଇଚ୍ଛା ନାହିଁ ।" ତାଙ୍କର ଏଭଳି ମନ୍ତବ୍ୟ ଉପରେ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ଭୋଜପୁରୀ ଅଭିନେତା ତଥା ରାଜନେତା ମନୋଜ ତିୱାରୀ ।

ଏକ ସାକ୍ଷାତକାରରେ ବିଜେପରି ସାଂସଦ ତଥା ଅଭିନେତା ମନୋଜ ତିୱାରୀ ନାସିରୁଦ୍ଦିନ ଶାହାଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ସେ ଜଣେ ଭଲ ଅଭିନେତା, କିନ୍ତୁ ତାଙ୍କର ଉଦ୍ଦେଶ୍ୟ ଠିକ୍‌ ନୁହେଁ ଏବଂ ମୁଁ ଏହାକୁ ଅତି କଷ୍ଟର ସହ କହୁଛି । 'ଦ କେରଳ ଷ୍ଟୋରୀ' ତଥ୍ୟ ଉପରେ ଆଧାରିତ ଏବଂ ଅନେକ ପୀଡ଼ିତା ମଧ୍ୟ ଏହି ମାମଲାରେ ଅଭିଯୋଗ କରିଛନ୍ତି । ଯଦି ନାସିରୁଦ୍ଦିନ ଶାହାଙ୍କର ଯଦି ତାଙ୍କର 'କେରଳ ଷ୍ଟୋରୀ' ସହିତ କୌଣସି ଅସୁବିଧା ଅଛି, ତେବେ ସେ କୋର୍ଟକୁ ଯାଇପାରିବେ । ସେ ଆହୁରି କହିଛନ୍ତି ଯେ, ସେ କେରଳ ଷ୍ଟୋରୀ ଏବଂ କାଶ୍ମୀର ଫାଇଲ ପରି ଚଳଚ୍ଚିତ୍ରକୁ ଅସ୍ୱୀକାର କରିପାରିବେ ନାହିଁ । ଏହି ଫିଲ୍ମ 'ପ୍ରକୃତ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର । ଘରେ ବସି ଏପରି କଥା କହିବା ସହଜ, କିନ୍ତୁ ଜଣେ ଭାରତୀୟ ଭାବରେ ଏହି ଜିନିଷ ଠିକ୍ ନୁହେଁ ।"

ନାସିରୁଦ୍ଦିନ ଶାହା 'ଦ କେରଳ ଷ୍ଟୋରୀ'କୁ ନେଇ କହିଥିଲେ ଯେ, ଆଫୱା', 'ଭିଡ୍‌' ଏବଂ 'ଫାରାଜ' ଭଳି ଶ୍ରେଷ୍ଠ ଚଳଚ୍ଚିତ୍ର ବକ୍ସ ଅଫିସରେ ସବୁ ଫ୍ଲପ୍ ହୋଇଯାଇଥିଲା, କିନ୍ତୁ 'ଦ କେରଳ ଷ୍ଟେରୀ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ବର୍ତ୍ତମାନ ଏକ ଭୟାବହ ଟ୍ରେଣ୍ଡ୍‌ ଆରମ୍ଭ ହୋଇଛି । ଲୋକମାନେ ଏହି ଚଳଚ୍ଚିତ୍ର ବିଷୟରେ ବଡ଼ ବଡ଼ କଥା କହୁଛନ୍ତି । କିନ୍ତୁ ମୁଁ ଫିଲ୍ମ ଦେଖି ନାହିଁ କିମ୍ବା ଦେଖିବାକୁ ବି ଚାହେଁ ନାହିଁ । ଏହା ବ୍ୟତୀତ ଶାହା କହିଥିଲେ, “ହିଟଲରଙ୍କ ସମୟରେ ସରକାର କିମ୍ବା ନେତାମାନେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ନିଜ ଉପରେ ଚଳଚ୍ଚିତ୍ର କରିବା ପାଇଁ ବ୍ୟବହାର କରୁଥିଲେ ଏବଂ ସେମାନଙ୍କୁ ପ୍ରଶଂସା କରାଯାଉଥିଲା । ଏହା ଦେଶର ଲୋକଙ୍କ ପାଇଁ ସରକାର କ’ଣ କରିଛି ତାହା ଦର୍ଶାଉଥିଲା । ଏହି କାରଣରୁ, ଅନେକ ଚଳଚ୍ଚିତ୍ର ନିର୍ମାତା ଜର୍ମାନୀ ଛାଡ଼ି ହଲିଉଡ ଯାଇ ସେଠାରେ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ। ବର୍ତ୍ତମାନ ଏସବୁ ମଧ୍ୟ ଏଠାରେ ଘଟୁଛି ।"

ଏହାପୂର୍ବରୁ ଅଭିନେତା କମଲ ହାସନ କେରଳ କାହାଣୀ ବିଷୟରେ କହିଥିଲେ । ଅଭିନେତା-ରାଜନେତା ସୁଦୀପ୍ତୋ ସେନ୍‌ଙ୍କ ଫିଲ୍ମକୁ ଏକ ପ୍ରଚାର ଚଳଚ୍ଚିତ୍ର ବୋଲି କହିଥିଲେ । ସେ କହିଥିଲେ ଯେ, ମୁଁ ପ୍ରଚାର ଚଳଚ୍ଚିତ୍ରର ବିରୋଧୀ । ଏକ ଟ୍ୟାଗ୍‌ଲାଇନ୍ ଲଗାଇଦେଲେ ଏକ ଫିଲ୍ମ 'ପ୍ରକୃତ କାହାଣୀ' ହୋଇଯାଏ ନାହିଁ । ବାସ୍ତବରେ ଏହି ଘଟଣା ସତ ବି ହେବା ଦରକାର । ଏଥିସହ ସେ ଆହୁରି ମଧ୍ୟ କହିଥିଲେ ଯେ, 'ମୁଁ ଦେଶର ଲୋକଙ୍କୁ ଭାଗ କରିବା ପାଇଁ କାମ କରୁଥିବା ଫିଲ୍ମକୁ ପସନ୍ଦ କରେ ନାହିଁ ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.