ETV Bharat / entertainment

ରିଆଲିଟି ସୋ’ ହୋଷ୍ଟ ପାଇଁ ମୋଟା ଅଙ୍କର ଟଙ୍କା ଚାର୍ଜ କରନ୍ତି ଏହି ଷ୍ଟାର, ସବୁଠୁ ଆଗରେ କିଏ ଜାଣନ୍ତୁ

author img

By ETV Bharat Odisha Team

Published : Aug 26, 2023, 10:17 AM IST

ବିଗ୍ ବସ୍ ହେଉ କି କୌନ ବନେଗା କରୋଡପତି, ଦର୍ଶକମାନେ ଏହି ସମସ୍ତ ସୋ’କୁ ବହୁତ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ସେହି ସେଲିବ୍ରିଟି ବା ହୋଷ୍ଟଙ୍କ ବିଷୟରେ କହିବୁ ଯେଉଁମାନେ ଏହି ସୋ’ ପାଇଁ ନିର୍ମାତାମାନଙ୍କ ଠାରୁ ଅଧିକ ଫି ଆଦାୟ କରନ୍ତି । ଅଧିକ ପଢନ୍ତୁ

ମୋଟା ଅଙ୍କର ଟଙ୍କା ଚାର୍ଜ କରନ୍ତି ଏହି ଷ୍ଟାର
ମୋଟା ଅଙ୍କର ଟଙ୍କା ଚାର୍ଜ କରନ୍ତି ଏହି ଷ୍ଟାର

ହାଇଦ୍ରାବାଦ: ଭାରତରେ ଚଳଚ୍ଚିତ୍ର ଏବଂ ଟିଭି ସୋ’ ଭଳି ରିଆଲିଟି ସୋ’ ପାଇଁ ମଧ୍ୟ ଦର୍ଶକଙ୍କର ବେଶ୍‌ ଅଗ୍ରହ ରହିଛି । ବିଗ୍ ବସ୍ ହେଉ କିମ୍ବା କୌନ ବନେଗା କରୋଡପତି ହେଉ, ଦର୍ଶକମାନେ ଏହି ସମସ୍ତ ସୋ’କୁ ବହୁତ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ସେହି ସେଲିବ୍ରିଟିଙ୍କ ବିଷୟରେ କହିବୁ ଯେଉଁମାନେ ଏହି ସୋ’ର ଆୟୋଜନ ବା ହୋଷ୍ଟ ପାଇଁ ନିର୍ମାତାମାନଙ୍କ ଠାରୁ ଅଧିକ ଫି ଆଦାୟ କରନ୍ତି ।

ଅମିତାଭ ବଚ୍ଚନ

ଟିଭିର ସବୁଠାରୁ ଲୋକପ୍ରିୟ କୁଇଜ୍ ସୋ’ କୌନ ବନେଗା କରୋଡପତିର 15 ତମ ସିଜନ୍ ଆରମ୍ଭ ହୋଇଛି । ଏହି ସୋ’କୁ ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ ହୋଷ୍ଟ କରୁଛନ୍ତି । ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ, ବିଗ୍ ବି ଏହି ସୋ’ର ଏକ ଏପିସୋଡ୍ ପାଇଁ ପ୍ରାୟ 7.5 କୋଟି ଟଙ୍କା ଚାର୍ଜ କରନ୍ତି ।

ସଲମାନ ଖାନ

ଟିଭିର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ସୋ ବିଗ୍ ବସ୍ ବର୍ତ୍ତମାନ OTTରେ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ କରୁଛି । ବର୍ତ୍ତମାନ ବିଗ୍ ବସ୍ OTT 2 ଶେଷ ହୋଇଛି । ଏହି ସୋ’କୁ ବଲିଉଡ ଅଭିନେତା ସଲମାନ ଖାନ ହୋଷ୍ଟ କରନ୍ତି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ବିଗ୍ ବସ୍ OTT 2 ଆୟୋଜନ ପାଇଁ ଭାଇଜାନ ସପ୍ତାହରେ 25 କୋଟି ଟଙ୍କା ଆଦାୟ କରିଥିଲେ ।

ରୋହିତ ଶେଟ୍ଟୀ

ଲୋକପ୍ରିୟ ଷ୍ଟଣ୍ଟ ସୋ 'ଖତରୋଁ କେ ଖିଲାଡି' ସିଜନ 13 ପାଇଁ ରୋହିତ ଶେଟ୍ଟୀ ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ସୋ’ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବଲିଉଡର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଏହି ସୋ’ର ହୋଷ୍ଟ କରୁଛନ୍ତି । ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ରୋହିତ ଗୋଟେ ଏପିସୋଡ ପାଇଁ 50,000 ଟଙ୍କା ଆଦାୟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: 13 ବର୍ଷ ପରେ ପୁଣି ବଡ ପରଦାକୁ ଫେରିବେ ଫରଦ୍ଦିନ ଖାନ୍‌, ନିଜେ କଲେ ଖୁଲାସା

କରଣ ଜୋହର

ବଲିଉଡ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କ ସୁପରହିଟ ଫିଲ୍ମ ବ୍ୟତୀତ ଲୋକପ୍ରିୟ ଚାଟ ସୋ 'କଫି ଓ୍ବିଥ୍‌ କରଣ'ର ହୋଷ୍ଟ ପାଇଁ ମଧ୍ୟ ଜଣାଶୁଣା । ଏହା ବ୍ୟତୀତ ସେ 'ବିଗ୍ ବସ୍' ମଧ୍ୟ ହୋଷ୍ଟ କରିଛନ୍ତି । 'କଫି ଓ୍ବିଥ୍‌ କରଣ'ର ହୋଷ୍ଟ ପାଇଁ କରଣ ଜୋହର ଏକରୁ ଦୁଇ କୋଟି ଟଙ୍କା ଆଦାୟ କରନ୍ତି ।

କଙ୍ଗନା ରଣାୱତ

ବଲିଉଡର ପଙ୍ଗା କୁଇନ୍‌ ଭାବରେ ଜଣାଶୁଣା କଙ୍ଗନା ରଣାୱତ ଏକତା କପୁରଙ୍କ ପ୍ରସିଦ୍ଧ ରିଆଲିଟି ସୋ 'ଲକ୍ ଅପ୍'ର ହୋଷ୍ଟ କରିଥିଲେ । ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ସୋ’ର ଏକ ଏପିସୋଡ୍ ଆୟୋଜନ ପାଇଁ କଙ୍ଗନା ଏକ କୋଟି ଟଙ୍କା ଆଦାୟ କରୁଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.